ଅଣନିଃଶ୍ୱାସୀ କରୁଛି ଅଳିଆ ନିଆଁ

ଅନୁଗୋଳ ଅଫିସ,୧୪।୫ ଦୀର୍ଘବର୍ଷ ପରେ ହେଲା ପୌର ନିର୍ବାଚନ। ନୂଆ ପରିଷଦ ଗଠନ ସହ ଅନୁଗୋଳ ପୌରାଞ୍ଚଳର ପରିମଳ ଦିଗରେ ବିଭିନ୍ନ ଖସଡ଼ା ପ୍ରସ୍ତୁତ କରାଗଲା। ଏପରି କି ଆବର୍ଜନା ପରିଚାଳନାର ସୁଫଳ ଯେପରି ତତ୍‌କ୍ଷଣାତ ମିଳିବ ସେ ନେଇ ବ୍ୟବସ୍ଥା ହେଲା। ହେଲେ ମାଳ ମାଳ ଅଳିଆ ଉଠା ଗାଡ଼ି ସହ ଲୋକବଳ ରହିଥିଲେ ମଧ୍ୟ ସଫେଇ ଠିକ୍‌ ଭାବେ କରାଯାଉ ନାହିଁ। ଯେଉଁ ପରିମାଣରେ ଆବର୍ଜନା ଉଠାଯିବା କଥା ତାହା ଦେଖାଯାଉ ନାହିଁ। ଅନେକ ସମୟରେ ସଫେଇ କର୍ମଚାରୀମାନେ ଅଳିଆ ସ୍ଥାନାନ୍ତର ନ କରି ସେଥିରେ ନିଆଁ ଲଗାଇ ଦେଉଛନ୍ତି। ଫଳରେ ବିଷାକ୍ତ ଧୂଅଁାର ବଳୟ ସହରବାସୀଙ୍କୁ ଅଣନିଃଶ୍ୱାସୀ କରିଦେଉଥିବା ଅଭିଯୋଗ ହେଉଛି।
ଅନୁଗୋଳ ପୌରାଞ୍ଚଳରୁ ଅଳିଆ ସଫେଇ ପାଇଁ ସହରରେ ୩୦ରୁ ଊର୍ଦ୍ଧ୍ୱ ଗାଡ଼ି ବୁଲୁଛି। ସେଥିମଧ୍ୟରୁ ୨୪ଟି ଗାଡ଼ି ଘର ଘର ବୁଲି ଓଦା ଓ ଶୁଖିଲା ଆବର୍ଜନା ସଂଗ୍ରହ କରୁଛି। କଲୋନୀଗୁଡ଼ିକ ସହ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନରୁ ମଧ୍ୟ ଆବର୍ଜନା ନିଆଯାଉଛି। କିନ୍ତୁ ରାସ୍ତା ପାର୍ଶ୍ୱରେ ଗଦା ହେଉଥିବା ଅଳିଆକୁ ନେଇ ଡମ୍ପିଂୟାର୍ଡକୁ ଯିବା ପରିବର୍ତ୍ତେ କେତେଜଣ ସଫେଇ କର୍ମଚାରୀ ସେଥିରେ ନିଅଁା ଲଗାଇ ଦେଉଛନ୍ତି। ସେହିପରି ବହୁ ବ୍ୟବସାୟୀ ଦୋକାନରୁ ବାହାରୁଥିବା ଆବର୍ଜନା ସଫେଇ କର୍ମଚାରୀଙ୍କୁ ହସ୍ତାନ୍ତର ନ କରି ପୋଡ଼ି ଦେଉଥିବା ଚିତ୍ର ମଧ୍ୟ ନଜରକୁ ଆସୁଛି। ପୌରପାଳିକା ପକ୍ଷରୁ ଏ ନେଇ ତାଗିଦ୍‌ କରିବା କି ଜରିମାନା ଆଦାୟ କରାଯାଉ ନ ଥିବାରୁ ଏହି ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି। ଫଳରେ ସହରୀ ଲୋକମାନଙ୍କ ସ୍ବାସ୍ଥ୍ୟ ପାଇଁ ଏହି ଧୂଅଁା ବିପଦ ସୃଷ୍ଟି କରୁଥିବା ଅଭିଯୋଗ ହେଉଛି। ପ୍ରାତଃଭ୍ରମଣ କରୁଥିବା ବରିଷ୍ଠ ନାଗରିକମାନେ ଏ ନେଇ ବାରଣ କରୁଥିଲେ ମଧ୍ୟ ସେମାନଙ୍କ କଥାକୁ କର୍ଣ୍ଣପାତ କରାଯାଉ ନାହିଁ। ଅମଲାପଡ଼ାର ଏକ ଅଳିଆ ଗଦାରେ ସଫେଇ କର୍ମଚାରୀମାନେ ନିଅଁା ଲଗାଇବାରୁ ଅଞ୍ଚଳରେ ଧୂଆଁମୟ ପରିବେଶ ସୃଷ୍ଟି ହୋଇଥିଲା। ଏ ନେଇ ପୌର କାର୍ଯ୍ୟାଳୟରେ ଅଭିଯୋଗ ମଧ୍ୟ ହୋଇଥିଲା। କିନ୍ତୁ କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ। ତେଣୁ ସହରର ପରିବେଶକୁ ବିଷାକ୍ତ କରୁଥିବା ଏପରି ସଫେଇ କର୍ମଚାରୀଙ୍କୁ ତାଗିଦ୍‌ କରାଯିବାକୁ ସାଧାରଣରେ ଦାବି ହେଉଛି। ଘଟଣା ସମ୍ପର୍କରେ ପୌର କର୍ତ୍ତୃପକ୍ଷ କହିଛନ୍ତି, ଏ ନେଇ ସଚେତନ ସହ ତାଗିଦ୍‌ କରାଯାଉଛି। ଆଗକୁ ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଠିକା ସଂସ୍ଥାକୁ ତାଗିଦ୍‌ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଅଗ୍ନିରୁପାଙ୍କ ଆବର୍ଭାବ: ଭକ୍ତଙ୍କ ପ୍ରବଳ ଭିଡ଼, ଅଧରାତିରେ ଦେହୁରୀ ଯାଇ…

ତାଳଚେର,୨୩/୩(ମନୋଜ ନନ୍ଦ):ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗ ହିଙ୍ଗୁଳା ମନ୍ଦିର ପଛ ପାଖରେ ପ୍ରାୟ ୨ ସହ ମିଟର ଦୂରରେ ଚଳିତ ବର୍ଷ…

ଡ୍ୟୁଟି ସାରି ଫେରୁଥିଲେ ସୁମନ୍ତ, ଧକ୍କା ଦେଲା ଟ୍ରକ୍‌: ଆଉ ତା’ପରେ…

କଣିହାଁ,୨୩/୩(ନିରୋଜ ପ୍ରଧାନ):ଅନୁଗୋଳ ଜିଲା କଣିହାଁ ବ୍ଲକ ଗୋଡିବନ୍ଧଠାରୁ କଣିହାଁ ଯାଇଥିବା ଜାତୀୟ ରାଜପଥ ୫୩ର ନୂଆଁ ବଲାଙ୍ଗି ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଟ୍ରକ ଚକା…

ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର, ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ

ପାଲଲହଡା,୧୩।୩(ଦିବ୍ୟଜ୍ୟୋତି ଦାଶ): ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କର ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଖମାର ଥାନା ଅନ୍ତର୍ଗତ…

ବନ୍ତଳାରେ ଭୟାବହ ଅଗ୍ନିକାଣ୍ଡ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ୧୦ ଦୋକାନ, ୫ ଦମକଳ ଗାଡ଼ି…

ବନ୍ତଳା, ୧୨।୩(ସୁଶିତ ସାହୁ): ଅନୁଗୋଳ ଜିଲା ଶଙ୍ଖପୁର ମଦନମୋହନ ଛକସ୍ଥିତ ବନ୍ତଳା ବଜାରରେ ଗୁରୁବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁ…

ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ଟ୍ରଲର : ଘଟଣାସ୍ଥଳରେ ଚପା ଉତ୍ତେଜନା

ପାଲଲହଡ଼ା,୮।୩(ଦିବ୍ୟଜ୍ୟୋତି ଦାଶ : ଟ୍ରଲର ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ। ୧୪୯ ନ ଜାତୀୟ ରାଜପଥ ଅବରୋଧ ସହିତ ଘଟଣାସ୍ଥଳରେ ଚପା ଉତ୍ତେଜନା। ଏଭଳି ଘଟଣା ଘଟିଛି…

ବିବାହ ଭୋଜି ଖାଇ ୨ ଶହରୁ ଅଧିକ ଅସୁସ୍ଥ

ଅନୁଗୋଳ,୨୮ା୨(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ନିକଟସ୍ଥ ତୁବେ ଗ୍ରାମରେ ବୁଧବାର ରାତିରେ ଏକ ବିବାହ ଭୋଜି ଖାଇଥିବା ଲୋକଙ୍କ ମଧ୍ୟରୁ ୨ ଶହରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।…

ରାସ୍ତା ଉପରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କେହି ହତ୍ୟା କରି ଫିଙ୍ଗି ଦେଇଥିବା ଅନୁମାନ

ମାଧପୁର,୨୪।୨(ମନୋଜ କୁମାର ପ୍ରଧାନ): ଆଠମଲ୍ଲିକ ଥାନା ଅନ୍ତର୍ଗତ ଆଠମଲ୍ଲିକ – କିଆକଟା ରାଜ୍ୟ ରାଜପଥର କନ୍ଧପଡ଼ା ଗ୍ରାମ ନିକଟ ହାଟପଦା ଠାରେ ଆଜି ସକାଳେ ଜଣେ ଅଜଣା…

ଜଙ୍ଗଲରେ ଭୋଜି ମନା

ଅନୁଗୋଳ,୨୧।୨: ଗ୍ରୀଷ୍ମ ଋତୁରେ ଜଙ୍ଗଲ ନିଆଁ ରୋକିବାକୁ ଅନୁଗୋଳ ଉପଜିଲାପାଳଙ୍କ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଏନେଇ ଉପଜିଲାପାଳଙ୍କ ପକ୍ଷରୁ ଶନିବାର ଏକ କଟକଣା ଜାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri