ଅଳିଆଗଦା ଏବେ ମନୋରମ ପରିବେଶ

ଆନନ୍ଦପୁର,୨୪।୧୧- ଦିନେ ସେଠାରେ କୁଢ଼କୁଢ଼ ଅଳିଆ ଆବର୍ଜନା ଜମା ହେଉଥିଲା। ଏବେ ସେହି ଅଳିଆଗଦା ପାଲଟିଛି ମନୋରମ ପରିବେଶ। ସେଇଠି ପ୍ରତିଷ୍ଠା ହୋଇଛି ମହାଦେବ ମନ୍ଦିର। ମନ୍ଦିର ପରିସରରେ ଯୋଗ ଶିକ୍ଷା ଦିଆଯାଉଛି। ତେବେ ଯାହାଙ୍କ ପ୍ରଚେଷ୍ଟାରେ ଏ ସବୁ ହୋଇଛି ସମ୍ଭବ ସେ ହେଲେ କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଟାଙ୍ଗର ଗ୍ରାମର ଶିକ୍ଷାବିତ୍‌ ନିରଞ୍ଜନ ସାହୁ। ଗ୍ରାମର ପ୍ରବେଶ ପଥରେ ଥିବା ମଶାଣି ପଡ଼ିଆ, ସଂଲଗ୍ନ ପୋଖରୀ ତୁଠର ଅଳିଆ ଆବର୍ଜନା ସଫା କରି ସ୍ବଚ୍ଛ ପରିବେଶ ସୃଷ୍ଟି କରି ଅନ୍ୟମାନଙ୍କ ପାଇଁ ସେ ପାଲଟିଛନ୍ତି ଉଦାହରଣ।
ଆନନ୍ଦପୁର ବ୍ଲକ କଣ୍ଟିପାଳ ହାଇସ୍କୁଲର ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ନିରଞ୍ଜନ ସ୍ଥାନୀୟ ଅଞ୍ଚଳରେ ସାମାଜିକ ସଚେତନତା ସୃଷ୍ଟିରେ ନିଜକୁ ସମର୍ପି ଦେଇଛନ୍ତି। କେତେଜଣ ଉତ୍ସାହୀ ବ୍ୟକ୍ତିଙ୍କୁ ସାଥୀ କରି ଗ୍ରାମ ପରିବେଶକୁ ପରିଛନ୍ନ ରଖିବା କାର୍ଯ୍ୟ ଜାରି ରଖିଛନ୍ତି। ଗ୍ରାମର ଅଳିଆ ଆବର୍ଜନା ଗଦା ହେଉଥିବା ସ୍ଥାନକୁ ସଫା କରି ସେଠାରେ ଏକ ମନ୍ଦିର ତୋଳିଛନ୍ତି। ମନ୍ଦିର ପରିସରରେ ଦୈନିକ ୫୦ରୁ ୬୦ଜଣ ଯୋଗ ଶିକ୍ଷା ନେଉଛନ୍ତି। ଗ୍ରାମ ସ୍କୁଲ ପରିବେଶରେ ମଧ୍ୟ ଉନ୍ନତି ପରିଲକ୍ଷିତ ହୋଇଛି। ପୁଣି ତାଙ୍କ ଉଦ୍ୟମରେ ଅନୁପ୍ରାଣିତ ହୋଇ ଗ୍ରାମବାସୀ ନିଜ ଘରେ ପାଇଖାନା ତିଆରି କରି ବ୍ୟବହାର କରୁଛନ୍ତି।
ଭୋର ୩ଟାରେ ବିଛଣା ଛାଡ଼ନ୍ତି ନିରଞ୍ଜନ। ନିଜେ ଦେଢ ଘଣ୍ଟା ଯୋଗ କରିବା ପରେ ଛୋଟପିଲାଙ୍କଠୁ ବୟସ୍କଙ୍କୁ ମନ୍ଦିର ପରିସରରେ ଯୋଗ ଶିକ୍ଷା ଦିଅନ୍ତି। ପରେ ବିଭିନ୍ନ ଖବର କାଗଜରୁ ସଂଗୃହିତ ସ୍ଥାନୀୟ ଅଞ୍ଚଳ ସହିତ ଜାତୀୟ ଓ ଅନ୍ତର୍ଜାତୀୟ ଖବର ପାଠ କରି ଲୋକଙ୍କୁ ବିଭିନ୍ନ ବିଷୟରେ ସଚେତନ କରାଇଥାନ୍ତି। ଗ୍ରାମକୁ ନିଶାମୁକ୍ତ କରିବା,ବାହ୍ୟମଳମୁକ୍ତ ପରିବେଶ ସୃଷ୍ଟି ଓ ସ୍ବଚ୍ଛତା ରକ୍ଷା ଦିଗରେ ମଧ୍ୟ ଶିକ୍ଷା ଦେଇଥାନ୍ତି। ରାସ୍ତା ପାର୍ଶ୍ୱ ହେଉ କି ସ୍କୁଲ ପରିସରରେ ଲାଗିଥିବା ବୃକ୍ଷର ଯତ୍ନ ନିଅନ୍ତି। ଅପରାହ୍ନରେ ଗ୍ରାମର ପିଲାଙ୍କୁ ନିଃଶୁଳ୍କ ଶିକ୍ଷାଦାନ କରିବା ତାଙ୍କର ଅଭ୍ୟାସଗତ କାର୍ଯ୍ୟ। ସନ୍ଧ୍ୟାରେ ଭାଗବତ ପଠନ, କୀର୍ତ୍ତନ, ପାଠ୍ୟଉପକରଣ ବଣ୍ଟନ ସହିତ ପିଲାଙ୍କ ସେବାମୂଳକ କାର୍ଯ୍ୟକୁ ନେଇ ପୁରସ୍କୃତ ମଧ୍ୟ କରିଥାନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ବଚ୍ଛ ଭାରତ ଅଭିଯାନରେ ଅନୁପ୍ରେରିତ ହୋଇ ଗ୍ରାମ୍ୟ ପରିବେଶକୁ ମନୋରମ କରବାରେ ସକ୍ଷମ ହୋଇଥିବା ଶିକ୍ଷକ ନିରଞ୍ଜନଙ୍କ ଏଭଳି ଉଦ୍ୟମକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟର ମାଧ୍ୟମରେ ପ୍ରଶଂସା ବି କରିଛନ୍ତି। ତେବେ ଏଭଳି କାର୍ଯ୍ୟକୁ ଆହୁରି ତ୍ୱରାନ୍ବିତ କରିବା ତାଙ୍କର ଲକ୍ଷ୍ୟ ବୋଲି ନିରଞ୍ଜନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ସ୍ତ୍ରୀଙ୍କ ସହ ଯାଇଥିଲେ ଶ୍ୱଶୁର ଘର: ଘରେ ବୁଲିଲା କଳାକନା

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ୱୃତ୍ତମାନେ କଳାକନା…

ଶପଥ ନେଲେ ନବନିର୍ବାଚିତ ବାର ଆସୋସିଏଶନ କର୍ମକର୍ତ୍ତା, ଜାଣନ୍ତୁ ସେମାନେ କିଏ…

ଭଞ୍ଜନଗର,୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନର ନବ ନିର୍ବାଚିତ କର୍ମକର୍ତ୍ତାମାନେ ଶୁକ୍ରବାର ଶପଥ ନେଇଛନ୍ତି। ନିର୍ବାଚନ ଅଧିକାରୀ ଲଡ଼ୁ କିଶୋର ଅଳତିଆ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ…

ମାମୁଁ ଘରକୁ ଆସିଥିଲେ: କେନାଲରୁ ମିଳିଲା ନାବାଳିକାଙ୍କ ମୃତଦେହ

ରାଜନଗର,୩।୪: କେନ୍ଦ୍ରପଡ଼ା ଜିଲା ରାଜନଗର ଥାନା ଚାନ୍ଦିବାଉଁଶମୂଳ ପଞ୍ଚାୟତ ଅଞ୍ଚଳରୁ ଶୁକ୍ରବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏକ କେନାଲରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର…

ଗାଁ ରେ ମା ’ ବୁଢ଼ୀ ଠାକୁରାଣୀ ଯାତ୍ରା: ଏପଟେ ତାଲାଭାଙ୍ଗି ନେଇଗଲେ ସୁନା,ରୁପା ଅଳଙ୍କାର

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ବୃତ୍ତମାନେ କଳାକନା…

ସାଙ୍ଗମାନଙ୍କ ସହ ନଦୀକୁ ଯାଇଥିଲେ ଗାଧୋଇବାକୁ, ଖସିଗଲା ଗୋଡ, ଘଟଣାସ୍ଥଳରେ…

ଧର୍ମଶାଳା,୩।୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ମିର୍ଜାପୁର ନିକଟରେ କେଲୁଅ ନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ କୁଆଖିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri