ଟ୍ରମ୍ପ୍‌ ଟିମ୍‌ର ଗେଟର ଆପ୍‌

ମାଇକ୍ରୋବ୍ଲଗିଂ ପ୍ଲାଟ୍‌ଫର୍ମ ଟୁଇଟରରୁ ବ୍ୟାନ୍‌ ହେବା ପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଏକ ଟିମ୍‌ ଏହି ସୋସିଆଲ ମିଡିଆ ଷ୍ଟାଇଲର ଆପ୍ଲିକେଶନ ଆଣିଛନ୍ତି। ସାମାଜିକ ଗଣମାଧ୍ୟମ ପ୍ରତି ଟ୍ରମ୍ପ୍‌ଙ୍କ ଦୁର୍ବଳତାକୁ ଦୃଷ୍ଟିରେ ରଖି ତାଙ୍କ ପୂର୍ବତନ ପରାମର୍ଶଦାତା ଜେସନ୍‌ ମିଲର ଗେଟର (ଜିଇଟିଟିଆର୍‌) ଆପ୍‌ର ଶୁଭାରମ୍ଭ କରିଛନ୍ତି। ଗୁଗଲ ଏବଂ ଆପଲ୍‌ ଆପ୍‌ ଷ୍ଟୋରରେ ଗେଟର ନିଜକୁ ବିଶ୍ୱର ସମସ୍ତଙ୍କ ପାଇଁ ଅଣପକ୍ଷପାତ ସୋସିଆଲ ନେଟ୍‌ଓ୍ବର୍କ ବୋଲି ଅଭିହିତ କରିଛି। ତେବେ ଟ୍ରମ୍ପ୍‌ ଏବେ ସୁଦ୍ଧା ଆକାଉଣ୍ଟ ଖୋଲି ନ ଥିବା ମିଲର କହିଛନ୍ତି।

Share