କାମରେ ଲାଗୁନି ଆବର୍ଜନା ସଂଗ୍ରହ ଭାକ୍ୟୁମ ମେଶିନ

ବ୍ରହ୍ମପୁର ଅଫିସ୍‌,୧୬।୫: ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ସହରକୁ ସ୍ବଚ୍ଛ ରଖିବା ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ୨୦୨୨ ସ୍ବଚ୍ଛ ସର୍ବେକ୍ଷେଣ କ୍ଷେତ୍ରରେ ସ୍ବତନ୍ତ୍ର ସ୍ଥାନ ହାସଲ କରିବା ପାଇଁ ସହରବାସୀଙ୍କ ପକ୍ଷରୁ ଭୋଟିଂ ସରିଛି। ତେବେ ବିଏମ୍‌ସି ପକ୍ଷରୁ ସଫେଇଠାରୁ ଆରମ୍ଭ କରି କର୍ମଚାରୀଙ୍କ ସୁରକ୍ଷା ପାଇଁ ସେମାନଙ୍କୁ ସ୍ବତନ୍ତ୍ର ପୋଷାକ, ଡ୍ରେନେଜ ସଫେଇ ନିମନ୍ତେ ଅତ୍ୟାଧୁନିକ ଯନ୍ତ୍ରପାତି ପ୍ରଦାନ ଦିଗରେ ପଦକ୍ଷେପ ଗ୍ରହଣ କରାଯାଇଛି। ଅନ୍ୟପଟେ ସହରର ବ୍ୟବସାୟ ପ୍ରତିଷ୍ଠାନ ଓ ରାସ୍ତା ଘାଟରେ ପଡି ରହିଥିବା ଶୁଖିଲା ଆବର୍ଜନା ସଂଗ୍ରହ ପାଇଁ ବିଏମ୍‌ସି ସାନିଟେଶନ ବିଭାଗ ପକ୍ଷରୁ ୩ଟି ଆଣ୍ଟି ଲିଟେରିଂ ଭାକ୍ୟୁମ କ୍ଲିନର ମେଶିନ ରଖାଯାଇଛି। ଏହା ଦ୍ୱାରା ରାସ୍ତାରେ ପଡିଥିବା ପଲିଥିନ, ଗୁଟଖା ଜରି, ଶୁଖିଲା ପତ୍ର ଓ ଅନ୍ୟାନ୍ୟ ଶୁଖିଲା ଆବର୍ଜନାକୁ ସହଜରେ ସଂଗ୍ରହ କରାଯାଇପାରିବ। ଏହି ମେଶିନ ସାହାଯ୍ୟରେ ସହରର ଅଳ୍ପ କେତେକ ସ୍ଥାନରେ ବ୍ୟବହାର କରାଯାଇ ଆବର୍ଜନା ସଂଗ୍ରହ କରାଯାଇଥିଲା।
ସୂଚନାଥାଉକି, ମେଶିନ ପାଇଁ ସାଧାରଣତଃ ୨ ଜଣ କର୍ମଚାରୀ ଆବଶ୍ୟକ ହୋଇଥାଏ। କିନ୍ତୁ ବର୍ତ୍ତମାନ ଏହି ମେଶିନ ବ୍ୟବହୃତ ହେଉ ନ ଥିବା ଦେଖିବାକୁ ମିଳିଛି। ମେଶିନ ଚଳାଇବା ପାଇଁ ତାଲିମପ୍ରାପ୍ତ କର୍ମଚାରୀ ଆବଶ୍ୟକ ଥିବା ବେଳେ ସଫେଇ କର୍ମଚାରୀଙ୍କ ଦ୍ୱାରା ଏହାକୁ ଚଳାଇବା ସମ୍ଭବ ହୋଇପାରୁ ନାହିଁ। ଫଳରେ ଲକ୍ଷାଧିକ ଟଙ୍କାର ଏହି ଭାକ୍ୟୁମ କ୍ଲିନର ମେଶିନ କାର୍ଯ୍ୟରେ ଲାଗୁ ନାହିଁ। ଫଳରେ ଆବର୍ଜନା ସଫେଇ କ୍ଷେତ୍ରରେ ଲକ୍ଷ୍ୟ ସାଧନ ହୋଇପାରି ନାହିଁ। ଫଳରେ ସହର ବିଭିନ୍ନ ଉଠା ଦୋକାନୀ ଓ ମୁଖ୍ୟ ରାସ୍ତା ଗୁଡିକରେ ଶୁଖିଲା ଆବର୍ଜନା ଏଣେତେଣେ ପଡି ସହରର ସ୍ବଚ୍ଛ ବାତାବରଣକୁ ପ୍ରଦୂଷିତ କରୁଥିବା ସାଧାରଣରେ ଅଭିଯୋଗ ହୋଇଛି। ଏପରିକି ବିଏମସି କାର୍ଯ୍ୟାଳୟ ପରିସରରେ ଅବ୍ୟବହୃତ ଭାବେ ଗୋଟିଏ ମେସିନ ପଡି ରହିଥିବା ଦେଖିବାକୁ ମିଳିଛି।
ଏ ନେଇ ବିଏମସି ସାନିଟେସନ ବିଭାଗର ସାଗରିକା ଖଣ୍ଡୁଆଳଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ବର୍ତ୍ତମାନ ଏହି ମେଶିନ ୨ ଜଣ କର୍ମଚାରୀଙ୍କ ଦ୍ୱାରା ବ୍ୟବହୃତ ହେଉଛି। ଆଗାମୀ ଦିନରେ ସଫେଇ କର୍ମଚାରୀଙ୍କୁ ମେଶିନ ସମ୍ପର୍କରେ ଠିକ ତାଲିମ ଦିଆଯିବା ପରେ ସହରର ବିଭିନ୍ନ ସ୍ଥାନରେ ବ୍ୟବହାର କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଚାଉଳ ନପାଇ ଫେରି ଯାଉଛନ୍ତି ଲୋକେ: ସାନଖେମୁଣ୍ଡିରେ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ..

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗ୍ରାମାଞ୍ଚଳମାନଙ୍କରେ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ନେଇ ସିଙ୍ଗପୁର ପଞ୍ଚାୟତ ସରପଞ୍ଚ…

୧୬ ନମ୍ବର ଜାତୀୟ ରାଜପଥ ବଡ଼ ଘାଟି ଉପରେ ଓଲଟିଲା ଏସିଡି ଟ୍ୟାଙ୍କର

ଖଲ୍ଲିକୋଟ,୩୧।୩(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ ବଡ଼ଘାଟି ଉପରେ ମଙ୍ଗଳବାର ଅପରାହ୍ନରେ ଏକ ଏସିଡି ବୋଝେଇ ଟ୍ୟାଙ୍କର ଓଲଟି ପଡିଛି।…

ଉତ୍କଳ ପ୍ରଦେଶ ଗଠନରେ ବଡ଼ଖେମୁଣ୍ଡିର ଅବଦାନ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲା ଶାଖା ଆନୁକୂଲ୍ୟରେ ପବିତ୍ର ଉତ୍କଳ ଦିବସ ଅବ୍ୟବହିତ…

ଜିଲାସ୍ତରୀୟ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ପାଳନ:  ଉଲ୍ଲେଖନୀୟ ଅବଦାନ ପାଇଁ ୫ ଟ୍ରାନ୍ସଜେଣ୍ଡରଙ୍କୁ…

ଛତ୍ରପୁର,୩୧।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପ୍ରଶାସନ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଜିଲାସ୍ତରୀୟ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ୨୦୨୬ ପାଳିତ ହୋଇଯାଇଛି…

୧ ଏପ୍ରିଲରୁ ୧୫ ଦିନ ଧରି ଚାଲିବ ସ୍ବ-ଗଣନା, ଏହି ୱେବସାଇଟ ମାଧ୍ୟମରେ ଦେବେ ସବୁ ତଥ୍ୟ, ଜିଲାପାଳ କହିଲେ…

ଛତ୍ରପୁର,୩୧।୩ (ଦିଲ୍ଲୀପ ସାମଲ ): ପ୍ରଥମ ପର୍ଯ୍ୟାୟର ଗୃହ ତାଲିକା ଓ ଗୃହ ଗଣନା (ସ୍ବ-ଗଣନା) ଆସନ୍ତାକାଲି ଅର୍ଥାତ୍‌ ୧ ଏପ୍ରିଲରୁ ୧୫ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ…

ଗଞ୍ଜାମରେ ଲଜ୍ଜା: ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର: ନାବାଳକ ପ୍ରେମିକଙ୍କୁ…

ବ୍ରହ୍ମପୁର, ୩୧।୩(ସୁବାସ ଚନ୍ଦ୍ର ପାଢୀ) : ପୁଣିଥରେ ଗଞ୍ଜାମରେ ଲଜ୍ଜା। ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର ମାମଲାରେ ଗୋଷାଣୀନୂଆଗାଁ ପୋଲିସ ଦୁଇଜଣ ଅଭିଯୁକ୍ତକୁ ଗିରଫ କରିଛି। ସେମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri