ଗୋଟିଏ ଦିନରେ ବଢିଗଲା ଗୌତମ ଆଦାନିଙ୍କ ଏତିକି କୋଟି ଟଙ୍କାର ସମ୍ପତ୍ତି, ବିଶ୍ୱର ଶ୍ରେଷ୍ଠ-୨୦ରେ କଲେ ପ୍ରବେଶ

ମୁମ୍ବାଇ,୧୨।୮: ଶେୟାର ବଜାରରେ ଲଗାତାର ଛଅ ସପ୍ତାହର ହ୍ରାସ ପରେ ସୋମବାର ତା ୮ ଅଗଷ୍ଟରେ ଏକ ବୃହତ୍ ଉଛାଳ ଦେଖିବାକୁ ମିଳିଛି। ସେନସେକ୍ସ ୭୪୬.୨୯ ପଏଣ୍ଟ ବୃଦ୍ଧି ପାଇ ୮୦,୬୦୪.୦୮ ପଏଣ୍ଟରେ ବନ୍ଦ ହୋଇଛି, ସେହିପରି ନିଫ୍ଟି ୨୨୧.୭୫ ପଏଣ୍ଟ ବୃଦ୍ଧି ସହ ୨୪,୫୮୫.୦୫ ପଏଣ୍ଟରେ ପହଞ୍ଚିଛି।

ଏହି ବଜାର ଉଛାଳର ସବୁଠାରୁ ବଡ଼ ଲାଭ ଉଠାଇଛନ୍ତି ବ୍ୟବସାୟୀ ଗୌତମ ଆଦାନି। ମାତ୍ର ଗୋଟିଏ ଦିନରେ ତାଙ୍କ ସମ୍ପତ୍ତି ୫.୭୪ ବିଲିୟନ ଡଲାର ଅର୍ଥାତ୍ ପ୍ରାୟ ୫୦୩ କୋଟି ଟଙ୍କା ବୃଦ୍ଧି ପାଇଛି। ଏହା ସହ ତାଙ୍କର ମୋଟ ସମ୍ପତ୍ତି ୭୯.୭ ବିଲିୟନ ଡଲାରରେ ପହଞ୍ଚିଛି, ଯାହା ତାଙ୍କୁ ବ୍ଲୁମବର୍ଗ ବିଲେନିୟର୍ସ ଇଣ୍ଡେକ୍ସର ଟପ୍-୨୦ ଧନୀଙ୍କ ତାଲିକାରେ ପୁନଃ ପ୍ରବେଶ କରାଇଛି।

ଅମ୍ବାନୀଙ୍କ ସ୍ଥାନ କେଉଁଠି?
ଏହି ତାଲିକାରେ ମୁକେଶ ଅମ୍ବାନୀ ୧୮ତମ ସ୍ଥାନରେ ରହିଛନ୍ତି। ତାଙ୍କ ସମ୍ପତ୍ତି ଗୋଟିଏ ଦିନରେ ୧.୪୦ ବିଲିୟନ ଡଲାର ବୃଦ୍ଧି ପାଇଛି, ଯାହା ସହ ତାଙ୍କର ମୋଟ ସମ୍ପତ୍ତି ୯୯.୫ ବିଲିୟନ ଡଲାର ହୋଇଛି। ତେବେ ଏକ ଦିନିଆ ଆୟରେ ଅଡାନୀଙ୍କୁ କେବଳ ଏଲନ ମସ୍କ ହିଁ ଅତିକ୍ରମ କରିଛନ୍ତି। ମସ୍କଙ୍କ ସମ୍ପତ୍ତି ୬.୬୯ ବିଲିୟନ ଡଲାର ବୃଦ୍ଧି ପାଇ ସେ ଏହି ତାଲିକାରେ ପ୍ରଥମ ସ୍ଥାନରେ ରହିଛନ୍ତି।

