ଗ୍ୟାଷ୍ଟ୍ରିକ୍‌ ସମସ୍ୟା

ବର୍ତ୍ତମାନ ପରିବର୍ତ୍ତିତ ଜୀବନଶୈଳୀ ସାଙ୍ଗକୁ ଫାଷ୍ଟଫୁଡ୍‌, ଜଙ୍କଫୁଡ୍‌ ଜାତୀୟ ଅସନ୍ତୁଳିତ ଖାଦ୍ୟାଭ୍ୟାସ ଅଧିକାଂଶଙ୍କଠାରେ ଗ୍ୟାଷ୍ଟ୍ରିକ୍‌ ସମସ୍ୟା ସୃଷ୍ଟି କରୁଛି। ଏହାକୁ ଏକ ସାଧାରଣ ସମସ୍ୟା ଭାବି ଅଣଦେଖା କରିବା
ଦ୍ୱାରା ତାହା ପରବର୍ତ୍ତୀ ସମୟରେଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ…

ଦୈନନ୍ଦିନ ଜୀବନରେ ଆମ ଶରୀର ପାଇଁ ସନ୍ତୁଳିତ ଆହାର ବେଶ୍‌ ଉପଯୋଗୀ। ହେଲେ ଏଥିପ୍ରତି ଅଧିକାଂଶ ଗୁରୁତ୍ୱ ନ ଦେଇ ତେଲମସଲାଯୁକ୍ତ ଖାଦ୍ୟ, ଜଙ୍କ୍‌ଫୁଡ୍‌, ଫାଷ୍ଟଫୁଡ୍‌ ଆଦି ପ୍ରତି ଅଧିକ ଆଗ୍ରହୀ ହେଉଥିବାର ଦେଖିବାକୁ ମିଳୁଛି। ଏଥିପାଇଁ ଗ୍ୟାଷ୍ଟ୍ରିକ୍‌ ସମସ୍ୟା ବର୍ତ୍ତମାନ ସମୟରେ ଛୋଟ ଶିଶୁଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପଯର୍‌ୟନ୍ତ ସବୁବର୍ଗର ବ୍ୟକ୍ତିମାନଙ୍କ ମଧ୍ୟରେ ଦେଖାଯାଉଛି। ବିଶେଷକରି ବାହାରେ ଅଧିକାଂଶ ସମୟ ଖାଉଥିବା ଯୁବପିଢ଼ିଙ୍କଠାରେ ଏହି ସମସ୍ୟା ଅଧିକ ବଢ଼ୁଛି। ଏହାକୁ ଅଧିକାଂଶ ଏକ ସାଧାରଣ ସମସ୍ୟା ଭାବି ଅଣଦେଖା କରୁଛନ୍ତି, ଯାହାକି ଭବିଷ୍ୟତରେ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି।
ଲକ୍ଷଣ: ପେଟର ଉପର ଭାଗରେ ପୀଡ଼ା ଓ ଜଳାପୋଡ଼ା ଅନୁଭବ ହେଲେ ତାହା ଗ୍ୟାସଜନିତ ସମସ୍ୟା ବୋଲି କୁହାଯାଏ। କେବଳ ଏତିକି ନୁହେଁ, ଛାତିରେ ଜଳାପୋଡ଼ା ହେବା, ପେଟ ଫମ୍ପାଇବା, ଆମ୍ବିଳା ହାକୁଟି ଦେବା, ଛାତି ବିନ୍ଧିବା ଆଦି ଅନେକ ଲକ୍ଷଣ ଏହି ଗ୍ୟାଷ୍ଟ୍ରିକ ସମସ୍ୟା ଯୋଗୁ ଦେଖାଦେଇଥାଏ।
କାରଣ: ଯୁବାବସ୍ଥାରେ ଗ୍ୟାଷ୍ଟ୍ରିକ୍‌ ସମସ୍ୟାର ଅନେକ କାରଣ ରହିଛି। ଖାଦ୍ୟପେୟରେ ଅନିୟମିତତା, ଅତ୍ୟଧିକ ମସଲାଯୁକ୍ତ ଖାଦ୍ୟ, ଫାଷ୍ଟଫୁଡ୍‌ ଜାତୀୟ ଖାଦ୍ୟ ଗ୍ରହଣ କରିବା ମୁଖ୍ୟତଃ ଏହାର ବଳିଷ୍ଠ କାରଣ। ଅନେକ ଯୁବତୀଯୁବକ ଗୋଟିଏ ସ୍ଥାନରେ ବସି କାମ କରିବା, ଅଧିକ ରାତିଯାଏ ନ ଶୋଇବା, ସକାଳୁ ବିଳମ୍ବରେ ଉଠିବା ଏବଂ ଜଳଖିଆ ନ ଖାଇବା, ଦୀର୍ଘ ସମୟ ପଯର୍‌ୟନ୍ତ ଉପବାସ ରହିବା ପରେ ଭୋକରେ ଏକାସଙ୍ଗେ ଆବଶ୍ୟକତାଠାରୁ ଅଧିକ ଖାଇବା ଯୋଗୁ ଗ୍ୟାଷ୍ଟ୍ରିକ ସମସ୍ୟାର ଶିକାର ହେଉଛନ୍ତି। ହେଲିକୋ ବ୍ୟାକ୍ଟର ପାଇଲୋରି ନାମକ ଜୀବାଣୁ, ଯାହାକି ଗ୍ୟାଷ୍ଟ୍ରିକ ସମସ୍ୟା ସୃଷ୍ଟି କରାଏ। ପାକସ୍ଥଳୀରେ ସାଧାରଣତଃ ଏହି ଜୀବାଣୁମାନେ ରହିଥା’ନ୍ତି। ସେହିପରି ଅତ୍ୟଧିକ ପେନ୍‌କିଲର ଖାଇବା ଦ୍ୱାରା ମଧ୍ୟ ଗ୍ୟାଷ୍ଟ୍ରିକ ସମସ୍ୟା ଉପୁଜିଥାଏ। ତେଣୁ ଏ କ୍ଷେତ୍ରରେ ଡାକ୍ତରମାନଙ୍କ ପରାମର୍ଶ ନିଆଯିବା ନିହାତି ଜରୁରୀ। ଆବଶ୍ୟକ ନ ହେଲେ ପେନ୍‌କିଲର ଖାଇବା ଆଦୌ ଠିକ୍‌ ନୁହେଁ। ଅପମିଶ୍ରିତ ଖାଦ୍ୟପଦାର୍ଥ ମଧ୍ୟ ଏହି ଗ୍ୟାଷ୍ଟ୍ରିକ ସମସ୍ୟାକୁ ନିମନ୍ତ୍ରଣ କରିଥାଏ।
ବର୍ତ୍ତମାନ ସମୟରେ ଅପମିଶ୍ରିତ ଖାଦ୍ୟଠାରୁ ଦୂରେଇ ରହି ସବୁବେଳେ ସନ୍ତୁଳିତ ଆହାର ଉପରେ ଗୁରୁତ୍ୱ ଦିଆଯିବା ଉଚିତ।
ଚିକିତ୍ସା: ଗ୍ୟାଷ୍ଟ୍ରିକ୍‌ ସମସ୍ୟା ଦେଖାଦେଲେ ବିଳମ୍ବ ନ କରି ଏହାର ପରୀକ୍ଷାନିରୀକ୍ଷା କରାଇ ସମାଧାନର ସୂତ୍ର ବାହାର କରାଯିବା ଆବଶ୍ୟକ। ସମସ୍ୟା ଅଧିକ ହେଲେ ଡାକ୍ତରଙ୍କ ପରାମର୍ଶକ୍ରମେ ପ୍ରଥମେ ଇଣ୍ଡୋସ୍କୋପି ଦ୍ୱାରା ଏହାର ପରୀକ୍ଷା କରାଇବା ଦରକାର। ଖାଦ୍ୟନଳୀ ଓ ପାକସ୍ଥଳୀ ଭିତରେ କେଉଁଠି ଓ କାହିଁକି ଗ୍ୟାଷ୍ଟ୍ରିକ ସମସ୍ୟା ଉପୁଜୁଛି ତାହା ଏହି ଇଣ୍ଡୋସ୍କୋପି ମାଧ୍ୟମରେ ସ୍ପଷ୍ଟ ଜଣାପଡ଼ିଥାଏ। ସେହିପରି ର଼୍ୟାପିଡ୍‌ ୟୁରିୟେଜ ଟେଷ୍ଟ ମାଧ୍ୟମରେ ମଧ୍ୟ ଗ୍ୟାଷ୍ଟ୍ରିକ୍‌ର ପରୀକ୍ଷା କରାଯାଇଥାଏ। ଅନ୍ୟପକ୍ଷରେ ବ୍ରେଥ୍‌ ଟେଷ୍ଟ ଏହି ଗ୍ୟାଷ୍ଟ୍ରିକ୍‌ ସମସ୍ୟାର ଆଉ ଏକ ପରୀକ୍ଷା ପଦ୍ଧତି। ଏହି ଟେଷ୍ଟ ମାଧ୍ୟମରେ ନିଃଶ୍ୱାସପ୍ରଶ୍ୱାସରୁ ଶରୀରରେ ଗ୍ୟାଷ୍ଟ୍ରିକ୍‌ ସମସ୍ୟା ଅଛି କି ନାହିଁ ତାହା ପରୀକ୍ଷା କରାଯାଇଥାଏ। ଅନ୍ୟପକ୍ଷରେ ମଳ ପରୀକ୍ଷାରୁ ମଧ୍ୟ ଗ୍ୟାଷ୍ଟ୍ରିକ୍‌ ସମସ୍ୟା ଜଣାପଡ଼େ। ଏତଦ୍‌ବ୍ୟତୀତ ରକ୍ତପରୀକ୍ଷା, ହର୍‌ମୋନାଲ ଡିଟେକ୍ଟ, କିଡ୍‌ନୀ ଓ ଲିଭର ଟେଷ୍ଟ ଫକ୍‌ସନ ମଧ୍ୟ ହୋଇଥାଏ। ଏହି କିଡ୍‌ନୀ ଓ ଲିଭର ଟେଷ୍ଟ କରାଗଲେ ତାହା ମଧ୍ୟ ଗ୍ୟାଷ୍ଟ୍ରିକ୍‌ ସମସ୍ୟାର କିଛିଟା ସୂଚନା ଦେଇଥାଏ।
ଜଟିଳତା: ଯଦି ପେଟ କିମ୍ବା ଛାତିରେ ଯନ୍ତ୍ରଣା ଅନୁଭବ ହେଉଥାଏ, ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। ଗ୍ୟାଷ୍ଟ୍ରିକ୍‌ ସମସ୍ୟାକୁ ଅଣଦେଖା କଲେ ଏହା କ୍ରମଶଃ କର୍କଟ ରୋଗ ଆଡ଼କୁ ଗତି କରିଥାଏ। ପ୍ରଥମେ ଅଲ୍‌ଶର ଓ ପରେ କ୍ୟାନ୍‌ସରର ରୂପ ନେଇ ଏହା ମଣିଷ ଜୀବନ ପ୍ରତି ଭୟଙ୍କର ବିପଦ ଆଣିଥାଏ। ଯଦି ଠିକ୍‌ ସମୟରେ ଭୋକ ନ ଲାଗିଲା କିମ୍ବା ଖାଦ୍ୟ ଖାଇବା ବେଳେ ତଣ୍ଟି ପାଖରେ ଜଳାପୋଡ଼ା ଅନୁଭବ ହେଲା, ତେବେ ଏହା ଭୟଙ୍କର ଗ୍ୟାଷ୍ଟ୍ରିକ୍‌ ସମସ୍ୟାର ସୂଚନା ଦେଇଥାଏ। ଏକ୍ଷେତ୍ରରେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଆଯିବା ଉଚିତ।
ସର୍ବୋପରି କହିବାକୁ ଗଲେ ଗ୍ୟାଷ୍ଟ୍ରିକ୍‌ ସମସ୍ୟାକୁ ସାଧାରଣ ରୋଗ ନ ଭାବି ଯଥା ସମୟରେ ଚିକିତ୍ସା କରିବା ଦରକାର। ଏହା ସହ ସୁସ୍ଥ ଜୀବନଶୈଳୀ ଏବଂ ସନ୍ତୁଳିତ ଖାଦ୍ୟାଭ୍ୟାସ ରଖିଲେ ଏହି ସମସ୍ୟାଠୁ ଦୂରେଇ ରହିପାରିବେ ସେଥିରେ ସନ୍ଦେହ ନାହିଁ।

– ଡା. ଆଲୋକ କୁମାର ମନ୍ତ୍ରୀ

– ପେଟ ଓ ଯକୃତ ରୋଗ ବିଶେଷଜ୍ଞ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ଦମ୍‌ ଦେଖାଇଲେ ସ୍ପିନର: ସ୍କଟଲାଣ୍ଡକୁ ୫ଉଇକେଟରେ ହରାଇଲା ଇଂଲଣ୍ଡ

କୋଲକାତା,୧୪ା୨: ଭେଟେରାନ ଲେଗ୍‌ ସ୍ପିନର ଆଦିଲ ରଶିଦ(୩/୩୬)ଙ୍କ ୩ ଉଇକେଟ ସଫଳତା ଏବଂ ମିଡଲ ଓଭରରେ ଟମ୍‌ ବାଣ୍ଟନଙ୍କ ଆକର୍ଷଣୀୟ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡ ଚଳିତ…

ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖିବେ ବିସିବି ମୁଖ୍ୟ, ଜାଣନ୍ତୁ କହିଁକି…

କଲମ୍ବୋ,୧୪ା୨: ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମୁଖ୍ୟ ଅନିମୁଲ ଇସ୍ଲାମ ବୁଲବୁଲ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ହାଇ ଭୋଲ୍ଟେଜ ଟି୨୦ ବିଶ୍ୱକପ୍‌…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri