ରାସ୍ତାରେ ପଡ଼ି ରହିଛି ଅଳିଆ

ଭୁବନେଶ୍ୱର,୫।୫(ବ୍ୟୁରୋ): ରାଜଧାନୀ ଭୁବନେଶ୍ବରର ପରିମଳ ବ୍ୟବସ୍ଥା ସୁଧାରିବାକୁ ଭୁବନେଶ୍ବର ମହାନଗର ନିଗମ (ବିଏମସି) ପକ୍ଷରୁ ବ୍ୟାପକ ଯୋଜନା କରାଯାଉଛି। ତେବେ ବିଭିନ୍ନ କାରଣରୁ ବିଏମ୍‌ସିକୁ ସମାଲୋଚନାର ଶିକାର ହେବାକୁ ପଡ଼ୁଛି। ବିଏମ୍‌ସି ଦକ୍ଷିଣ ପଶ୍ଚିମ ଜୋନ୍‌ର ଏକାଧିକ ଓ୍ବାର୍ଡକୁ ସଫେଇ ଗାଡ଼ି ଯାଉ ନ ଥିବାରୁ ରାସ୍ତାଘାଟ ଗଳିକନ୍ଦିରେ ଅଳିଆ ପଡି ରହୁଛି। ସମାନ ପରିସ୍ଥିତି ଉତ୍ତର ଜୋନ୍‌ ଅଧୀନ ୱାର୍ଡ ନଂ.୫ରେ ଦେଖିବାକୁ ମିଳୁଛି। ଗତ ୫ଦିନ ଧରି ଏହି ୱାର୍ଡରୁ ଅଳିଆ ଉଠିନାହିଁ। ଫଳରେ ଏବେ ୱାର୍ଡର ରାସ୍ତାଘାଟରେ ବର୍ଜ୍ୟବସ୍ତୁ ଗଦାହେବାରେ ଲାଗିଛି। ଅଞ୍ଚଳବାସୀ କହିଛନ୍ତି, ଅଳିଆ ଉଠାଇବାକୁ ସଫେଇ ଗାଡ଼ି ଓ ସଫେଇ କର୍ମଚାରୀ ଆସୁ ନ ଥିବାରୁ ଲୋକମାନେ ଏବେ ରାସ୍ତା ଉପରେ ବର୍ଜ୍ୟ ଫିଙ୍ଗିବା ଆରମ୍ଭ କରିଛନ୍ତି। ସହର ପରିମଳ ବ୍ୟବସ୍ଥାରେ ସାମାନ୍ୟ ଖିଲାପ କଲେ ଖିଲାପକାରୀଙ୍କଠାରୁ ବିଏମ୍‌ସି ଜରିମାନା ଆଦାୟ କରୁଛି। ମାତ୍ର ନିଜର ଭିତ୍ତିଭୂମି ସୁଧାରିବାରେ ବିଏମ୍‌ସି ଚରମ ଅବହେଳା କରୁଥିବା କହି ଓ୍ବାର୍ଡବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ ସ୍ଥାନୀୟ କର୍ପୋରେଟର ମିନୁଶ୍ରୀ ଖୁଣ୍ଟିଆ କହିଛନ୍ତି, ପୂର୍ବରୁ ବର୍ଜ୍ୟ ପରିଚାଳନାରେ ନିୟୋଜିତ ସଂସ୍ଥା ବଦଳିଛି। ତେଣୁ କିଛି ସମସ୍ୟା ଦେଖାଦେଇଛି। ଖୁବ୍‌ଶୀଘ୍ର ନିୟମିତ ଅଳିଆ ଉଠିବ। ନୂଆ କରି ଦାୟିତ୍ୱ ନେଇଥିବା ସଫେଇ ସଂସ୍ଥାର କର୍ମଚାରୀମାନେ ଓ୍ବାର୍ଡର ରାସ୍ତାଘାଟ ବିଶେଷ ପରିଚିତ ନୁହନ୍ତି। ତେଣୁ ଦିନେ ଦୁଇଦିନ ଅଳିଆ ଉଠିନାହିଁ। ସେହିପରି ସଫେଇ ଗାଡ଼ି ମରାମତି ପାଇଁ ଦିଆଯିବା ସହ ନୂଆ ସଫେଇ ଗାଡ଼ି ମଧ୍ୟ ଅଣାଯାଇଛି। ବ୍ୟବସ୍ଥିତ ଢଙ୍ଗରେ ପୁଣି ଥରେ ସଫେଇ କାର୍ଯ୍ୟ ଆରମ୍ଭ ହେବ ବୋଲି ସେ କହିଛନ୍ତି।
ସୂଚନା ଥାଉକି, ବିଏମ୍‌ସିର ୬୭ଟି ୱାର୍ଡରେ ବର୍ଜ୍ୟ ସଂଗ୍ରହ ପାଇଁ ପର୍ଯ୍ୟାପ୍ତ ସଫେଇ ଗାଡ଼ି ନ ଥିବାବେଳେ ଆବଶ୍ୟକ ବର୍ଜ୍ୟ ପରିଚାଳନା କେନ୍ଦ୍ର ମଧ୍ୟ ନାହିଁ। ସହରରୁ ଦିନକୁ ପ୍ରାୟ ୮୦୪ ମେଟ୍ରିକ ଟନ୍‌ ବର୍ଜ୍ୟ ବାହାରୁଥିବାବେଳେ ୩୫ ଏମ୍‌ସିସି ଓ ୧୮ ଏମଆର୍‌ଏଫରେ ଏତେ ପରିମାଣର ବର୍ଜ୍ୟ କିପରି ପ୍ରକ୍ରିୟାକରଣ ହେବ ବୋଲି ଜନସାଧାରଣ ପ୍ରଶ୍ନ କରିଛନ୍ତି। ଅନ୍ୟପଟେ ଏକାଧିକ ସ୍ଥାନରେ ଅଞ୍ଚଳବାସୀ ଏମସିସି ନିର୍ମାଣକୁ ମଧ୍ୟ ବିରୋଧ କରୁଥିବାରୁ ସେସବୁ ପ୍ରକଳ୍ପ ଆଗେଇ ପାରୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ପିନ୍‌ରେ ଦମ୍‌ ଦେଖାଇଲା ଶ୍ରୀଲଙ୍କା

କଲମ୍ବୋ,୮ା୨- ଟି୨୦ ବିଶ୍ୱକପ୍‌ରେ ରବିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଶ୍ରୀଲଙ୍କା ୨୦ ରନରେ ଆୟର୍ଲାଣ୍ଡକୁ ପରାସ୍ତ କରିଛି। ଶ୍ରୀଲଙ୍କା ଦ୍ୱାରା ପ୍ରଦତ୍ତ ୧୬୪ ରନର ଟାର୍ଗେଟକୁ ପିଛା…

ସଭା ମଞ୍ଚରେ ମନ୍ତ୍ରୀ-ବିଧାୟକଙ୍କ ଆଲୋଚନା: ବଲାଙ୍ଗୀରରେ ବଢ଼ିଲା ଚର୍ଚ୍ଚା…

ବଲାଙ୍ଗୀର,୮।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜର ରବିବାର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମଞ୍ଚ ଉପରେ ବସିଥିଲେ ସ୍ବାସ୍ଥ୍ୟ ମନ୍ତ୍ରୀ ଡ଼.ମୁକେଶ ମହାଲିଙ୍ଗ ଏବଂ ସମ୍ବଲପୁର…

ଦେଓମାଳି ବୁଲିବାକୁ ଆସି ଚାଲିଗଲା ପର୍ଯ୍ୟଟକଙ୍କ ଜୀବନ

ପଟ୍ଟାଙ୍ଗି,୮।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତ ଦେଓମାଳି ପର୍ଯ୍ୟଟନ ସ୍ଥଳୀ ବୁଲିବାକୁ ଆସି ରବିବାର ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି।…

୨ ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ୩ ଜୀବନ, ୪ ଗୁରୁତର 

ପଟ୍ଟାଙ୍ଗି,୮ା୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ ସୁଙ୍କି-ଅମ୍ପାବାଲି ପଞ୍ଚାୟତ ବୋରିଗୁଡ଼ା ଛକ ନିକଟରେ ରବିବାର ୨ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇ ୩ଜଣଙ୍କ…

ଜାପାନ ନିର୍ବାଚନ: ଆସିଲା ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟ, ଜାଣନ୍ତୁ କେଉଁ ଦଳ…

ଟୋକିଓ,୮ା୨: ଜାପାନ ପାର୍ଲାମେଣ୍ଟର ନିମ୍ନ ସଦନ ପାଇଁ ରବିବାର ଅନୁଷ୍ଠିତ ନିର୍ବାଚନରେ ପ୍ରଧାନମନ୍ତ୍ରୀ ସାନାଏ ଟାକାଇଚିଙ୍କ ମେଣ୍ଟ ସରକାର ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ବିଜୟୀ ହେବା…

୧୨ରେ ଧର୍ମଘଟକୁ ସମର୍ଥନ କରିବ କଂଗ୍ରେସ: ଭକ୍ତ

ଭୁବନେଶ୍ୱର,୮।୨: କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ୪ଟି ଶ୍ରମ କୋଡ୍‌ ବାତିଲ ସହିତ  ବିଭିନ୍ନ ଜନବିରୋଧୀ ନୀତିକୁ ନେଇ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ଆସନ୍ତା…

ପୋଲତଳୁ ମିଳିଲା ହୋମଗାର୍ଡ, ଯୁବକଙ୍କ ମୃତଦେହ: ପୋଲିସର ତଦନ୍ତ ଆରମ୍ଭ…

ନନ୍ଦପୁର,୮।୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନାରେ କାର୍ଯ୍ୟରତ ଜଣେ ହୋମଗାର୍ଡ ଏବଂ ଅନ୍ୟ ଜଣେ ଯୁବକଙ୍କ ମୃତଦେହ ପୋଲିସ ରବିବାର ସନ୍ଧ୍ୟାରେ ନନ୍ଦପୁର-ହାଣ୍ଡିପୁଟ ସଞ୍ଜୋଗୀ ଏମ୍‌ଡିଆର…

ସରକାରୀ ବସ୍‌ ଧକ୍କାରେ ଚାଲିଗଲା ବୃଦ୍ଧାଙ୍କ ଜୀବନ

ଦିଗପହଣ୍ଡି,୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଜାପଲ୍ଲୀ ଗାଁ ଛକ ନିକଟରେ ରବିବାର ଏକ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌(ନଂ. ଓଡ଼ି୩୨କେ -୧୮୦୯) ଧକ୍କାରେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri