ଗଞ୍ଜାମ,୩୧ା୭(ବିଦ୍ୟାଧର ସାହୁ): ତେଲେଙ୍ଗାନା ରାଜ୍ୟ ହାଇଦ୍ରାବାଦ ଘୋଷାମେଲ ବିଧାୟକ ତଥା ବଜରଙ୍ଗ ଦଳ ବିଶ୍ୱ ହିନ୍ଦୁ ପରିଷଦ ମୁଖ୍ୟ ଟି.ରାଜା ସିଂଙ୍କୁ ଗଞ୍ଜାମ ଜିଲା ବଜରଙ୍ଗ ଦଳ ସଂଯୋଜକ କେ. ଇଲେୟା ରେଡ୍ଡୀ ଭେଟି ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଭାଜପା ରାଜ୍ୟ ସଚେତକ ଟି.ରାଜାଙ୍କ ହାଇଦ୍ରାବାଦର ମଙ୍ଗଲଓ୍ବାକ୍ସ୍ଠାରେ ଆୟୋଜିତ ବିଶାଳ ଜନସମାବେଶରେ ଇଲେୟା ଯୋଗ ଦେବା ସହ ଗୋ’ ମାତା ସୁରକ୍ଷା ବିଷୟରେ ଆଲୋଚନା କରିଥିଲେ। ଇଲେୟା ହେଉଛନ୍ତି ଗଞ୍ଜାମ ବ୍ଲକ କାଇଁଚପୁର ପଞ୍ଚାୟତ ମାଲିଜଗନ୍ନାଥପୁର ଗ୍ରାମର।


