Categories: ଜାତୀୟ

ଶରଦ ପାଓ୍ବାରଙ୍କୁ ଭେଟିଲେ ଗୌତମ ଆଦାନୀ: ରାଜନୈତିକ ମହଲରେ ହଲଚଲ…

ମୁମ୍ବାଇ,୨୦।୪ : ଶିଳ୍ପପତି ଗୌତମ ଆଦାନୀ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଭେଟିଛନ୍ତି। ଆଦାନୀ ଗୁରୁବାର ଏନସିପି ନେତାଙ୍କ ଘରେ ପହଞ୍ଚିଥିଲେ। ଉଭୟଙ୍କ ମଧ୍ୟରେ ବନ୍ଦ କୋଠରୀରେ ପ୍ରାୟ ଦୁଇ ଘଣ୍ଟା ଧରି ଆଲୋଚନା ଚାଲିଥିଲା।

ବର୍ତ୍ତମାନ ଦୁଇ ଜଣଙ୍କ ମଧ୍ୟରେ କେଉଁ ପ୍ରସଙ୍ଗରେ ଆଲୋଚନା ହୋଇଛି ତାହା ସାମ୍ନାକୁ ଆସିନାହିଁ। ଅତୀତରେ ବିରୋଧୀ ଗୌତମ ଆଦାନୀଙ୍କୁ ଟାର୍ଗେଟ କରିଥିଲେ। ଜେପିସି ଗଠନ ପାଇଁ ଦାବି କରାଯାଇଥିଲା। ତେବେ ଏହା ବିଷୟରେ ଶରଦ ପାୱାର କହିଥିଲେ, ଜେପିସି ଗଠନ କଲେ କୌଣସି ଲାଭ ହେବ ନାହିଁ। ବିରୋଧିଙ୍କ ଦାବିକୁ ସେ ଭୁଲ ବୋଲି ମଧ୍ୟ କହିଥିଲେ। ଏଭଳି ପରିସ୍ଥିତିରେ ଗୌତମ ଆଦାନୀଙ୍କ ସହ ତାଙ୍କର ସାକ୍ଷାତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଏହାକୁ ନେଇ ରାଜନୈତିକ ମହଲରେ ହଲଚଲ ସୃଷ୍ଟି ହୋଇଛି।

ହିଣ୍ଡନବର୍ଗ ରିପୋର୍ଟ ପରେ ବିରୋଧୀ ଅଭିଯୋଗ କରିଥିଲେ, ଗୌତମ ଆଦାନୀ ୨୦ ହଜାର କୋଟି ଟଙ୍କା ଦୁର୍ନୀତି କରିଛନ୍ତି। ଶୀତ ଅଧିବେଶନରେ ଏହାକୁ ନେଇ ରାଜନୈତିକ ବାତାବରଣ ଉଷ୍ଣ ହୋଇଥିଲା।
କିନ୍ତୁ କିଛି ଦିନ ପୂର୍ବରୁ ଶରଦ ପାୱାର କହିଥିଲେ, ସେ ହିଣ୍ଡନବର୍ଗର ନାମ ଶୁଣି ନାହାଁନ୍ତି। ଏହା ମଧ୍ୟ କହିଥିଲେ. ଏହି ମାମଲାରେ ଜେପିସି ବଦଳରେ ସୁପ୍ରିମକୋର୍ଟଙ୍କ ଦ୍ୱାରା କମିଟି ଗଠନ କରାଯାଇ ଅନୁସନ୍ଧାନ କରିବା ଅଧିକ ଯୁକ୍ତିଯୁକ୍ତ ହେବ।

Share