ମାଉଥ୍‌ ଓ୍ବାଶ୍‌ରେ ଗର୍ଗଲିଂ କଲେ ଦୂର ହେବ କରୋନା ସଂକ୍ରମଣ!

ବଜାରରେ ମିଳୁଥିବା ମାଉଥ୍‌ ଓ୍ବାଶ୍‌ ଦ୍ୱାରା ଗର୍ଗଲିଂ କଲେ ମୁହଁ ଓ ଗଳାରେ ଥିବା କରୋନା ଭାଇରସ୍‌ ସଂକ୍ରମଣ କିଛି ମାତ୍ରାରେ ଦୂର ହୋଇଯିବ ବୋଲି ବୈଜ୍ଞାନିକମାନେ ଏକ ଗବେଷଣା ପରେ ଦାବି କରିଛନ୍ତି। ପିଟିଆଇ ରିପୋର୍ଟ ଅନୁଯାୟୀ, ଜର୍ମାନର Ruhr University Bochumର ବୈଜ୍ଞାନିକ ଅନ୍ୟ ଗବେଶକଙ୍କ ସହ ମିଶି ମାଉଥ୍‌ ଓ୍ବାଶ୍‌ର ଉପଯୋଗ ଓ କରୋନା ଭାଇରସ୍‌କୁ ନେଇ ଗବେଷଣା କରିଛନ୍ତି। ଏହି ଗବେଷଣାରୁ ଜଣାପଡ଼ିଛି ଯେ, ମାଉଥ୍‌ ଓ୍ବାଶ୍‌ର ବ୍ୟବହାର ଦ୍ୱାରା ଶରୀରରେ କରୋନା ଦୂର ହେବ ବୋଲି ଦାବି କରାଯାଇ ନାହିଁ। କିନ୍ତୁ ବୈଜ୍ଞାନିକଙ୍କ କହିବା କଥା ଯେ, କରୋନା ରୋଗୀଙ୍କ ମୁହଁ ଓ ଗଳାରେ ବହୁ ସଂଖ୍ୟାରେ ଭାଇରସ୍‌ ରହିଥାନ୍ତି। ତେବେ ଭାଇରସ୍‌ର କିଛି ଅଂଶକୁ ନିଷ୍କ୍ରିୟ କରିବା ପାଇଁ ମାଉଥ୍‌ ଓ୍ବାଶ୍‌ର ବ୍ୟବହାର କରାଯାଇପାରେ। ଏହାଦ୍ୱାରା ମୁହଁ ଓ ଗଳାରେ ଥିବା ଭାଇରସ୍‌ର ପରିମାଣ କମିଯାଏ ଏବଂ ସୀମିତ ସମୟ ପାଇଁ ସଂକ୍ରମଣ ହେବାର ଆଶଙ୍କା ମଧ୍ୟ କମିଯାଇଥାଏ ବୋଲି ବୈଜ୍ଞାନିକମାନେ କହିଛନ୍ତି। Journal of Infectious Diseasesରେ ଏହି ଗବେଷଣା ପ୍ରକାଶିତ ହୋଇଛି। ଏଥିସହ ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ଯେ, କରୋନା ସଂକ୍ରମଣ ପାଇଁ ମାଉଥ୍‌ ଓ୍ବାଶ୍‌ ଉପଯୁକ୍ତ ଚିକିତ୍ସା ନୁହେଁ ଏବଂ ଏହା ସଂକ୍ରମଣକୁ ସମ୍ପୂର୍ଣ୍ଣ ରୂପେ ପ୍ରତିରୋଧ କରିପାରିବ ନାହିଁ। ସଂକ୍ରମଣ ମୁଖ୍ୟତଃ ସଂକ୍ରମିତ ବ୍ୟକ୍ତିଙ୍କ ନିଶ୍ୱାସରୁ ନିର୍ଗତ ହୋଇଥିବା ଭାଇରସ୍‌ କଣିକାର ସଂସ୍ପର୍ଶରେ ଆସିବା ପରେ ହୋଇଥାଏ। ତେଣୁ ମାଉଥ୍‌ ଓ୍ବାଶ୍‌ରେ ଗର୍ଗଲିଂ କରିବା ପରେ ସଂକ୍ରମଣ ହେବାର ସମ୍ଭାବନା କମିଯାଏ। କିନ୍ତୁ ଏହି ବିଷୟ ଉପରେ ଅଧିକ କ୍ଲିନିକାଲ ଗବେଷଣା ଆବଶ୍ୟକ ରହିଛି ବୋଲି ବୈଜ୍ଞାନିକମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri