Categories: ଜାତୀୟ

ଗ୍ୟାସ୍‌ ଲିକ୍‌: ୫୦ ମହିଳା କର୍ମଚାରୀ ହସ୍ପିଟାଲରେ ଭର୍ତ୍ତି

ବିଶାଖାପାଟଣା,୩ା୮: ଆନ୍ଧ୍ରପ୍ରଦେଶର ଅନକାପଲ୍ଲୀ ଜିଲା ଅନ୍ତର୍ଗତ ବ୍ରାଣ୍ଡିକ୍ସ ସ୍ବତନ୍ତ୍ର ଅର୍ଥନୈତିକ ଜୋନ୍‌ (ଏସ୍‌ଇଜେଡ୍‌) ମଧ୍ୟରେ ଥିବା ଏକ ପୋଷାକ କାରଖାନାର ଲାବରେଟୋରିରେ ମଙ୍ଗଳବାର ଗ୍ୟାସ୍‌ ଲିକ୍‌ ହୋଇ ୫୦ ମହିଳା କର୍ମଚାରୀ ଅସୁସ୍ଥ ହୋଇପଡ଼ିଥିଲେ। ସେମାନଙ୍କୁ ଏକ ମେଡିକାଲ ସେଣ୍ଟରରେ ପ୍ରାଥମିକ ଚିକିତ୍ସା ପରେ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। କର୍ମଚାରୀମାନଙ୍କ ମୁଣ୍ଡ ବୁଲାଇବା ସହ ବାନ୍ତି ହୋଇଥିଲା। କାରଖାନା ପରିସରରୁ ସମସ୍ତ କର୍ମଚାରୀଙ୍କୁ ବାହାର କରାଯାଇଥିବା ଏସ୍‌ପି କହିଛନ୍ତି। ହାଇଦ୍ରାବାଦସ୍ଥିତ ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କେମିକାଲ ଟେକ୍‌ନୋଲୋଜିରୁ ବିଶେଷଜ୍ଞମାନଙ୍କ ଏକ ଟିମ୍‌ କାରଖାନାରେ ପହଞ୍ଚତ୍ ଲାବରେଟୋରିରୁ ଗ୍ୟାସ୍‌ ଲିକ୍‌ର କାରଣ ସମ୍ପର୍କରେ ଅନୁଧ୍ୟାନ କରୁଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଉକ୍ତ ଲାବ୍‌କୁ ବନ୍ଦ କରିଦେବାକୁ ନିର୍ଦ୍ଦେଶ ଦେଇଛି।

Share