କଟକ, ୧୯।୧(କାର୍ତ୍ତିକ ସାହୁ): ନିର୍ମାଣ କାମ ପାଇଁ ରାସ୍ତା ଖୋଳା ଯାଉଥିବା ବେଳେ ଗ୍ୟାସ୍ ପାଇପ ଲାଇନ ଫାଟିବାରୁ ଆତଙ୍କିତ ହୋଇ ପଡ଼ିଥିଲେ ସିଡିଏ ସେକ୍ଟର-୯ର ଅଞ୍ଚଳବାସୀ। ସୋମବାର ଘଟିଥିଲା ଏହି ଘଟଣା। ତେବେ ଲିକେଜକୁ ଠିକ ସମୟରେ ନିୟନ୍ତ୍ରଣ କରାଯାଇଥିବାରୁ ବଡ଼ ଅଘଟଣ ଟଳି ଯାଇଛି। ପାଖରେ ପେଟ୍ରୋଲ ପମ୍ପ ଥିବାରୁ ବିପଦର ଆଶଙ୍କା ରହିଥିଲା।
ହେଲେ ପୋଲିସ, ଅଗ୍ନିଶମ ବାହିନୀ ଏବଂ କମ୍ପାନୀ ଅଧିକାରୀ ତୁରନ୍ତ ଘଟଣାସ୍ଥଳରେ ପହଁଞ୍ଚି ଆବଶ୍ୟକ ପ୍ରତିଷେଧକ ବ୍ୟବସ୍ଥା କରିଥିଲେ। ବଡ଼ ବଡ଼ ମେଶିନରେ ରାସ୍ତା ଖୋଳାଯିବା ସହ ଗ୍ୟାସ ପାଇପ ଲାଇନ ପ୍ରତି ସତର୍କ ନ ରହିବାରୁ ଏଭଳି ଘଟଣା ଘଟିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

