ଯୌନ ଅପରାଧୀଙ୍କ ସହ ଗେଟ୍ସଙ୍କ ଲିଙ୍କ୍‌

ଓ୍ବାଶିଂଟନ୍‌, ୧୧ା୫: ବିବାହର ୨୭ ବର୍ଷ ପରେ ବିଶ୍ୱର ଚତୁର୍ଥ ଧନୀ ତଥା ମାଇକ୍ରୋସଫ୍ଟ ସହ-ପ୍ରତିଷ୍ଠାତା ବିଲ୍‌ ଗେଟ୍ସ ଓ ମେଲିଣ୍ଡା ଗେଟ୍ସ ପରସ୍ପରକୁ ଛାଡ଼ପତ୍ର ଦେବା ପାଇଁ ଘୋଷଣା କରିବା ପଛର କାରଣ ସଂକ୍ରାନ୍ତରେ ରିପୋର୍ଟ ପ୍ରକାଶ ପାଇଛି। ବିଲ୍‌ ଗେଟ୍ସ ତାଙ୍କ ପୂର୍ବତନ ପ୍ରେମିକା ଏନ୍‌. ଓ୍ବିନ୍‌ବ୍ଲେଡ୍‌ଙ୍କ ସହ ସମ୍ପର୍କରେ ରହିବା ଏହି ଦମ୍ପତିଙ୍କ ଛାଡ଼ପତ୍ରର କାରଣ ବୋଲି ପ୍ରଥମେ କୁହାଯାଉଥିବାବେଳେ ଏବେ ଦି ଓ୍ବାଲ ଷ୍ଟ୍ରିଟ୍‌ ଜର୍ନାଲ ଚକିତ କଲା ଭଳି ଖବର ପ୍ରକାଶ କରିଛି। କୁଖ୍ୟାତ ଯୌନ ଅପରାଧୀ ଜେଫ୍‌ରି ଏପ୍‌ଷ୍ଟେନଙ୍କ ସହ ବିଲ୍‌ ଗେଟ୍ସଙ୍କ ସମ୍ପର୍କ ଯୋଗୁ ମେଲିଣ୍ଡା ୨୦୧୯ରୁ ଛାଡ଼ପତ୍ର ଦେବାକୁ ଓକିଲଙ୍କ ସହ ଆଲୋଚନା କରୁଥିଲେ ବୋଲି ଏହି ପତ୍ରିକା ଉଲ୍ଲେଖ କରିଛି। ନାବାଳିକା, ଯୁବତୀଙ୍କୁ ନେଇ ସେକ୍ସ ର଼୍ୟାକେଟ ଚଳାଇଥିବା ଆମେରିକୀୟ ଜେଫ୍‌ରୀଙ୍କ ସହ ଗେଟ୍ସଙ୍କ ବନ୍ଧୁତା ଥିଲା। ଦୋଷୀ ସାବ୍ୟସ୍ତ ହେବା ପରେ ଜେଫ୍‌ରି ୨୦୧୯ରେ ଆତ୍ମହତ୍ୟା କରିଦେଇଥିଲେ। ଏହା ପରଠାରୁ ମେଲିଣ୍ଡା ଓ ଗେଟ୍ସଙ୍କ ମଧ୍ୟରେ ବିବାଦ ସୃଷ୍ଟି ହେବା ସହ ଛାଡ଼ପତ୍ର ପାଇଁ ମେଲିଣ୍ଡା ଓକିଲଙ୍କ ସହ ଆଲୋଚନା କରିବା ଆରମ୍ଭ କରିଥିଲେ ବୋଲି ଉକ୍ତ ପତ୍ରିକା ଉଲ୍ଲେଖ କରିଛି।

Share