ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି । ଏଥିରେ ସଂପୃକ୍ତ ବ୍ୟକ୍ତିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ଜବତ ସିଲିଣ୍ଡରକୁ ନିକଟସ୍ଥ ଦେବୀ ଏଚପି ଗ୍ୟାସ ଏଜେନ୍ସିକୁ ହସ୍ତାନ୍ତର କରାଯାଇଛି ବୋଲି ଧାମନଗର ତହସିଲଦାର ସାଇଶ୍ରି ଲୋକନାଥ ପ୍ରସାଦ ସେଠୀ କହିଛନ୍ତି ।
ସୂଚନା ମୁତାବକ ମଧ୍ୟ ପ୍ରାଚ୍ୟରେ ଯୁଧ୍ୟ ଯୋଗୁଁ ପାଖାପାଖି ଏକମାସ ହେବ ଜାଳେଣି ଗ୍ୟାସ ସଙ୍କଟ ଦେଖାଯାଇଛି। ଯାହାକି ଗ୍ରାମାଞ୍ଚଳଠୁ ସହରାଞ୍ଚଳ ପର୍ଯ୍ୟନ୍ତ ଗ୍ୟାସ ସିଲିଣ୍ଡର ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଛି । ଏହାର ସୁଯୋଗ ନେଇ ଅନେକ ସ୍ଥାନରେ ଗ୍ୟାସ କଳାବଜାର ହେଉଛି । ନିରୀହ ଲୋକଙ୍କୁ ଗ୍ୟାସ ସିଲିଣ୍ଡର ପିଛା ଅତ୍ୟଧିକ ଦାମ୍ ନେଇ ଶୋଷଣ କରିବାରେ ପଛାଉ ନାହାନ୍ତି । ତେବେ ଏହାକୁ ରୋକିବାକୁ ରାଜ୍ୟ ସରକାର କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଦୀର୍ଘ ଦିନ ହେବ ଧାମନଗର ବ୍ଲକ ରେ ବିଭିନ୍ନ ଅଞ୍ଚଳରେ ଗ୍ୟାସ କଳାବଜାରୀ ନେଇ ବିଶେଷ ସୂତ୍ରରୁ ବ୍ଲକ ଯୋଗାଣ ବିଭାଗ ଖବର ମିଳିଥିଲା। ଧାମନଗର ବ୍ଲକ ଆସୁରାଳି ବଜାର ଅଞ୍ଚଳରେ ଜୈନିକ ବ୍ୟକ୍ତି ବେଆଇନ ଭାବେ ଗ୍ୟାସ ସିଲିଣ୍ଡର ଗଚ୍ଛିତ ରଖିଥିବା ନେଇ ଯୋଗାଣ ବିଭାଗ ବିଶେଷ ଖବର ପାଇବା ପରେ ବୁଧବାର ଧାମନଗର ତହସିଲଦାର ସାଈଶ୍ରି ଲୋକନାଥ ପ୍ରସାଦ ସେଠୀ, ଅତିରିକ୍ତ ତହସିଲଦାର ସାଇ ଶିଲୋନା ବ୍ଲକ ଯୋଗାଣ ଅଧିକାରୀ ରସାନନ୍ଦ ସାହୁ ମିଳିତ ଭାବେ ଉକ୍ତ ବ୍ୟକ୍ତିଙ୍କ ଘରେ ଚଡ଼ାଉ କରିଥିଲେ ।
ଉକ୍ତ ବ୍ୟକ୍ତିଙ୍କ ଘରୁ ବେଆଇନ ଭାବେ ଗଚ୍ଛିତ ରଖିଥିବା ୧୭ ଟି ଗ୍ୟାସ ସିଲଣ୍ଡର ଜବତ କରିଥିଲେ। ଏଥିସହ ଉକ୍ତ ବ୍ୟକ୍ତିଙ୍କୁ କାହିଁକି ଓ କଣ ପାଇଁ ଏପରିକି ଅନେକ ପ୍ରଶ୍ନ ଉପସ୍ଥିତ ଅଧିକାରୀଙ୍କୁ ସନ୍ତୋଷ ଜନକ ଉତ୍ତର ମିଳି ନଥିବାରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଆଗାମୀ ଦିନରେ ଧାମନଗର ଅଞ୍ଚଳରେ ଗ୍ୟାସ କଳାବଜାରୀ ସଂପୃକ୍ତି ବ୍ୟକ୍ତିଙ୍କ ଉପରେ ଚଡ଼ାଉ ଜୋରଦାର ହେବ ବୋଲି ଯୋଗାଣ ଅଧିକାରୀ କହିଛନ୍ତି ।

