ବର୍ଜ୍ୟବସ୍ତୁରୁ ବଗିଚା

କାମାକ୍ଷାନଗର, ୧୭।୧(ଡି.ଏନ୍‌.ଏ.) ଅଗଣାରେ ହସୁଛି ରଙ୍ଗବେରଙ୍ଗ ଫୁଲ। କେଉଁଠି ସେବତୀ, ଗେଣ୍ଡୁ, ସଦାବିହାରୀ ତ ଆଉ କେଉଁଠି ଡାଲିଆ, ବରବିନା, ଦାଇଁଥସ୍‌, ପେଟୁନିଆ, ଇମ୍ପ୍ରେସନ, ଜେର୍‌ବେରା, ଗାଜାନିଆ, ଭିନକା ଭଳି ବିଦେଶୀ ଫୁଲ। କେବଳ ଫୁଲଗଛ ନୁହେଁ, ଲଙ୍କା, ବାଇଗଣ, କଲରା, ଭେଣ୍ଡି ସାଙ୍ଗକୁ ଭଳିକି ଭଳି କ୍ରୋଟନ ଗଛର ସମ୍ଭାର। କୌଣସି ନର୍ସରି କି ପାର୍କ ନୁହେଁ, କାମାକ୍ଷାନଗର ମେଡିକାଲ କ୍ୱାର୍ଟର୍ସର ସୀମିତ ଅଗଣାରେ ବର୍ଜ୍ୟ ସାମଗ୍ରୀ ବ୍ୟବହାର କରି କରାଯାଇଛି ଏଭଳି ଫୁଲ ବଗିଚା। ଆଉ ଏହା ପଛରେ ଯାହାର ହାତ ରହିଛି, ସେ ହେଉଛନ୍ତି ଅନିତା ସେନାପତି। ଅନିତାଙ୍କ ଏଭଳି ଉଦ୍ୟମକୁ ସ୍ବାସ୍ଥ୍ୟ ବିଭାଗ ଭୂୟସୀ ପ୍ରଶଂସା କରିଥିବାବେଳେ ତାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଅନ୍ୟ କେତେଜଣ ଏଭଳି କିଚେନ ଗାର୍ଡେନ କରିବାକୁ ଆଗ୍ରହୀ ହୋଇଛନ୍ତି।
ଢେଙ୍କାନାଳ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟର ବରିଷ୍ଠ ଟେକ୍ନିସିଆନ ବିଜୟ ସେନାପତିଙ୍କ ସ୍ତ୍ରୀ ହେଉଛନ୍ତି ଅନିତା। ୫ବର୍ଷ ତଳେ ବଦଳି ହୋଇ ଏଠାକୁ ଆସିବା ବେଳକୁ କ୍ୱାର୍ଟର୍ସ ପରିତ୍ୟକ୍ତ ହୋଇପଡ଼ିଥିଲା। ଆଖପାଖ ଅଞ୍ଚଳ ପ୍ଲାଷ୍ଟିକ୍‌ ବର୍ଜ୍ୟରେ ଭର୍ତ୍ତି ହୋଇଥିଲା। ଖୁବ୍‌ କମ୍‌ ଜାଗାରେ କିଚେନ ଗାର୍ଡେନ କରାଯାଇପାରିବ ବୋଲି ପତ୍ରପତ୍ରିକା ଏବଂ ୟୁଟ୍ୟୁବ୍‌ରୁ ଜାଣିବା ପରେ ଏଥିପ୍ରତି ବଢ଼ିଥିଲା ତାଙ୍କର ଆଗ୍ରହ। ପାଖାପାଖି ୩ବର୍ଷ ତଳେ ତାଙ୍କ ଉଦ୍ୟମରେ ଅଗଣାରେ ଆରମ୍ଭ ହୋଇଥିବା ଫୁଲ ବଗିଚା ଏବେ ଅଞ୍ଚଳବାସୀଙ୍କ ପାଇଁ ପାଲଟିଛି ଆକର୍ଷଣର କେନ୍ଦ୍ରବିନ୍ଦୁ। ‘ଇଚ୍ଛା ଥିଲେ ଉପାୟ ମିଳେ’ ଏହି ଆପ୍ତବାକ୍ୟକୁ ସେ ସତ କରି ଦେଖାଇଛନ୍ତି।
ଏ ସଂକ୍ରାନ୍ତରେ ଅନିତା କୁହନ୍ତି, ସରକାରୀ କ୍ୱାର୍ଟର୍ସର ସୀମିତ ଅଗଣା, ପାଇଖାନା ଟାଙ୍କିରେ ଏଭଳି ଫୁଲ ବଗିଚା ଏବଂ କିଚେନ ଗାର୍ଡେନ୍‌ କରିବା ଲାଗି ତାଙ୍କୁ ବହୁ ପରିଶ୍ରମ କରିବାକୁ ପଡ଼ିଛି। କମ୍‌ ମାଟି ବ୍ୟବହାର କରି ଫୁଲକୁଣ୍ଡ, କୁଡୁଆରେ ଲଗାଯାଇଛି ଫୁଲଗଛ। ସ୍ଥାନାଭାବରୁ କେତେକ ଗଛ ପ୍ଲାଷ୍ଟିକ୍‌ ବୋତଲରେ ଲଗାଇ କାନ୍ଥରେ ଟଙ୍ଗାଯାଇଛି। ଏସବୁରେ ରାସାୟନିକ ସାର ପ୍ରୟୋଗ କରାଯାଉନାହିଁ। ରୋଷେଇ ଘରୁ ବାହାରୁଥିବା ଚା ପତି, ଜୈବିକ ଖତ ଦିଆଯାଉଛି। ଅଗଣାରୁ ବାହାରୁଥିବା ସ୍ବାଦିଷ୍ଟ ପନିପରିବା ଘର ଚଳାଇବାକୁ ଯଥେଷ୍ଟ ନ ହେଲେ ମଧ୍ୟ ବେଶ୍‌୍‌ ଖୁସି ଦେଉଛି। ଚାରା ସଂଗ୍ରହ, ଅଦରକାରୀ ପ୍ଲାଷ୍ଟିକ୍‌ ଡବାକୁ ଗଛ ଲଗାଇବା ଉପଯୋଗୀ କରିବା ଏବଂ କୁଣ୍ଡ ସଜାଡ଼ିବା ଆଦି କାର୍ଯ୍ୟ ଲାଗି ଦୈନିକ ସକାଳେ ଓ ଅପରାହ୍ନରେ ୨ ଘଣ୍ଟା ଦିଅନ୍ତି। ଏବେ କ୍ୱାର୍ଟର୍ସରେ ଥିବାରୁ ଇଚ୍ଛା ଥିଲେ ବି ଅଧିକ ଗଛ ଲଗାଇବା ସମ୍ଭବ ନୁହେଁ। ଭବିଷ୍ୟତରେ ନିଜର ଘର ତିଆରି କଲେ ଛାତ ଉପରେ ବଡ଼ କିଚେନ ଗାର୍ଡେନ ତିଆରି କରିବେ ବୋଲି ଅନିତା କହିଛନ୍ତି। ଅନିତାଙ୍କ ଦୁଇ ସନ୍ତାନଙ୍କ ମଧ୍ୟରୁ ଝିଅ ବିବାହ କରିସାରିଛନ୍ତି। ପୁଅ ବାହାରେ ରହି ଇଞ୍ଜିନିୟରିଂ ପାଠ ପଢୁଛନ୍ତି। ସ୍ବାମୀ କାମକୁ ଯିବାପରେ ଦିନ ତମାମ ଘରେ ବସି ଅନିତା ବୋର୍‌ ହେଉଥିଲେ। ଏବେ ବଗିଚାରେ ସମୟ ଅତିବାହିତ ହେବା ସହିତ ମାନସିକ ଶାନ୍ତି ମିଳୁଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

ଦିଗପହଣ୍ଡିରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି,୨୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ବୁଧବାର ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଶିଳାନ୍ୟାସ କରିଛନ୍ତି । ରାଜ୍ୟ...

ଶୀତ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଭାତୀ

ଦାରିଙ୍ଗବାଡି, ୨୪/୧୨ (ଅରୁଣ ସାହୁ):  ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri