ଗ୍ୟାସ ଟ୍ୟାଙ୍କରରେ ଭୟଙ୍କର ବିସ୍ଫୋରଣ: ୨୦ ମୃତ

କେପ୍‌ ଟାଉନ୍‌,୨୪।୧୨: ସାଉଥ ଆଫ୍ରିକାର ବକ୍ସବର୍ଗ ସହରରେ ଶନିବାର ସକାଳେ ଏକ ଭୟଙ୍କର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣ ଓଆର୍‌ ଟେମ୍ବୋ ମେମୋରିଆଲ ହସ୍ପିଟାଲଠାରୁ କିଛି ମିଟର ଦୂରରେ ଥିବା ହସ୍ପିଟାଲ ରୋଡରେ ଏକ ଗ୍ୟାସ ଟ୍ୟାଙ୍କରରେ ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୦ଜଣଙ୍କ ମୃତ୍ୟୁ ହୋଇଛି। ଏକ ଅଣ୍ଡରପାସରେ ଗ୍ୟାସ ଟ୍ୟାଙ୍କର ଫସିଯିବା ପରେ ଗ୍ୟାସ ଲିକ୍‌ ଯୋଗୁ ଏହି ବିସ୍ଫୋରଣ ଘଟିଥିବା କୁହାଯାଉଛି। ଉକ୍ତ ହସ୍ପିଟାଲରେ ନିଆଁ ଲାଗିବା ପରେ ରୋଗୀଙ୍କ ଭିତରେ କୋକୁଆଭୟ ଖେଳିଯାଇଛି।

Share