ଅନ୍ୟପଟେ, ଓରେକଲର ପ୍ରତିଷ୍ଠାତା ଲାରୀ ଏଲିସନ ୩.୩୦ ବିଲିୟନ ଡଲାର ବୃଦ୍ଧି ସହ ଦ୍ବିତୀୟ ସ୍ଥାନରେ ରହିଛନ୍ତି, ଯାହାଙ୍କର ମୋଟ ସମ୍ପତ୍ତି ୩୦୫ ବିଲିୟନ ଡଲାର। ଫେସବୁକର ସିଇଓ ମାର୍କ ଜୁକରବର୍ଗ ୨୬୯ ବିଲିୟନ ଡଲାର ସମ୍ପତ୍ତି ସହ ତୃତୀୟ ସ୍ଥାନରେ ଥାଇ ମଧ୍ୟ ତାଙ୍କୁ ୧.୧୫ ବିଲିୟନ ଡଲାରର କ୍ଷତି ସହିବାକୁ ପଡ଼ିଛି।

ବ୍ଲୁମବର୍ଗର ଏହି ଅରବପତି ତାଲିକାରେ ଆଦାନି ଓ ଅମ୍ବାନୀ ବ୍ୟତୀତ ଅନେକ ଭାରତୀୟଙ୍କ ନାମ ରହିଛି। ଏଚସିଏଲର ପ୍ରତିଷ୍ଠାତା ଶିବ ନାଦର ୩୫.୩ ବିଲିୟନ ଡଲାର ସମ୍ପତ୍ତି ସହ ୫୬ତମ ସ୍ଥାନରେ, ଶାପୁର ମିସ୍ତ୍ରୀ ୩୨.୩ ବିଲିୟନ ଡଲାର ସହ ୬୪ତମ ଏବଂ ସାବିତ୍ରୀ ଜିନ୍ଦଳ ୩୧.୫ ବିଲିୟନ ଡଲାର ସହ ୬୫ତମ ସ୍ଥାନରେ ରହିଛନ୍ତି। ଏହା ବ୍ୟତୀତ ସୁନୀଲ ମିତ୍ତଲ, ଅଜିମ ପ୍ରେମଜୀ, ଲକ୍ଷ୍ମୀ ମିତ୍ତଲ, ଦିଲୀପ ସାଙ୍ଘଭୀ, କୁମାର ବିଡ଼ଲା ଏବଂ ରାଧାକିଶନ ଦାମାନୀ ପରି ଅନେକ ଭାରତୀୟ ବ୍ୟବସାୟୀ ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛନ୍ତି।ଏହି ଘଟଣା ଭାରତୀୟ ବ୍ୟବସାୟୀଙ୍କ ବିଶ୍ବ ଅର୍ଥନୀତିରେ ବୃଦ୍ଧି ପାଉଥିବା ପ୍ରଭାବକୁ ସୂଚାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରସର ୟୁନିଟରୁ ଚୋରି, ବିଳମ୍ବିତ ରାତିରେ ପାଣି ମୋଟର…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ କେ.ସାମନ୍ତରାପୁର ଗ୍ରାମ ନିକଟ ଷ୍ଟୋନ କ୍ରସର ୟୁନିଟରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି…

ଟ୍ରମ୍ପଙ୍କ ଧମକ ପରେ ଇରାନର ବଡ଼ ଘୋଷଣା, ଶତ୍ରୁ ରାଷ୍ଟ୍ରର ଜାହାଜ ବ୍ୟତୀତ ସମସ୍ତ ଜାହାଜକୁ…

ନୂଆଦିଲ୍ଲୀ,୨୨।୩: ଟ୍ରମ୍ପଙ୍କ ଧମକ ପରେ ଇରାନ ପାଲଟା ଜବାବ ଦେଇଛି । ଇରାନ ହର୍ମୁଜ୍ ଷ୍ଟ୍ରେଟ ସମ୍ପର୍କରେ ନିଜର ମତରେ ସାମାନ୍ୟ ନରମତା ଦେଖାଇଛି । ଏହା…

ସ୍ୱାମୀ ଚେତନାନନ୍ଦଙ୍କ ଆଧ୍ୟାତ୍ମିକ ବାଣୀ ମାନବ ଜୀବନକୁ ଶୃଙ୍ଖଳିତ କରିପାରିବ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନ୍‌ଏସି ୧୦ନମ୍ୱର ୱାର୍ଡ ଗଡ଼ ଚୈତନ୍ୟପୁର ଶାସନ ସାହି ସ୍ଥିତ ସ୍ୱାମୀ ଚେତନାନନ୍ଦ ସାରସ୍ୱତ ବିଦ୍ୟାମନ୍ଦିରର ୧୫ତମ ବାର୍ଷିକୋତ୍ସବ ଏବଂ ଦୁଇଦିନ…

ହର୍ମୁଜ ଷ୍ଟ୍ରେଟରେ ପହଞ୍ଚିଲା ବ୍ରିଟିଶ ବୁଡ଼ାଜାହାଜ, ଟ୍ରମ୍ପଙ୍କ ଧମକ ମଧ୍ୟରେ କୀର ଷ୍ଟାରମରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଓ୍ବାଶିଂଟନ,୨୨।୩: ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ଚାଲିଥିବା ସଂଘର୍ଷ ଆରମ୍ଭ ହେବାର ତିନି ସପ୍ତାହରୁ ଅଧିକ ସମୟ ବିତିଗଲାଣି; ତଥାପି, ଯୁଦ୍ଧ ଶେଷ ହେବାର କୌଣସି ସୂଚନା ନାହିଁ –…

ବିନା ଦର୍ଶକରେ ଖେଳାଯିବ PSL ମ୍ୟାଚ୍, ଏହି କାରଣରୁ ନିଆଗଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୩: ପାକିସ୍ତାନ ସୁପର ଲିଗ୍ (PSL)ର ନୂତନ ସିଜିନ୍ ମାର୍ଚ୍ଚ ୨୬ ରେ ଆରମ୍ଭ ହେବାକୁ ଯାଉଛି । ସିଜିନ୍ ଆରମ୍ଭ ହେବା ପୂର୍ବରୁ, PCB ଟୁର୍ଣ୍ଣାମେଣ୍ଟ…

ସରକାରୀ ଜମି ଜବରଦଖଲ, ଚୌରଗଡ଼ିଆ ଗ୍ରାମରେ ତୀବ୍ର ଜନଅସନ୍ତୋଷ

ବଞ୍ଚୋ,୨୨।୩(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଚୋରଗାଡ଼ିଆ ଗ୍ରାମରେ ସରକାରୀ ଜମି ଜବରଦଖଲକୁ ନେଇ ଜନଅସନ୍ତୋଷ ଦେଖାଦେଇଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ,…

ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବତୀ, ଯୁବକଙ୍କ ଜୀବନ

ମୁନିଗୁଡ଼ା,୨୨।୩: ରାୟଗଡ଼ା ଜିଲା ବିଷମକଟକ ଥାନା ଚାଟିକଣାଠାରେ ରବିବାର ଏକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ଯୁବତୀ ଏବଂ ଯୁବକଙ୍କ ମୃତ୍ୟୁ ଘଟିଛି। ହେଲେ ସେମାନଙ୍କ ପରିଚୟ…

VIDEO:ଷ୍ଟ୍ରେଟ ଅଫ୍ ହର୍ମୁଜରେ ଇରାନର ବଡ଼ ଆକ୍ରମଣ, F-୧୫ ଫାଇଟର ଜେଟକୁ ଖସାଇ ଦେଇଥିବା ଦାବି

ନୂଆଦିଲ୍ଲୀ,୨୨।୩: ଇରାନ ପୁଣିଥରେ ଇସ୍ରାଏଲ ଏବଂ ଆମେରିକାକୁ ଏକ ବଡ଼ ଝଟକା ଦେଇଛି । ଏକ ଇରାନୀ କ୍ଷେପଣାସ୍ତ୍ର ହର୍ମୁଜ୍ ଷ୍ଟ୍ରେଟରେ ଶତ୍ରୁପକ୍ଷର ଏକ F-୧୫ ଲଢ଼ୁଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri