Categories: ଖେଳ

୬ଟି ଆଙ୍ଗୁଠି ଥିବା ଏହି ଖେଳାଳି ମାରିଥିଲେ ୬ଟି ବଲ୍‌ରୁ ୬ଟି ଛକା

ଓ୍ବେଷ୍ଟଇଣ୍ଡିଜର ପ୍ରସିଦ୍ଧ ଖେଳାଳି ଗ୍ୟାରି ସୋବର୍ସଙ୍କ ୮୪ ବର୍ଷରେ ପଦାର୍ପଣ କରିଛନ୍ତି। ଜନ୍ମରୁ ଏହି ମହାନ କ୍ରିକେଟରଙ୍କ ଦୁଇ ହାତରେ ୧୨ ଟି ଆଙ୍ଗୁଠି ଥିଲା ଅର୍ଥାତ ଗୋଟିଏ ହାତରେ ୬ଟି ଆଙ୍ଗୁଠି ଥିଲା। ୱିସଡେନର ଶତାବ୍ଦୀର ପାଞ୍ଚଜଣ ଶ୍ରେଷ୍ଠ କ୍ରିକେଟରଙ୍କ ମଧ୍ୟରୁ ସାର୍‌ ଗ୍ୟାରି ଥିରେ ଅନ୍ୟତମ। ସେ ଜୁଲାଇ ୨୮, ୧୯୩୬ରେ ବାରବାଡୋସରେ ଜନ୍ମଗ୍ରହଣ କରିଥିଲେ। ‘ଗ୍ୟାରି ସୋବର୍ସ: ମୋ ଆତ୍ମଜୀବନୀ’ ରେ ସେ ନିଜ ୧୨ଟି ଆଙ୍ଗୁଠି ବିଷୟରେ ଉଲ୍ଲେଖ କରିଛନ୍ତି। ସୋବର୍ସ ଲେଖିଛନ୍ତି, ‘ଅନ୍ୟ ପିଲାମାନେ କହିବେ ଯେ ମୁଁ କ୍ରିକେଟରେ ବହୁତ ଭଲ, କାରଣ ମୋ ହାତରେ ୬ଟି ଆଙ୍ଗୁଠି ଥିଲା। ପ୍ରକୃତରେ ଯେତେବେଳେ ମୁଁ ପ୍ରାୟ ୯ କିମ୍ବା ୧୦ ବର୍ଷ ବୟସର ଥିଲେ ଗୋଟିଏ ହାତର ଅତିରିକ୍ତ ଆଙ୍ଗୁଠି ଖସିଗଲା। ମୁଁ ପ୍ରଥମ ଥର ପାଇଁ ୧୧ଟି ଆଙ୍ଗୁଠି ସାହାଯ୍ୟରେ କ୍ରିକେଟ ଖେଳିଥିଲି। ଏହା ପରେ ୧୪ କିମ୍ବା ୧୫ ବର୍ଷ ବୟସରେ ମୁଁ ମୋର ଆଉ ଗୋଟିଏ ହାତ ଆଙ୍ଗୁଠି କାଢିଦେଲି। ୧୯୫୮ ମସିହାରେ ମାତ୍ର ୨୧ ବର୍ଷ ବୟସରେ ପ୍ରଥମ ଶତକକୁ ତ୍ରିଶତକରେ ପରିଣତ କରିଥିଲେ। ତା’ପରେ ସେ କିଙ୍ଗଷ୍ଟୋନରେ ପାକିସ୍ତାନ ବିପକ୍ଷରେ ଅପରାଜିତ ୩୬୫ ସ୍କୋର କରିଥିଲେ, ଯାହାକି ବିଶ୍ୱ ରେକର୍ଡ ଥିଲା। ୧୯୬୮ରେ ସୋବର୍ସ ନଟିଂହାମଶାୟା ପକ୍ଷରୁ କାଉଣ୍ଟି ଖେଳୁଥିବା ବେଳେ ଗ୍ଲାମରଗାନର ମାଲକମ ନାଶଙ୍କ ଓଭରର ସମସ୍ତ ୬ଟି ବଲରେ ୬ଟି ଛକା ମାରିଥିଲେ। ପ୍ରଥମ ଶ୍ରେଣୀ କ୍ରିକେଟରେ ଏହା ପ୍ରଥମ ଥିଲା। ୧୯୮୫ରେ, ରବି ଶାସ୍ତ୍ରୀ ବାରୋଡାର ତିଲକ ରାଜଙ୍କ ବଲ୍‌ରୁ ୬ ଛକା ମାରି ଏହି ରେକର୍ଡକୁ ସମାନ କରିଥିଲେ।
୧୯୭୪ରେ କ୍ରିକେଟରୁ ଅବସର ନେଇଥିଲେ। ୯୩ ଟେଷ୍ଟ ମ୍ୟାଚରେ ସେ ୫୭.୭୮ ହାରରେ ୮୦୩୨ ରନ ସଂଗ୍ରହ କରିବା ସହିତ ୨୩୫ଟି ଉଇକେଟ ନେଇଥିଲେ। ତାଙ୍କ ନାମରେ ୨୬ଟି ଶତକ ଏବଂ ୩୦ଟି ଅର୍ଦ୍ଧ ଶତକ ରହିଛି।

Share