ଗ୍ୟାସ୍‌ ଏଜେନ୍ସି ଲୁଟୁଛନ୍ତି ପରିବହନ ଖର୍ଚ୍ଚ

ନୟାଗଡ଼,୧୫।୯(ଲୋକନାଥ ମିଶ୍ର): ଘରେ ରନ୍ଧନ ଗ୍ୟାସ ସିଲିଣ୍ଡର ପହଞ୍ଚାଇବା ପାଇଁ ଗ୍ୟାସ୍‌ ଏଜେନ୍ସି ଖାଉଟିଙ୍କୁ ଲୁଟୁଥିଲେ ମଧ୍ୟ ଜିଲା ଯୋଗାଣ ବିଭାଗର କାର୍ଯ୍ୟାନୁଷ୍ଠାନ ନାହିଁ। ଏହାକୁ ନେଇ ଯୋଗାଣ ବିଭାଗ ସନ୍ଦେହ ଘେରରେ ରହିଛି। ଘରେ ଗ୍ୟାସ୍‌ ସିଲିଣ୍ଡର ପହଞ୍ଚିବା ପାଇଁ ସରକାର ପରିବହନ ଖର୍ଚ୍ଚ ଦେଉଥିଲେ ମଧ୍ୟ ଗ୍ୟାସ୍‌ ଏଜେନ୍ସି ଚତୁରତାର ସହ ନିଜ କର୍ମଚାରୀଙ୍କ ଦ୍ୱାରା ଖାଉଟିଙ୍କଠାରୁ ସିଲିଣ୍ଡର ପିଛା ୨୦ରୁ ୫୦ ଟଙ୍କା ଆଦାୟ କରୁଛନ୍ତି। ଖାଉଟିଙ୍କଠାରୁ ପରିବହନ ଖର୍ଚ୍ଚ ନେବା ନୟାଗଡ଼ ସହର ସମେତ ନୟାଗଡ଼ ଜିଲାରେ ଅଲିଖିତ ନିୟମ ହୋଇଯାଇଛି । ଯେଉଁ ଖାଉଟି ଟଙ୍କା ଦେଉନାହାନ୍ତି ତାଙ୍କ ଘରକୁ ଗ୍ୟାସ୍‌ ସିଲିଣ୍ଡର ମନଇଚ୍ଛା ଆସୁଛି । ଏପରି କି ବ୍ୟବହାର ଖରାପ କରାଯିବା ସହ ଗୋଦାମରୁ ସିଲିଣ୍ଡର ଆଣିବାକୁ ପରାମର୍ଶ ମିଳୁଛି ବୋଲି ଅଭିଯୋଗ ହୋଇଛି।
ଏନେଇ ସୁନାଖଳାର ପ୍ରଦୀପ ରଥ କୁହନ୍ତି, ଗ୍ୟାସ୍‌ ସିଲିଣ୍ଡର ପରିବହନ ଖର୍ଚ୍ଚ ବାବଦକୁ ସରକାର ସିଲିଣ୍ଡର ପିଛା ୧୯.୫୦ ଟଙ୍କା ଯୋଗାଉଛନ୍ତି । ହେଲେ ସରକାର ପରିବହନ ଖର୍ଚ୍ଚ କିଛି ଦେଉନାହାନ୍ତି କହି ଗ୍ୟାସ୍‌ ଏଜେନ୍ସି ଖାଉଟିଙ୍କଠାରୁ ୨୦ରୁ ୫୦ ଟଙ୍କା ବାଧ୍ୟ କରି ଆଦାୟ କରୁଛନ୍ତି। ଟଙ୍କା ନ ଦେଲେ ବାରମ୍ବାର ହଇରାଣ କରାଯାଉଛି। ଏପରି କି ଗ୍ୟାସ ସିଲିଣ୍ଡର ଦେଉନାହାନ୍ତି । ସରକାର ଓ ଜିଲା ଯୋଗାଣ ବିଭାଗ ଗ୍ୟାସ୍‌ ଏଜେନ୍ସି ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲେ ଖାଉଟି ଅଯଥାରେ ଟଙ୍କା ଗଣନ୍ତେ ନାହିଁ । ନୟାଗଡ଼ର ସଦାଶିବ ସାହୁ କୁହନ୍ତି, ସରକାର ଘରେ ଗ୍ୟାସ୍‌ ସିଲିଣ୍ଡର ପହଞ୍ଚାଇବା ପାଇଁ ସମସ୍ତ ଟଙ୍କା ହିସାବ କରି ଏକାଥରେ ନେଇ ଯାଉଛନ୍ତି । ସିଲିଣ୍ଡର ପିଛା ଯେଉଁ ୧୯ଟଙ୍କା ୫୦ ପଇସା ଗ୍ୟାସ ଏଜେନ୍ସି ଦେବା କଥା ତାହା ଆମ ଟଙ୍କା । ଆମେ ଗୋଦାମରୁ ଗ୍ୟାସ୍‌ ସିଲିଣ୍ଡର ଆଣିଲେ ଗ୍ୟାସ ଏଜେନ୍ସି ପରିବହନ ଖର୍ଚ୍ଚ ଆମକୁ ଦେବା କଥା । ହେଲେ ସେ ଆମକୁ ନାଲି ଆଖି ଦେଖାଇ ମନ ପାଇଲେ ସିଲିଣ୍ଡର ନିଅ ନ ହେଲେ ଯାହା କରୁଛ କର ବୋଲି କହୁଛନ୍ତି । ଏଣୁ ଖାଉଟି ବାଧ୍ୟବାଧକତାରେ ଚୁପ୍‌ ରହି ସିଲିଣ୍ଡର ଆଣୁଛନ୍ତି। ଖଣ୍ଡପଡ଼ାର ମନୋଜ ସ୍ବାଇଁ କୁହନ୍ତି, ମୋ ବାବୁ କୁହନ୍ତି, ଆମେ ଚାକିରିଆ ଲୋକ । ଗୋଦାମକୁ ଯାଇ ଲାଇନ କରି ସିଲିଣ୍ଡର ଆଣିବାକୁ ଆମ ପାଖରେ ସମୟ ନାହିଁ । ଆମ ଘରକୁ ଗ୍ୟାସ ଏଜେନ୍ସି ସିଲିଣ୍ଡର ପଠାଉଥିବାରୁ ଧନ୍ୟବାଦ। ପରିବହନ ଖର୍ଚ୍ଚ ନ ଦେଉ । ଆମଠାରୁ ୩୦ରୁ ୪୦ ଟଙ୍କା ନେଲେ ଆମେ ପ୍ରତିବାଦ କରିପାରିବୁନି । କାରଣ ଆମେ ଭଲ ସେବା ପାଉଛୁ । ମୋ ବାବୁଙ୍କ ପରି କେତେଜଣ ଲୋକଙ୍କ ଯୋଗୁ ଆମେ ଗରିବ ଲୋକ ଟଙ୍କା ଗଣିବାକୁ ପଡୁଛି । ଭାପୁରର ସଦାଶିବ ଦାସ କୁହନ୍ତି, ନୟାଗଡ଼ ଜିଲାରେ ସବୁ ଖାଉଟି ଠକାମିର ଶିକାର ହେଉଛନ୍ତି। ଗୋଦାମରୁ ଗ୍ୟାସ୍‌ ସିଲିଣ୍ଡର ଆଣିଲେ ପରିବହନ ଖର୍ଚ୍ଚ ୧୩ ଟଙ୍କା ୫୦ ପଇସା ମିଳୁନି । ପୁଣି ଘରେ ଏଜେନ୍ସି ମାଗଣାରେ ଗ୍ୟାସ୍‌ ସିଲିଣ୍ଡର ପରିବହନ କରୁନି। ପରିବହନ ଖର୍ଚ୍ଚ ବାବଦକୁ ଏଜେନ୍ସି କର୍ମଚାରୀ ଦୂରତା ଅନୁସାରେ ୨୦ରୁ ଆରମ୍ଭ କରି ୫୦ ଟଙ୍କା ପର୍ଯ୍ୟନ୍ତ ନେଉଛନ୍ତି। ଏହାକୁ ବନ୍ଦ କରିବାକୁ ହେଲେ ଖାଉଟିମାନେ ପ୍ରତିବାଦ କରିବା ଦରକାର । ଓଡ଼ଗାଁର ପବିତ୍ର ପ୍ରଧାନ କୁହନ୍ତି, ଏବେ ବୁକିଂର ୨୪ ଘଣ୍ଟା ଭିତରେ ଗ୍ୟାସ ସିଲିଣ୍ଡର ମିଳି ଯାଉଛି । ତେବେ ପରିବହନ ଖର୍ଚ୍ଚ ଦେବାକୁ ମନା କଲେ ୭ରୁ ୧୫ ଦିନ ଭିତରେ ଗ୍ୟାସ ସିଲିଣ୍ଡର ଆସିପାରେ । ଅଧିକାଂଶ ସମୟରେ ବାହାନା ଦେଖାଇ ଗୋଦାମରୁ ନେବାକୁ ପରାମର୍ଶ ମିଳୁଛି। ଏଣୁ ଝମେଲାରୁ ରକ୍ଷା ପାଇଁ ଖାଉଟି ପରିବହନ ଖର୍ଚ୍ଚ ଦେଇ ଚୁପ୍‌ ରହୁଛନ୍ତି । ସରକାର ଏ ଦିଗରେ ସଚେତନତା ସୃଷ୍ଟି କରୁନାହାନ୍ତି । ଦଶପଲ୍ଲାର ନାରାୟଣ ସାହୁ କୁହନ୍ତି, ଗ୍ୟାସ ଏଜେନ୍ସି ଓ ଏହାର କର୍ମଚାରୀ ଖାଉଟିଙ୍କୁ ନାଲି ଆଖି ଦେଖାଇ ଓ ବେଳେ ବେଳେ କଅଁଳିଆ କଥା କହି ପରିବହନ ଖର୍ଚ୍ଚ ନେଉଛନ୍ତି । ଜିଲା ଯୋଗାଣ ବିଭାଗ, ଜିଲା ଓ ବ୍ଳକ ପ୍ରଶାସନ, ସରକାର, ରାଜନେତା ଏ ଦିଗରେ ପଦକ୍ଷେପ ନେଉ ନ ଥିବାରୁ ଖାଉଟି ଠକାମିର ଶିକାର ହୋଇ ଚାଲିଛନ୍ତି । ଏନେଇ ସଚେତନତା ଦରକାର । ପ୍ରଶାସନର ଚଢ଼ାଉ ଦରକାର । ଏପରି କରା ନ ଗଲେ ଗ୍ୟାସ ଏଜେନ୍ସି ବାରମ୍ବାର ଖାଉଟିଙ୍କୁ ଲୁଟି ଚାଲିଥିବେ । ଏହାର ପରିବର୍ତ୍ତନ ହେବ ନାହିଁ ବୋଲି କହିଛନ୍ତି । ନୟାଗଡ଼ ଅତିରିକ୍ତ ଜିଲାପାଳ ଦିଲୀପ କୁମାର ବଳ କୁହନ୍ତି, ପରିବହନ ଖର୍ଚ୍ଚ ପାଉଥିବାରୁ ଗ୍ୟାସ ଏଜେନ୍ସି ଘରେ ଗ୍ୟାସ ସିଲିଣ୍ଡର ମାଗଣରେ ପହଞ୍ଚାଇବା ନିହାତି ଦରକାର । ଯେହେତୁ ପରିବହନ ଖର୍ଚ୍ଚରେ ଅନିୟମିତତା ଚାଲିଛି ଏ ଦିଗରେ ଚଢ଼ାଉ କରାଯାଇ ଆଇନଗତ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri