ସାଇକେଲରେ ବୁହା ହେଉଛି ଅଳିଆ

କେନ୍ଦୁଝର ପୌରପାଳିକା

କେନ୍ଦୁଝର,୧୮।୪(ସ୍ବ.ପ୍ର.)କେନ୍ଦୁଝର ଜିଲା ମୁଖ୍ୟାଳୟ ତଥା ପୌରପାଳିକାରେ ସାଇକେଲରେ ବୁହା ହେଉଛି ଅଳିଆ। ମଇଳା ଆବର୍ଜନା ସଫେଇ ପାଇଁ ଠିକ ସଂସ୍ଥା ଜରିଆରେ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ସଫେଇ କର୍ମଚାରୀମାନଙ୍କୁ ଟ୍ରଲି ଗାଡ଼ି ଦିଆଯାଉନାହିଁ। ଏଥିସହ ସୁରକ୍ଷା ଉପକରଣ ମଧ୍ୟ ମିଳୁନାହିଁ। ଫଳରେ ସହରରେ କିପରି ସଫେଇ କାମ ଚାଲିଛି ବେଶ ଅନୁମାନ କରିହେବ। ରବିବାର ୧୪ ନଂ. ଓ୍ବାର୍ଡରେ ଜଣେ କର୍ମଚାରୀ ସାଇକେଲରେ ମଇଳା ଆବର୍ଜନା ଉଠାଉଥିବା ନଜରକୁ ଆସିଥିଲା। କର୍ମଚାରୀମାନଙ୍କୁ ଠିକ୍‌ ମାନର ଗ୍ଲୋଭସ, ମାସ୍କ, ଜୋତା ଭଳି ନିୟମାନୁଯାୟୀ ସୁରକ୍ଷା ଉପକରଣ ମିଳୁନାହିଁ। ଫଳରେ ସେମାନଙ୍କ ସ୍ବାସ୍ଥ୍ୟ ପ୍ରତି ବିପଦ ରହୁଛି। ସେହିପରି କମ ମଜୁରି ପ୍ରଦାନ କରାଯାଉଥିବା ବେଳେ ଠିକ ପ୍ରତିଶତ ଇପିଏଫ, ଇଏସ୍‌ଆଇ ମଧ୍ୟ ଜମା ହେଉ ନ ଥିବା ଅଭିଯୋଗ କରିଛନ୍ତି। ସଫେଇ କାମ ବାହାର ଠିକା ସଂସ୍ଥା କରୁଥିବା ବେଳେ କେତେକ କାଉନ୍‌ସିଲର ସୁବିଧା ପାଇ ଏଥି ପ୍ରତି ମୁହଁ ଖୋଲୁ ନାହାନ୍ତି। ମୁହଁ ଖୋଲିଲେ କାମ ଚାଲିଯିବା ଭୟରେ କର୍ମଚାରୀମାନେ ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି। ଏନେଇ ପାୈରପାଳିକା ନିର୍ବାହୀ ଅଧିକାରୀ ଦାୟିତ୍ୱରେ ଥିବା ଧିମନ ଚକମା କର୍ମଚାରୀଙ୍କ ସମସ୍ୟାକୁ ନେଇ ପଦକ୍ଷେପ ନେବେ ବୋଲି ଆଶ୍ୱାସନା ଦେଇଥିବାରୁ କର୍ମଚାରୀମାନେ ଆଶାବାଦୀ ରହିଛନ୍ତି ।

ବେଆଇନ ନିର୍ମାଣ ଉପରେ କାର୍ଯ୍ୟାନୁଷ୍ଠାନ
କେନ୍ଦୁଝର ପୌରାଞ୍ଚଳରେ ଚାଲିଥିବା ବ୍ୟାପକ ଅବ୍ୟବସ୍ଥା ଓ ଅନିୟମତତାକୁ ନେଇ ଜନ ଅସନ୍ତୋଷ ବଢୁଥିଲା। ଦୀର୍ଘ ବର୍ଷର ଅସନ୍ତୋଷ ଲାଗି ରହିଥିବା ବେଳେ ନିକଟରେ ନିର୍ବାହୀ ଅଧିକାରୀ ଭାବେ ଧୀମନ ଚକମା ଦାୟିତ୍ୱ ନେବା ପରେ ଚାଲିଥିବା ଧରପଗଡ଼କୁ ନେଇ ଲୋକେ ଆସ୍ବସ୍ଥ ହୋଇଛନ୍ତି। ପୌରପାଳିକାରେ ସଫେଇ କର୍ମଚାରୀଙ୍କ ସମସ୍ୟା ଶୁଣିବା ସହ ଅନୁମୋଦିତ ହୋଇଥିବା ବେଆଇନ ପ୍ଲାନ୍‌ ଅନୁଧ୍ୟାନ କରୁଛନ୍ତି। ବିନା ପ୍ଲାନ୍‌ରେ ଏବଂ ପାର୍କିଂ ବ୍ୟବସ୍ଥାରେ ନିର୍ମାଣ ହୋଇଥିବା ବ୍ୟବସାୟିକ କୋଠା, ଶିକ୍ଷାନୁଷ୍ଠାନକୁ ନୋଟିସ୍‌ କରିବା ସହ ବେଆଇନ ଜବରଦଖଲ ଓ ନିର୍ମାଣ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ଯାହାକୁ ନେଇ ସହରବାସୀ ସାଧୁବାଦ ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri