ଆଦିବାସୀ ମହିଳା ଶ୍ରମିକଙ୍କୁ ବଳାତ୍କାର କଲେ ଗାଁ ସାଥୀ, କାହା ଆଗରେ କହିଲେ ଜୀବନରୁ ମାରିଦେବି,ଏମିତି ଅଭିଯୋଗ ଆଣି ପୀଡ଼ିତା…

ଲାଞ୍ଜିଗଡ଼,୧୧ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଳକ ବିଜେପୁର ଥାନା ଅଞ୍ଚଳର ଜଣେ ଆଦିବାସୀ ମହିଳା (୩୭)ଙ୍କୁ ବଳାତ୍କାର ଅଭିଯୋଗ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି ଲାଞ୍ଜିଗଡ ପୋଲିସ। ଅଭିଯୁକ୍ତ ଜଣକ ଲାଞ୍ଜିଗଡ଼ ବ୍ଳକ ପାହାଡ଼ ପଦର ପଞ୍ଚାୟତ କାଞ୍ଚନମୁଖି ଗାଁର ମାନ ମାଝୀ (୩୮)।

ସୂଚନାନୁସାରେ ଅଭିଯୁକ୍ତ ମାନ ମାଝୀ ଉକ୍ତ ଗାଁର ଗାଁସାଥୀ ରହି ମନରେଗା କାମ ଦେଖାରେଖା କରୁଥିବା ବେଳେ ପୀଡ଼ିତା ମହିଳା ମଧ୍ୟ ସେହି ମନରେଗା କାମ କରି ଆସୁଥିଲେ l ଗତ ବୁଧବାର ମହିଳାଙ୍କ ଜମା ବହିରେ ମନରେଗା ଟଙ୍କା ଜମା ହୋଇଛି କହି ଟଙ୍କା ଉଠାଇବା ପାଇଁ ନିଜ ବାଇକ ଯୋଗେ ମହିଳାଙ୍କୁ ନିକଟସ୍ଥ ବ୍ୟାଙ୍କକୁ ନେଇଥିଲେ l ବ୍ୟାଙ୍କରେ ଜମା ଖାତା ଯାଞ୍ଚ କଲା ପରେ ଜମାଖାତାରେ କୌଣସି ଟଙ୍କା ପଡ଼ି ନ ଥିବାରୁ ବ୍ୟାଙ୍କଠାରୁ ପାନପଦର ପୁଞ୍ଜାମ ରାସ୍ତା ଦେଇ ଘରକୁ ଫେରିବା ସମୟରେ ଅଧବାଟ ପୁଞ୍ଜାମ ଜଙ୍ଗଲରେ ମିଠା ଓ ପାଣି ପିଇବା ବାହାନା କରି ବାଇକ୍‌ ଅଟକାଇ ବଳପୂର୍ବକ ଉଠାଇ ନେଇ ବଳାତ୍କାର ସହିତ ଏହିକଥା କାହାକୁ କହିଲେ ଜୀବନରେ ମାରିଦେବି ବୋଲି ଧମକ ଚମକ ଦେଇଥିବା ଅଭିଯୋଗ ଆଣିଥିଲେ ମହିଳା l ମହିଳା ଜଣକ ପ୍ରାଣ ବିକଳରେ କୌଶଳ କ୍ରମେ ସେଠାରୁ ପୁଞ୍ଜାମ ଗାଁକୁ ଆସି ସମ୍ପର୍କୀୟଙ୍କ ସାହାଯ୍ୟରେ ଘରକୁ ଆସିଥିଲେ। ଏନେଇ ମହିଳା ଜଣଙ୍କ ନ୍ୟାୟ ପାଇଁ ବିଜେପୁର ଥାନାର ଦ୍ବାରସ୍ଥ ହୋଇ ଶୁକ୍ରବାର ଏକ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଅଭିଯୋଗର ୪ଦିନ ପରେ ବି ପୋଲିସ ପକ୍ଷରୁ କୌଣସି ତଦନ୍ତ ହୋଇ ନ ଥିବା ପୀଡ଼ିତା ଅଭିଯୋଗ ଆଣିଥିଲେ। ତେବେ ଦୋଷୀଙ୍କୁ ଉଚିତ ଦଣ୍ଡ ଦିଆ ନ ଗଲେ ଆତ୍ମହତ୍ୟା କରିବି ବୋଲି ଚେତାବନୀ ଦେଇଥିଲେ ପୀଡ଼ିତା। ଏନେଇ ବିଜେପୁର ଥାନା ଅଧିକାରୀ ନିଳାମ୍ବର ଯାନୀଙ୍କୁ ପଚାରିବାରୁ ମୁଁ ଛୁଟିରେ ରହିଥିବା ପ୍ରକାଶ କରିଥିଲେ I ଏସ୍‌ଆଇ ଶ୍ୟାମ କୁଲସିକାଙ୍କୁ ପଚାରିବାରୁ ଆମ ବିଜେପୁର ଥାନା ଅଧିକାରୀ ଅନୁପସ୍ଥିତ ଯୋଗୁ ଲାଞ୍ଜିଗଡ଼ ଥାନା ଅଧିକାରୀ ବିଜେପୁର ଥାନା ଦାୟିତ୍ୱରେ ଅଛନ୍ତି। କେସ୍‌ ରୁଜୁ ହୋଇ ପାରିନାହିଁ। ମଙ୍ଗଳବାର ତଦନ୍ତ କରିସାରିଲା ପରେ କେସ୍‌ ରୁଜୁ ହେବ ବୋଲି ପ୍ରକାଶ କରିଥିଲେ। ମଙ୍ଗଳବାର ଲାଞ୍ଜିଗଡ ଥାନାଧିକାରୀଙ୍କ ନେତୃତ୍ୱରେ ପୋଲିସ କାଞ୍ଚନ ମୁଖି ଗାଁକୁ ଯାଇ ଅଭିଯୁକ୍ତକୁ ଗିରଫ କରି ଥାନାକୁ ଆଣି ପଚରାଉଚରା କରିଥିଲେ I ଏନେଇ ବିଜେପୁର ଥାନା କେସ୍‌ ନଂ ୩୯/୨୫ ରେ ଏକ ମାମଲା ରୁଜୁ କରି ବୁଧବାର ଉଭୟଙ୍କୁ ଡାକ୍ତର ମାଇନା ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ବିଜେପୁର ଥାନା ଦାୟିତ୍ୱରେ ଥିବା ଲାଞ୍ଜିଗଡ଼ ଥାନାଧିକାରୀ ଯଶୋବନ୍ତ ହିଆଲ ପ୍ରକାଶ କରିଥିଲେ।

Dharitri – Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଚଢାଉ କରି ବିପୁଳ ପରିମାଣର କାଠ ଜବତ କଲା ବନବିଭାଗ, କାଠର ଆନୁମାନିକ ମୂଲ୍ୟ ହେବ…

ମୋହନା,୩୦।୧( ମନ୍ମଥ ମିଶ୍ର ): ଗଜପତି ଜିଲା ଚନ୍ଦ୍ରଗିରି ବନାଞ୍ଚଳ ପକ୍ଷରୁ ଚଢ଼ାଉ କରି ବିପୁଳ ପରିମାଣର ମୂଲ୍ୟବାନ କାଠ ଗଣ୍ଡି ଜବତ ହୋଇଛି। ଗୁରୁବାର ବିଳମ୍ବିତ…

ଖରାଦିନ ଆରମ୍ଭରୁ ସମସ୍ୟା: ୧୦ ହଜାରରୁ ଊର୍ଦ୍ଧ୍ୱ ଟ୍ୟୁବ୍‌ୱେଲରୁ ବାହାରୁଛି ଲୁଣାପାଣି

କେନ୍ଦ୍ରାପଡ଼ା,୩୦ା୧(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାରେ ୯ଟି ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ଅବଧି ବହୁ ପୂର୍ବରୁ ସରିଛି। ମାତ୍ର ଗୋଟିଏ ବି ପ୍ରକଳ୍ପ ଅଦ୍ୟାବଧି ସମ୍ପୂର୍ଣ୍ଣ…

BJB ହଷ୍ଟେଲ ଖାଦ୍ୟରେ ପୋକ: ଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ

ଭୁବନେଶ୍ୱର, ୩୦।୧: BJB ଯୁକ୍ତ ଦୁଇ କଲେଜ ଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ। ଏକାଧିକ ବାର ହଷ୍ଟେଲ ଖାଦ୍ୟରୁ ପୋକ ବାହାରୁଥିବା ଅଭିଯୋଗ ହୋଇଛି । ହଷ୍ଟେଲ ଅଧୀକ୍ଷକଙ୍କୁ…

ପୁରୀ ଜିଲାପାଳଙ୍କୁ ଅଦାଲତ ଅବମାନନା ନୋଟିସ

ପୁରୀ,୩୦ା୧: ପୁରୀ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ହାଇକୋର୍ଟଙ୍କ ଅଦାଲତ ଅବମାନନା ନୋଟିସ ଜାରି ହୋଇଛି। ଅଦାଲତ ଅବମାନନା ମାମଲାରେ କାହିଁକି ଦଣ୍ଡିତ କରାଯିବନି ଜବାବ ତଲବ କରିଛନ୍ତି…

ନଗର ଉନ୍ନୟନ ସଚିବ ଉଷା ପାଢ଼ୀଙ୍କୁ ଆଶ୍ବସ୍ତି

ଭୁବନେଶ୍ୱର,୩୦।୧: ଅଦାଲତ ଅବମାନନା ମାମଲାରୁ ନଗର ଉନ୍ନୟନ ସଚିବ ଉଷା ପାଢ଼ୀଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ହାଇକୋର୍ଟରେ ସଚିବ ପାଢ଼ୀ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରି ଅଦାଲତ…

ଚାଲିଥିଲା ନକଲି ମଦ ପ୍ରସ୍ତୁତି: ଅଚାନକ ଚଢାଉ କଲା ଅବିକାରୀ ବିଭାଗ, ତା’ପରେ…

କେସିଙ୍ଗା,୩୦।୧ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା କଲେଜ ରୋଡ଼ ସ୍ଥିତ ୱାର୍ଡ ନଂ ୧୦ର ୩ ନମ୍ବର ବିଦେଶୀ ମଦ ଦୋକାନ ପଛ ଗଳିରେ ଓ…

ମଧ୍ୟାହ୍ନ ଭୋଜନ ରୋଷେଇବେଳେ ସ୍କୁଲରେ ଘଟିଲା ଅଘଟଣ: ପ୍ରେସର କୁକର ଫାଟି…

ଆଠଗଡ଼,୩୦।୧: ସ୍କୁଲରେ ମଧ୍ୟାହ୍ନ ଭୋଜନ ପାଇଁ ରୋଷେଇବେଳେ ଘଟିଲା ଅଘଟଣ। ଗୋବିନ୍ଦ ମାଧବପୁର ନୋଡାଲ ଉପ୍ରା ବିଦ୍ୟାଳୟରେ ରୋଷେଇ ସମୟରେ ପ୍ରେସର କୁକର ଫାଟି ୨ ପାଚିକା…

ପଞ୍ଜିକା ସମୀକରଣ ବୈଠକରେ ବଡ଼ ନିଷ୍ପତ୍ତି: ତ୍ରୁଟିଯୁକ୍ତ ପାଞ୍ଜି ଛାପିଲେ…

ପୁରୀ,୩୦।୧ା୧(ଅଜିତ୍‌ କୁମାର ମହାନ୍ତି): ଶ୍ରୀମନ୍ଦିରରେ ୨୦୨୬-୨୭ରେ ପାଳନ ହେବାକୁ ଥିବା ବିଭିନ୍ନ ପର୍ବପର୍ବାଣି ଓ ଯାନିଯାତ୍ରାର ସୂଚନା ବିଭିନ୍ନ ପଞ୍ଜିକାରେ କିଭଳି ତ୍ରୁଟିଶୂନ୍ୟ ଭାବେ ପ୍ରକାଶିତ ହେବ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri