ଡ୍ରେନ୍‌ରେ ଅଳିଆ, ଶୌଚାଳୟରେ ତାଲା

ଖୋର୍ଦ୍ଧା,୫ା୧୦(ପ୍ରଭାତ ପାଣିଗ୍ରାହୀ)ଖୋର୍ଦ୍ଧା ପୌରାଞ୍ଚଳରେ ସ୍ବଚ୍ଛତା ପ୍ରହସନ ପାଲଟିଛି। ସହରରୁ ଅଧିକାଂଶ ଦିନ ଅଳିଆ ହଟୁ ନ ଥିବାବେଳେ ଡ୍ରେନେଜ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଗତ ସପ୍ତାହେ ହେଲା ଲଘୁଚାପ ବର୍ଷାରେ ଡ୍ରେନରୁ ପାଣି ନିଷ୍କାସନ ହୋଇ ନ ପାରି ରାସ୍ତାରେ ଭାସୁଛି। ଏକାଧିକ ଡ୍ରେନ ପୋତି ହୋଇଗଲାଣି। ବର୍ଷ ବର୍ଷ ଧରି ସଫା ନ ହେବା ଫଳରେ ଅଳିଆ ଆବର୍ଜନା ପଡ଼ି ପୂତିଗନ୍ଧମୟ ହେଲାଣି। ସ୍ବଚ୍ଛ ଖୋର୍ଦ୍ଧା ସୁସ୍ଥ ଖୋର୍ଦ୍ଧା କେବଳ ସ୍ଲୋଗାନରେ ସୀମିତ। ମଶାଙ୍କ ପ୍ରାଦୁର୍ଭାବ ବଢିଲାଣି। ଘରେ ଘରେ ଜ୍ୱର ବ୍ୟାପିଲାଣି। ମ୍ୟାଲେରିଆ, ଡେଙ୍ଗୁକୁ ଖୋର୍ଦ୍ଧା ପୌରାଞ୍ଚଳ ସତେ ଯେପରି ଆମନ୍ତ୍ରଣ କରୁଛି। ମଶାଧୂଆଁ ଛଡ଼ାଯାଉନାହିଁ କି ଡ୍ରେନରେ ମଶାମରା ତେଲ ପକାଯାଉନାହିଁ। ଏହା କେବଳ କାଗଜକଲମରେ ସୀମିତ। ପୌର ପ୍ରଶାସନ ଏବଂ ସ୍ବାସ୍ଥ୍ୟ ବିଭାଗ ପରସ୍ପର ଉପରେ ଦୋଷ ଲଦିବାରେ ବ୍ୟସ୍ତ। ୨୨ ୱାର୍ଡ ବିଶିଷ୍ଟ ଖୋର୍ଦ୍ଧା ସହରରେ ଜନସଂଖ୍ୟା ୫୦ହଜାରରୁ ଊର୍ଦ୍ଧ୍ୱ। ସ୍ବଚ୍ଛତା ଆଳରେ ଲକ୍ଷାଧିକ ଟଙ୍କା ଅର୍ଥ ଶ୍ରାଦ୍ଧ କରାଯାଉଛି। ଅଥଚ ସ୍ବଚ୍ଛତା କାହା ସ୍ବାର୍ଥରେ ବୋଲି ପ୍ରଶ୍ନ ଉଠୁଛି। ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତରେ ଖୋର୍ଦ୍ଧା ଜିଲା ହଟସ୍ପଟ ରହିଥିବା ବେଳେ ଏବେ ଆଉ ଏକ ରୋଗ ସ୍କ୍ରବ୍‌ ଟାଇଫସକୁ ନେଇ ଚିନ୍ତା ବଢିଛି। ଏଭଳି ସ୍ଥିତିରେ ପୌର ପ୍ରଶାସନ ପକ୍ଷରୁ ସ୍ବଚ୍ଛତାକୁ ଗୁରୁତ୍ୱ ଦେବା ପରିବର୍ତ୍ତେ ନୀରବଦ୍ରଷ୍ଟା ସାଜିଛି। ସହରର ଗଳିକନ୍ଦିରେ ୫ରୁ ୮ ଫୁଟ ଉଚ୍ଚତାରେ ଅନାବନା ଗଛଲତାରେ ମାଡିଗଲାଣି। ଏହାକୁ ସଫା କରାଯାଉନାହିଁ।
ଖୋର୍ଦ୍ଧା ସହରର ଏଭଳି ଏକାଧିକ ପ୍ରସଙ୍ଗକୁ ନେଇ ଜନଜାଗରଣ ପରିବାର ଆବାହକ ରଣଜିତ ମହାପାତ୍ର ଜିଲାପାଳଙ୍କୁ ଅଭିଯୋଗ କରିଛନ୍ତି। ଅଭିଯୋଗରେ ଦର୍ଶାଯାଇଛି ଯେ, ମୁଖ୍ୟମନ୍ତ୍ରୀ କର୍ମତପତ୍ର ଯୋଜନା(ମୁକ୍ତା)ରେ ଗତ ଦୁଇବର୍ଷ ମଧ୍ୟରେ ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ସହରର ଏକାଧିକ ସ୍ଥାନରେ ପବ୍ଲିକ ଟଏଲେଟ୍‌ ନିର୍ମାଣ କରାଯାଇଛି। ତେବେ ଉଦ୍‌ଘାଟନ ପରଠାରୁ ସମସ୍ତ ପରିସ୍ରାଗାରରେ ତାଲା ଝୁଲୁଥିବାବେଳେ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ଗତ ୩ବର୍ଷ ହେବ ପୁରୁଣା ମେଡିକାଲ ରୋଡ ଏବଂ ନୂଆ ବସଷ୍ଟାଣ୍ଡଠାରେ ଥିବା ଶୌଚାଳୟ ବନ୍ଦ ପଡ଼ିଛି। ପୌର ପ୍ରଶାସନ ପକ୍ଷରୁ ଭ୍ରାମ୍ୟମାଣ ଟଏଲେଟ ବ୍ୟବସ୍ଥା ନାହିଁ। ଦୈନିକ ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ଏହି ଦୁଇ ସ୍ଥାନରେ ବସକୁ ଅପେକ୍ଷା କରି ରହୁଥିବା ଯାତ୍ରୀ ହଇରାଣ ହେଉଛନ୍ତି। ବିଶେଷତଃ ମହିଳାମାନଙ୍କ ଅସୁବିଧା କଥା ନ କହିଲେ ଭଲ। ଟ୍ରାଫିକ ଛକଠାରୁ ନୂଆ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଡ୍ରେନକୁ ଅବରୋଧ କରି ରଖିଥିବା ଏବଂ ରାସ୍ତାକଡ ଉଠାଦୋକାନୀଙ୍କୁ ହଟାଇବା ପାଇଁ ପୌର ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ନୋଟିସ ଦିଆଗଲା। କିନ୍ତୁ ଏହାକୁ କାର୍ଯ୍ୟକାରୀ କରାଗଲା ନାହିଁ। ସହରରେ ବଢି ଚାଲିଥିବା ଟ୍ରାଫିକ ସମସ୍ୟାର ଏହା ଏକ ଅନ୍ୟତମ କାରଣ ହୋଇଥିବା ସତ୍ତ୍ୱେ ପ୍ରଶାସନ ପକ୍ଷରୁ କୌଣସି ଗୁରୁତ୍ୱ ଦିଆଯାଉନାହିଁ ବୋଲି ସେ ଅଭିଯୋଗରେ ଦର୍ଶାଇଛନ୍ତି। ଅନ୍ୟପକ୍ଷରେ ଏନେଇ ପୌର ଉପାଧ୍ୟକ୍ଷ ଶୌର୍ଯ୍ୟ ରଞ୍ଜନ ମହାନ୍ତି କହିଛନ୍ତି, ସହରର ସ୍ବଚ୍ଛତା ପ୍ରତି ଗୁରୁତ୍ୱ ଦିଆଯାଉଛି। ଡ୍ରେନେଜ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ମାଷ୍ଟରପ୍ଲାନ୍‌ ପ୍ରସ୍ତୁତି ଚାଲିଛି। ଉଠାଦୋକାନୀଙ୍କୁ ଥଇଥାନ କରାଯିବାକୁ ଯୋଜନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri