ଆଶୀର୍ବାଦ କଲ୍ୟାଣ ମଣ୍ଡପ ପରିସରରେ କୁଢ଼ କୁଢ଼ ଆବର୍ଜନା

ନବରଙ୍ଗପୁର,୨୮।୯(ସଦାଶିବ ପ୍ରହରାଜ): ମଶାମାଛିଙ୍କ ଦାଉରୁ କିଭଳି ଦୂରେଇ ରହିବା ଓ ପରିବେଶ ସଫାସୁତୁରା ରଖିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସଚେତନ କରାଯାଉଛି। ଆବର୍ଜନା ଜମି ରହିଲେ ଡେଙ୍ଗୁ, ମ୍ୟାଲେରିଆ ଆଦି ବ୍ୟାପିବ ବୋଲି କୁହାଯାଉଛି। ନାଳ, ଆବର୍ଜନା ସଫା କରିବା ପୌରସଂସ୍ଥାର ମୌଳିକ କାର୍ଯ୍ୟ। ଏବେ କିନ୍ତୁ ଆଶୀର୍ବାଦ କଲ୍ୟାଣ ମଣ୍ଡପରେ କୁଢ଼କୁଢ଼ ଆବର୍ଜନା ଜମି ରହୁଛି, ଯାହାକୁ ଦେଖିଲେ ଡମ୍ପିଂୟାର୍ଡ ଭ୍ରମ ସ୍ୟଷ୍ଟି ହେଉଛି। ଜମିଥିବା ସ୍ଥାନଟି ଆଶୀର୍ବାଦ ଓ ପୁଷ୍ପାଞ୍ଜଳି କଲ୍ୟାଣ ମଣ୍ଡପ ଭାବେ ପରିଚିତ ଥିଲା। ଉକ୍ତ ସ୍ଥାନରେ କଲ୍ୟାଣ ମଣ୍ଡପ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ୨୦୦୨ରେ ଆଦିବାସୀ ସଂଗ୍ରହାଳୟ ଭାବେ ଉଦ୍‌ଘାଟନ କରିଥିଲେ। ଏହାପରେ ଉକ୍ତ ସ୍ଥାନର କୋଠା ଅବ୍ୟବହୃତ ଭାବେ ନିଆଗଲା। ପରେ କିଛିଦିନ ପାଇଁ ପୌରସଂସ୍ଥା ବୁଲା ଗୋରୁଙ୍କୁ ଉକ୍ତ ସ୍ଥାନରେ ରଖି କାଞ୍ଜିଆହୁଦା କଲେ। ଏବେ ସେହି ସ୍ଥାନରେ ସହରର ଆବର୍ଜନା ଡମ୍ପିଂୟାର୍ଡ କରିଛନ୍ତି। ସହରର ମଧ୍ୟଭାଗରେ ଥିବା ଏହି ସ୍ଥାନ ଏବେ ମ୍ୟାଲେରିଆ ଓ ଡେଙ୍ଗୁ ମଶାଙ୍କ ପାଇଁ ଉତ୍ତମ ସ୍ଥାନ ହୋଇଛି। ନିକଟରେ ଦୈନିକ କୃଷକ ବଜାର, ଏଲ୍‌ଆଇସି ଅଫିସ ଓ ମାର୍କେଟ କମ୍ପ୍ଲେକ୍ସ ରହିଛି। ନବରଙ୍ଗପୁର ଘରୋଇ ବସ୍‌ଷ୍ଟାଣ୍ଡରୁ ମଙ୍ଗଲମ ଟିମ୍ବର ବାଇପାସ୍‌ ରାସ୍ତା ଭଳି ପ୍ରମୁଖ ରାସ୍ତାକଡରେ ଏହି ସ୍ଥାନ ରହିଛି। ଉକ୍ତ ସ୍ଥାନ ଏବେ ଗନ୍ଧମୟ ଓ ସେଠାରେ ମାଛି ମଶାର ପ୍ରାଦୁର୍ଭାବ ବଢୁଛି। ପୌରସଂସ୍ଥାର ଦୂର ଦୃଷ୍ଟି ନ ଥିବା ଲାଗି ଜନସାଧାରଣ ସମସ୍ୟା ଭୋଗୁଛନ୍ତି ବୋଲି ଅଭିଯୋଗ ହେଉଛି। ଏନେଇ ପୌରସଂସ୍ଥା ନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠଙ୍କୁ ପଚାରିବାରୁ ମେଶିନ ଲଗାଇ ଆବର୍ଜନା ହଟାଇଦେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶାଶୁ ପରେ ଜ୍ୱାଇଁ ଘରେ ବୁଲିଲା ବୁଲଡୋଜର: ଏକାବେଳକେ ଛାନିଆ…

ପୁରୀ,୧୬।୧୨(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସ ଅପରେଶନ ଚକ୍ର ଜରିଆରେ ନିଶା ବେପାରୀଙ୍କ ଘର ଉପରେ ବୁଲଡୋଜର ଚଳାଇଛି । ପୂର୍ବରୁ ଗତ ୪ ତାରିଖରେ...

ଆସନ୍ତା ୨୩ରୁ ଖୋଲିବ ଧାନମଣ୍ଡି, ଶୁଭାରମ୍ଭ ହେଲା ୨ଟି ସଚେତନତା ରଥ

ଛତ୍ରପୁର, ୧୬/୧୨ (ଦିଲ୍ଲୀପ ସାମଲ): ହିଞ୍ଜିଳିକାଟୁ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟରୁ ୨ ଟି ସଚେତନତା ରଥର ଶୁଭାରମ୍ଭ...

ଓଡ଼ିଶା-ହିମାଚଳ ପ୍ରଦେଶ କୁଚ ବେହାର ଟ୍ରଫି କ୍ରିକେଟ ଉଦଘାଟିତ

ବଲାଙ୍ଗୀର, ୧୬।୧୨ (ବୀରେନ୍ଦ୍ର କୁମାର ଝାଙ୍କର)- ବଲାଙ୍ଗୀର ଗାନ୍ଧୀ ଷ୍ଟାଡିୟମ ଠାରେ ମଙ୍ଗଳବାର ଓଡିଶା-ହିମାଚଳ ପ୍ରଦେଶ କୁଚ ବେହାର ଟ୍ରଫି କ୍ରିକେଟ ମ୍ୟାଚ ଉଦଘାଟିତ ହୋଇଛି।...

ସୁନା ଦୋକାନୀ ଗହଣା ଭର୍ତ୍ତି ବ୍ୟାଗ ଘରେ ଥୋଇ ଯାଇଥିଲେ ବଜାର: ଆସିଲା ବେଳକୁ …

କେନ୍ଦୁଝର,(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପଣ୍ଡାପଡ଼ା ଥାନାରୁ ପ୍ରାୟ ଅଧ କି.ମି. ଦୂରରେ ସୋମବାର ରାତିରେ ଜଣେ ଗହଣା ବ୍ୟବସାୟୀ ସଞ୍ଜୟ ରାଣାଙ୍କ ଘରୁ...

ନବଜାତ ଶିଶୁର ମୁଣ୍ଡ ଧରି ଶିବ ମନ୍ଦିର ସାମ୍ନାକୁ ଆସିଲା କୁକୁର: ବାହାନଗାରେ ଖେଳିଗଲା ଚାଞ୍ଚଲ୍ୟ

ବାହାନଗା,୧୬।୧୨(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଚିତ୍ତଳ ପଞ୍ଚାୟତର ବାଲିକିତ୍ତିରଣ ଗାଁ ରାସ୍ତାକଡ଼ରେ ନବଜାତ ଶିଶୁର ଖଣ୍ଡ ବିଖଣ୍ଡିତ ଶରୀର ପଡିଛି। ବାଲିକିତ୍ତିରଣ...

ଭାରସାମ୍ୟ ହରାଇ ଡିଭାଇଡର ଉପରକୁ ଚଢ଼ିଗଲା ଟ୍ରକ: ଆଉ ତା’ପରେ…

ବଲାଙ୍ଗିର,୧୬/୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ୨୬ନମ୍ବର ଜାତୀୟ ରାଜପଥ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖ ଟ୍ରାଫିକ ଛକ ଡିଭାଡିଅରରେ ଭାରସାମ୍ୟ ହରାଇ ଏକ ଟ୍ରକ ଚଢ଼ି ଯାଇଛି...

ଶ୍ମଶାନରେ ଜିଇଁ ଉଠିଲେ ପୂରୋହିତ, ହସ୍ପିଟାଲ ଗଲାପରେ ଘଟିଲା…

ଗଞ୍ଜାମ ୧୬/୧୨(ବିଦ୍ୟାଧର ସାହୁ/ଦିଲ୍ଲୀପ ସାମଲ ): ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ନୃସିଂହ ପୂଜକ ପୁରୋହିତ ରାଜେନ୍ଦ୍ର ରଥଙ୍କ ପରଲୋକ ହୋଇଛି । ହସ୍ପିଟାଲରେ...

ପର୍ଯ୍ୟଟନ ସ୍ଥଳରେ ପଡୁଛି ପ୍ଲାଷ୍ଟିକ: ପଦକ୍ଷେପ ପାଇଁ…

ନୂଆପଡ଼ା,୧୬।୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାର ପର୍ଯ୍ୟଟନ ସ୍ଥଳୀ ପତୋରା ଡ୍ୟାମ୍‌ଠାରେ ସ୍ଥାନୀୟ ଯୁବ ସଂଗଠନ ଯୁବା କି ଦହାଡ ପକ୍ଷରୁ ପ୍ଲାଷ୍ଟିକ ମୁକ୍ତ ଅଭିଯାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri