ସୁନ୍ଦର ତ୍ୱଚା ପାଇଁ ରସୁଣ

ରସୁଣରେ ଭରି ରହିଛି ଅନେକ ସୌନ୍ଦର୍ଯ୍ୟ ବୃଦ୍ଧିକାରୀ ଗୁଣ; ଯାହାକୁ ବ୍ୟବହାର କରି ଆପଣ ଖୁବ୍‌ କମ୍‌ ଖର୍ଚ୍ଚରେ ସୁନ୍ଦର ବେଦାଗ ତ୍ୱଚା ପାଇପାରିବେ। ଜାଣିରଖନ୍ତୁ ଏହାକୁ ବ୍ୟବହାର କରିବାର କେତୋଟି ଉପାୟ…

୩-୪ଟି ରସୁଣ କୋଲାକୁ ଛେଚି ଅଳ୍ପ ପାଣିରେ ଭଲ ଭାବେ ଫୁଟାଇ ଦିଅନ୍ତୁ। ଏହାକୁ କାଢି ପେଷ୍ଟ ପ୍ରସ୍ତୁତ କରି ମୁହଁରେ ଦାଗ ଥିବା ସ୍ଥାନରେ ଲଗାଇ କିଛି ସମୟ ରଖିବା ପରେ ଧୋଇ ଦିଅନ୍ତୁ। କିଛିଦିନ ଏପରି କଲେ ବେଦାଗ ତ୍ୱଚା ପାଇପାରିବେ।
ଦୁଇ କୋଲା ରସୁଣକୁ ଛେଚି ରସ ବାହାର କରିଦିଅନ୍ତୁ। ସେଥିରେ ସମ ପାରିମାଣରେ ହ୍ବାଇଟ୍‌ ଭିନେଗାର ମିଶାନ୍ତୁ। ଉକ୍ତ ମିଶ୍ରଣକୁ ତୁଳାରେ ନେଇ ବ୍ରଣ ହୋଇଥିବା ସ୍ଥାନରେ ଲଗାନ୍ତୁ। ଏଥିରେ ଭରି ରହିଥିବା ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟିଫଙ୍ଗାଲ, ଆଣ୍ଟିବାୟୋଟିକ୍‌, ଆଣ୍ଟିସେପ୍ଟିକ୍‌ ଏବଂ ଜର୍ମିସାଇଡ୍‌ ତତ୍ତ୍ୱ ଖୁବ୍‌ଶୀଘ୍ର ବ୍ରଣ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ।
ଏଜିଂ ସମସ୍ୟା, ରିଙ୍କଲ୍‌ ମାର୍କ ଦୂର କରିବା ଲାଗି ରସୁଣ ବ୍ୟବହାର କରିପାରିବେ। କାରଣ ଏଥିରେ ଥିବା ସଲଫର୍‌ କୋଲାଜେନ୍‌ ପ୍ରସ୍ତୁତ କରି ଏଜ୍‌ମାର୍କ ଦୂର କରିଥାଏ। ୨-୩ କୋଲା ରସୁଣକୁ ଭଲ ଭାବେ ଛେଚି କିମ୍ବା ବାଟି ଫେସ୍‌ପ୍ୟାକ୍‌ରେ ମିଶାଇ ମୁହଁରେ ଲଗାନ୍ତୁ। କିଛି ସମୟ ରଖିବା ପରେ ମୁହଁ ଧୋଇ ଦିଅନ୍ତୁ। ପ୍ରତିଦିନ ଏପରି କଲେ ପ୍ରିମ୍ୟାଚୋର ଏଜିଂ ସମସ୍ୟା ଦୂର ହୋଇଥାଏ।
ଅଧା ଟମାଟୋ ସହ ୩-୪ କୋଲା ରସୁଣ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ୨-୩ ପରସ୍ତ ମୋଟା କରି ତ୍ୱଚାରେ ଲଗାନ୍ତୁ। ୨୦ ମିନିଟ୍‌ ରଖିବା ପରେ ଅଳ୍ପ ଉଷୁମ ପାଣିରେ ଧୋଇ ଦିଅନ୍ତୁ। ଉଭୟରେ ଥିବା ଆଣ୍ଟିସେପ୍ଟିକ୍‌ ଗୁଣ ତ୍ୱଚାକୁ ଟାଇଟ୍‌ କରିବା ସହ ପୋର୍ସ ଦୂର କରିଥାଏ।
ନଡ଼ିଆ କିମ୍ବା ଅନ୍ୟ କୌଣସି ତେଲରେ ୩-୪ କୋଲା ରସୁଣ ପକାଇ ଫୁଟାଇ ଦିଅନ୍ତୁ। ଏହାକୁ ଷ୍ଟ୍ରେଚ୍‌ ମାର୍କ ଉପରେ ଧୀରେ ଧୀରେ ମସାଜ କରନ୍ତୁ। ପ୍ରତିଦିନ ଏହାକୁ ଲଗାଇଲେ ଆପଣ କିଛି ସପ୍ତାହ ମଧ୍ୟରେ ଷ୍ଟ୍ରେଚ୍‌ ମାର୍କ ଦୂର ହେଉଥିବା ଅନୁଭବ କରିବେ।