ଜୋରହାଟ(ଆସାମ): ଆସାମର ଜୋରହାଟ ଆସନରେ କଂଗ୍ରେସ ନେତା ଗୌରବ ଗୋଗୋଇ ପରାଜିତ ହୋଇଛନ୍ତି। ଭାଜପା ପ୍ରାର୍ଥୀ ହିତେନ୍ଦ୍ର ନାଥ ଗୋସ୍ୱାମୀ ୨୧,୦୦୦ ଭୋଟ ବ୍ୟବଧରାନରେ କଂଗ୍ରେସ ନେତା ଗୋଗୋଇଙ୍କୁ ପରାସ୍ତ କରିଛନ୍ତି। ଭୋଟ ଗଣନା ଆରମ୍ଭରୁ ଭାଜପା ପ୍ରାର୍ଥୀ ହିତେନ୍ଦ୍ର ଗୋସ୍ୱାମୀ ଅଗ୍ରଣୀ ବଜାୟ ରଖିଥିଲେ। ଶେଷରେ ଏହି ହାଇ-ପ୍ରୋଫାଇଲ ନିର୍ୱାଚନୀ ଲଢ଼େଇରେ ଗୋସ୍ୱାମୀ ବିଜୟ ହାସଲ କରିଛନ୍ତି।
ଅନ୍ୟପକ୍ଷେ ଆସାମରେ ହିମନ୍ତ ବିଶ୍ୱଶର୍ମାଙ୍କ ନେତୃତ୍ୱାଧୀନ ଭାଜପା ପୁଣି ଥରେ କ୍ଷମତା ବଜାୟ ରଖିବାର ସମ୍ଭାବନା ଉଜ୍ଜ୍ୱଳ ହୋଇଛି। ସଦ୍ୟତମ ଗଣନା ଅନୁଯାୟୀ ଭାଜପା ୧୦୦ ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ୨୧ଟି ଆସନରେ ଆଗୁଆ ରହିଛି। ଏପରିକି ଅନ୍ୟାନ୍ୟ ଦଳ ୨ଟି ଆସନରେ ଆଗୁଆ ରହିଛନ୍ତି।
ଅନ୍ୟପକ୍ଷେ ଆସାମର ଅନ୍ୟ ଦୁଇ ପ୍ରମୁଖ ବିରୋଧୀ ନେତା ଅଖିଳ ଗୋଗୋଇ ଏବଂ ଲୁରିଞ୍ଜ୍ୟୋତି ଗୋଗୋଇ ମଧ୍ୟ ପଛରେ ଅଛନ୍ତି । ରାଇଜୋର ଦଳ ସଭାପତି ଅଖିଳ ଗୋଗୋଇ ଭାଜପାର କୁଶଲ ଡୋୱାରିଙ୍କଠାରୁ ୩୨୮ ଭୋଟରେ ପଛରେ ଅଛନ୍ତି। ଆସାମ ଜାତୀୟ ପରିଷଦ ଅଧ୍ୟକ୍ଷ ଲୁରିଞ୍ଜ୍ୟୋତି ଗୋଗୋଇ ଭାଜପାର ଚକ୍ରଧର ଗୋଗୋଇଙ୍କଠାରୁ ୬୨୦୫ ଭୋଟରେ ପଛରେ ରହିଛନ୍ତି।