ସାଇକେଲରେ ବୁହା ହେଉଛି ଅଳିଆ

କେନ୍ଦୁଝର ପୌରପାଳିକା

କେନ୍ଦୁଝର,୧୮।୪(ସ୍ବ.ପ୍ର.)କେନ୍ଦୁଝର ଜିଲା ମୁଖ୍ୟାଳୟ ତଥା ପୌରପାଳିକାରେ ସାଇକେଲରେ ବୁହା ହେଉଛି ଅଳିଆ। ମଇଳା ଆବର୍ଜନା ସଫେଇ ପାଇଁ ଠିକ ସଂସ୍ଥା ଜରିଆରେ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ସଫେଇ କର୍ମଚାରୀମାନଙ୍କୁ ଟ୍ରଲି ଗାଡ଼ି ଦିଆଯାଉନାହିଁ। ଏଥିସହ ସୁରକ୍ଷା ଉପକରଣ ମଧ୍ୟ ମିଳୁନାହିଁ। ଫଳରେ ସହରରେ କିପରି ସଫେଇ କାମ ଚାଲିଛି ବେଶ ଅନୁମାନ କରିହେବ। ରବିବାର ୧୪ ନଂ. ଓ୍ବାର୍ଡରେ ଜଣେ କର୍ମଚାରୀ ସାଇକେଲରେ ମଇଳା ଆବର୍ଜନା ଉଠାଉଥିବା ନଜରକୁ ଆସିଥିଲା। କର୍ମଚାରୀମାନଙ୍କୁ ଠିକ୍‌ ମାନର ଗ୍ଲୋଭସ, ମାସ୍କ, ଜୋତା ଭଳି ନିୟମାନୁଯାୟୀ ସୁରକ୍ଷା ଉପକରଣ ମିଳୁନାହିଁ। ଫଳରେ ସେମାନଙ୍କ ସ୍ବାସ୍ଥ୍ୟ ପ୍ରତି ବିପଦ ରହୁଛି। ସେହିପରି କମ ମଜୁରି ପ୍ରଦାନ କରାଯାଉଥିବା ବେଳେ ଠିକ ପ୍ରତିଶତ ଇପିଏଫ, ଇଏସ୍‌ଆଇ ମଧ୍ୟ ଜମା ହେଉ ନ ଥିବା ଅଭିଯୋଗ କରିଛନ୍ତି। ସଫେଇ କାମ ବାହାର ଠିକା ସଂସ୍ଥା କରୁଥିବା ବେଳେ କେତେକ କାଉନ୍‌ସିଲର ସୁବିଧା ପାଇ ଏଥି ପ୍ରତି ମୁହଁ ଖୋଲୁ ନାହାନ୍ତି। ମୁହଁ ଖୋଲିଲେ କାମ ଚାଲିଯିବା ଭୟରେ କର୍ମଚାରୀମାନେ ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି। ଏନେଇ ପାୈରପାଳିକା ନିର୍ବାହୀ ଅଧିକାରୀ ଦାୟିତ୍ୱରେ ଥିବା ଧିମନ ଚକମା କର୍ମଚାରୀଙ୍କ ସମସ୍ୟାକୁ ନେଇ ପଦକ୍ଷେପ ନେବେ ବୋଲି ଆଶ୍ୱାସନା ଦେଇଥିବାରୁ କର୍ମଚାରୀମାନେ ଆଶାବାଦୀ ରହିଛନ୍ତି ।

ବେଆଇନ ନିର୍ମାଣ ଉପରେ କାର୍ଯ୍ୟାନୁଷ୍ଠାନ
କେନ୍ଦୁଝର ପୌରାଞ୍ଚଳରେ ଚାଲିଥିବା ବ୍ୟାପକ ଅବ୍ୟବସ୍ଥା ଓ ଅନିୟମତତାକୁ ନେଇ ଜନ ଅସନ୍ତୋଷ ବଢୁଥିଲା। ଦୀର୍ଘ ବର୍ଷର ଅସନ୍ତୋଷ ଲାଗି ରହିଥିବା ବେଳେ ନିକଟରେ ନିର୍ବାହୀ ଅଧିକାରୀ ଭାବେ ଧୀମନ ଚକମା ଦାୟିତ୍ୱ ନେବା ପରେ ଚାଲିଥିବା ଧରପଗଡ଼କୁ ନେଇ ଲୋକେ ଆସ୍ବସ୍ଥ ହୋଇଛନ୍ତି। ପୌରପାଳିକାରେ ସଫେଇ କର୍ମଚାରୀଙ୍କ ସମସ୍ୟା ଶୁଣିବା ସହ ଅନୁମୋଦିତ ହୋଇଥିବା ବେଆଇନ ପ୍ଲାନ୍‌ ଅନୁଧ୍ୟାନ କରୁଛନ୍ତି। ବିନା ପ୍ଲାନ୍‌ରେ ଏବଂ ପାର୍କିଂ ବ୍ୟବସ୍ଥାରେ ନିର୍ମାଣ ହୋଇଥିବା ବ୍ୟବସାୟିକ କୋଠା, ଶିକ୍ଷାନୁଷ୍ଠାନକୁ ନୋଟିସ୍‌ କରିବା ସହ ବେଆଇନ ଜବରଦଖଲ ଓ ନିର୍ମାଣ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ଯାହାକୁ ନେଇ ସହରବାସୀ ସାଧୁବାଦ ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ଖଳିଆପାଲି ଛକ ବୁଲାଣିରେ କେମିକାଲ ବୋଝେଇ ଟ୍ୟାଙ୍କର ଲିକେଜ, ଲୋକେ ଭୟଭୀତ…

ଜୁନାଗଡ଼,୨୮।୩(ସୁନୀଲ କୁମାର ସିଂହ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଖଳିଆପାଲି ଛକ ବୁଲାଣି ଠାରେ ଶନିବାର ସନ୍ଧ୍ୟାରେ ଏକ କେମିକାଲ ବୋଝେଇ ଟ୍ୟାଙ୍କରରୁ ହଟାତ ଗ୍ୟାସ ଲିକେଜ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri