ପରପାରିରେ ଅଭିନେତ୍ରୀ ଗୌହରଙ୍କ ପିତା

ବମ୍ବେ: ପ୍ରତି ସନ୍ତାନ ଜୀବନରେ ମାତାପିତାଙ୍କ ସ୍ଥାନ ସ୍ବତନ୍ତ୍ର। ଏଣୁ କେହି ଜଣେ ହାତ ଛାଡ଼ି ଦେଲେ ଶୂନ୍ୟସ୍ଥାନ ସୃଷ୍ଟି ହେବା ନିଶ୍ଚିତ। ସେଭଳି କିଛି ଘଟିଛି ବିଗ୍‌ ବସ୍‌ ୭ ବିଜେତା ଗୌହର ଖାନଙ୍କ କ୍ଷେତ୍ରରେ। ଅଭିନେତ୍ରୀଙ୍କ ବାପା ଜଫର ଅହମ୍ମଦ ଖାନଙ୍କ ନିଧନ ହୋଇଛି। ସେ ଅସୁସ୍ଥ ଥିବା ଯୋଗୁ ଗତ ସପ୍ତାହେ ଧରି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଏହାକୁ ନେଇ ଗୌହର ବାପାଙ୍କ ଫଟୋ ଶେୟାର କରି ପ୍ରଶଂସକଙ୍କୁ ପ୍ରାର୍ଥନା କରିବାକୁ କହିଥିଲେ।

ଜଫରଙ୍କ ନିଧନ ନେଇ ଗୌହରଙ୍କ ବନ୍ଧୁ ପ୍ରିତି ସିମୋସ୍‌ ଏକ ପୋଷ୍ଟ କରିଛନ୍ତି। ଏଥିରେ ସେ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ଗୌହର ମା’ବାପାଙ୍କ ପାଇଁ ଶତାୟୁ ହେବାର କାମନା କରୁଥିବା ଦେଖାଯାଇଛି। ଏହା ଅନେକଙ୍କୁ ଭାବବିହ୍ବଳ କରୁଛି।

Share