ରୋଷେଇ ବେଳେ ଲିକ୍‌ ହେଲା ଗ୍ୟାସ : ଜଳିଗଲା  ଝିଅ ବାହାଘର ପାଇଁ ରଖିଥିବା ଟଙ୍କା, ଗହଣା 

କୃଷ୍ଣପ୍ରସାଦ,୧୨।୯(କୈଳାଶଚନ୍ଦ୍ର ପଟନାୟକ): ପୁରୀଜିଲା କୃଷ୍ଣପ୍ରସାଦ ବ୍ଲକ ବଡ଼ ଖଟିଆକୁଦିରେ ଗ୍ୟାସ ଲିକ୍‌ ହୋଇ ୩ ବଖରା ଘର ଜଳିଯାଇଛି।
ସୂଚନା ମୁତାବକ,  ଦିନ ପ୍ରାୟ ୩ଟା ସମୟରେ ରୋଷେଇ କରୁଥିବା ବେଳେ ହଠାତ ଗ୍ୟାସ ସିଲିଣ୍ଡରରୁ ଗ୍ୟାସ ଲିକ ହୋଇ ନିଆଁ ଲାଗିଥିଲା। ଦେଖୁ ଦେଖୁ ଘର, ଚାଳ ଆସବାବପତ୍ରକୁ ନିଆଁ ବ୍ୟାପିଥିଲା। ମାୟାଧର ତରେଇଙ୍କ ୩ ବଖରା ଘର ଦେଖୁ ଦେଖୁ ଧ୍ୱଂସ ହୋଇଗଲା।
ଖବରପାଇ ମାଲୁଦରୁ ଅଗ୍ନିଶମ ବାହିନୀ ପହଞ୍ଚିି ଫାୟାର ଅଧିକାରୀ ପ୍ରଦୀପ ବେହେରାଙ୍କ ନେତୃତ୍ୱରେ ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିଶମ ବାହିନୀଘଟଣାସ୍ଥଳରେ ପହଞ୍ଚିବା ପରେ ଗ୍ରାମର ଅନ୍ୟ ଘର ସୁରକ୍ଷିତ ହୋଇଥିଲା। ଘରେ ଥିବା ଟିଭି, ଫ୍ରୀଜ଼, ଆସବାବପତ୍ର, କଂସା, ବାସନ, ଲୁଗାପଟା, ବର୍ଷକ ଖାଦ୍ୟ ପଦାର୍ଥ ପୋଡି ପାଉଁଶ ହୋଇ ଯାଇଛି।
ଅନ୍ୟପକ୍ଷେ ଝିଅ ବାହାଘର ପାଇଁ ରଖିଥିବା ସମସ୍ତ ଅଳଙ୍କାର, ଟଙ୍କା, ଆଦି ସାମଗ୍ରୀ ପୋଡି ପାଉଁଶ ହୋଇ ଯାଇଛି।
ଖବରପାଇ କୃଷ୍ଣପ୍ରସାଦ ଆରଆଇ ଦିଲୀପ କିଷାନ, ତହସିଲଦାର ବିକାଶ ସେଠୀ, ସରପଞ୍ଚ ବୀଣାପାଣି ପ୍ରଧାନ ପହଞ୍ଚି ଅନୁଧ୍ୟାନ କରିଛନ୍ତି। ଗୃହଶୂନ୍ୟ ପରିବାରକୁ ଗୃହ, ଖାଦ୍ୟ, ବସ୍ତ୍ର ସହ କ୍ଷତି ପୁରଣ ଯୋଗାଇ ଦେବାକୁ ଦାବି ଦେଉଛି।

Enter your email to get our daily news in your inbox.

All Right Reserved By Dharitri.Com

ମ୍ୟାଚ ପୂର୍ବରୁ ବଡ଼ ନିଷ୍ପତ୍ତି, T20 ବିଶ୍ୱକପ୍ ଫାଇନାଲରେ ଖେଳିବେନି ଏହି ୪ ଖେଳାଳି

ନୂଆଦିଲ୍ଲୀ,୮।୩: ଟି-୨୦ ବିଶ୍ୱକପର ଫାଇନାଲରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମୁହାଁମୁହିଁ ହେବାକୁ ଯାଉଛନ୍ତି । ଭାରତର ପ୍ଲେଇଂ ଇଲେଭେନରେ କିଏ କିଏ ରହିବେ, ତାହା ଏବେ ବଡ଼…

ଵାଲଡ଼ା ନାଗେଶ୍ୱରୀ ପାହାଡ଼ରେ ଲୋକ ଅଧିକାର ଯାତ୍ରା ଦଳର ବୈଠକ, ଖଣି ଖନନ କରିବାକୁ ଦିଆଯିବନି…

ନନ୍ଦପୁର,୮।୩(ତୁଷାର କାନ୍ତ ମହାନ୍ତି): ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଜନ୍ମ ପୀଠରୁ ପ୍ରାକୃତିକ ସମ୍ପଦର ସୁରକ୍ଷା ନିମନ୍ତେ ବାହାରିଥିବା ଲୋକ ଅଧିକାର ଯାତ୍ରା ଦଳ କୋରାପୁଟ ଜିଲା ନନ୍ଦପୁର…

ଦ୍ରୁତ ଗତିରେ ଗାଡ଼ି ଚଳାଇବା ହେଲା କାଳ

ବଲାଙ୍ଗୀର,୮।୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସଦର ବ୍ଲକ ଡୁଡୁକାଶିରା ରୋଡ଼ ଏକ ବୁଲାଣିଆ ରାସ୍ତାରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ଯୁବକ…

ମାଇକେଲ କ୍ଲାର୍କଙ୍କ ବଡ଼ ଭବିଷ୍ୟବାଣୀ, ଟି-୨୦ ବିଶ୍ୱକପ୍ ଫାଇନାଲରେ ଏହି ଖେଳାଳି ହେବେ ପ୍ଲେୟର ଅଫ….

ନୂଆଦିଲ୍ଲୀ,୮।୩:  ପୂର୍ବତନ ଅଷ୍ଟ୍ରେଲିୟ ଅଧିନାୟକ ମାଇକେଲ କ୍ଲାର୍କ ୨୦୨୬ ଟି- ୨୦ ବିଶ୍ୱକପ୍ ପାଇଁ ଏକ ଭବିଷ୍ୟବାଣୀ କରିଛନ୍ତି । କ୍ଲାର୍କ ସେହି ଖେଳାଳିଙ୍କ ବିଷୟରେ କହିଥିଲେ ଯିଏ…

ଅନ୍ତର୍ଜାତୀୟ ମହିଳା ଦିବସରେ ଯାତାୟାତ ପାଇଁ ସଂଘର୍ଷ କରୁଛନ୍ତି ମହିଳା

ଦାରିଙ୍ଗବାଡ଼ି,୮ା୩(ଅରୁଣ ସାହୁ): ଆଜି ବିଶ୍ୱ ପାଳୁଛି ମହିଳା ଦିବସ। ଏହି କ୍ରମରେ ଦାରିଙ୍ଗବାଡ଼ିଠାରେ ଏହି ଦିନରେ ଏକାଧିକ ସ୍ଥାନରେ ଏହି ଦିବସ ବଡ଼ ଧୂମ୍‌ଧାମରେ ପାଳନ କରାଯାଉଛି।…

କଇଁଚିରେ ଶାଶୁଙ୍କ ନାକ କାଟି ଦେଲେ ଜ୍ବାଇଁ, କଟା ନାକ ଧରି ଫେରାର….

ଜୟପୁର,୮।୩: ରାଜସ୍ଥାନର ଜାଲୋର ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ପାରିବାରିକ ବିବାଦକୁ ନେଇ ଜଣେ ବ୍ୟକ୍ତି ତାଙ୍କ ଶାଶୁଙ୍କୁ ଆକ୍ରମଣ କରିଛନ୍ତି ।…

JDUରେ ସାମିଲ ହେଲେ ନିଶାନ୍ତ, କହିଲେ ମୋ ବାପାଙ୍କ ଉପରେ ମୁଁ ଗର୍ବ କରେ

ପାଟନା,୮।୩: ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପୁଅ ନିଶାନ୍ତ କୁମାର ଜନତା ଦଳ ୟୁନାଇଟେଡ (ଜେଡିୟୁ)ରେ ଯୋଗ ଦେଇଛନ୍ତି। ବୈଠକ ସମୟରେ ସେ ଦଳୀୟ କର୍ମୀମାନଙ୍କୁ ସ୍ବାଗତ କରିଥିଲେ।…

‘ସମାଜ ଗଠନରେ ନାରୀମାନଙ୍କ ଭୂମିକା ଅତୁଳନୀୟ’

ଥୁଆମୂଳ ରାମପୁର,୮ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ରବିବାର ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri