ଗଞ୍ଜାମ ହେବ ଯକ୍ଷ୍ମାରୋଗୀ ମୁକ୍ତ, ଅନ୍ୟ ଜିଲା ପାଇଁ ପାଲଟିବ ଉଦାହରଣ

ଭଞ୍ଜନଗର,୩୦ା୪(ବାବୁଲା ପ୍ରଧାନ): ଯକ୍ଷ୍ମା ରୋଗ ଏକ ସଂକ୍ରମଣ ରୋଗ। ଏହା ଜଣକଠାରୁ ଅନ୍ୟ ଜଣକୁ ବ୍ୟାପିଥାଏ। ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମିଲେ ମୁଖ୍ୟତଃ ଏହି ରୋଗ ହୋଇଥାଏ। ତେଣୁ ଯକ୍ଷ୍ମା ରୋଗୀମୁକ୍ତ ଓଡ଼ିଶା ଲକ୍ଷ୍ୟ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ଇତିମଧ୍ୟରେ ବିଭିନ୍ନ ପଦକ୍ଷେପ ନେଇଛନ୍ତି। ପୂର୍ବରୁ ରୋଗୀଙ୍କ ସ୍ବାସ୍ଥ୍ୟ ପ୍ରତି ଦୃଷ୍ଟି ଦିଆଯାଇ ତାଙ୍କୁ ଆବଶ୍ୟକ ଔଷଧ ସମେତ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଥିଲା। କିନ୍ତୁ ବର୍ତ୍ତମାନ ରୋଗୀଙ୍କ ସମ୍ପର୍କୀୟଙ୍କ ମଧ୍ୟ ଚର୍ମ ପରୀକ୍ଷା କରାଯାଉଛି । ଯଦି ତାଙ୍କ ଶରୀରରେ ଯକ୍ଷ୍ମାରୋଗର ଜୀବାଣୁ ଥିବାର ପ୍ରମାଣ ମିଳେ ସମ୍ପର୍କୀୟଙ୍କୁ ମଧ୍ୟ ଔଷଧ ସମେତ ଅନ୍ୟାନ୍ୟ ସୁବିଧା ଦିଆଯାଏ। ୧୮ ବର୍ଷରୁ କମ୍‌ ଶିଶୁମାନଙ୍କୁ ସେମାନଙ୍କ ଓଜନ ଅନୁସାରେ ରୋଗ ପ୍ରତିରୋଧକ ଔଷଧ ବଣ୍ଟନ କରାଯିବ। ଏହାହେଲେ ରୋଗୀଙ୍କ ସ୍ବାସ୍ଥ୍ୟ ଅଧିକ ଖରାପ ହେବନାହିଁ। ଏଥିସହ ରୋଗୀ ତୁରନ୍ତ ସୁସ୍ଥ ହୋଇପାରିବ। ସଂକ୍ରମଣ ସଂଖ୍ୟା ମଧ୍ୟ ବଢ଼ିବ ନାହିଁ। ଚର୍ମ ପରୀକ୍ଷା ମାଧ୍ୟମରେ ଯକ୍ଷ୍ମା ରୋଗ ହୋଇଛି କି ନାହିଁ ଜାଣିବା ପାଇଁ ସିୟାଇ ଟିବି(cyTB) ଯୋଜନା ବୁଧବାର ଗଞ୍ଜାମ ଜିଲାରେ ଶୁଭାରମ୍ଭ ହୋଇଛି।

ଏନେଇ ଗଞ୍ଜାମ ଜିଲା ସାସ୍ଥ୍ୟ ସମିତି ପକ୍ଷରୁ ଅନ୍‌ଲାଇନ୍‌ ମାଧ୍ୟମରେ ଯୋଜନାର ଶୁଭାରମ୍ଭ ହୋଇଥିଲା। ଏଥିରେ ଗଞ୍ଜାମ ଜିଲା ସାସ୍ଥ୍ୟ ଅଧିକାରୀ ଡ ଭବାନୀ ଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୋଜନାର ଶୁଭାରମ୍ଭ କରିଥିଲେ। ଏହି ସମୟରେ ଡ. ଅବନୀ ପାତ୍ର, ଡିପିଓ ବିଦେଶୀ ଜେନା, ପିପିଏମ୍‌ ସଂଯୋଜକ ସୁଧୀର କାନ୍ତ ବେହେରା ପ୍ରମୁଖ ଉପସ୍ଥିତ ରହି ଯୋଜନାର ସୁଫଳ କିଭଳି ମିଳିବ ସେନେଇ କହିଥିଲେ। ଅନ୍‌ଲାଇନ ମାଧ୍ୟମରେ ଜିଲାର ବିଭିନ୍ନ ଅଧିକାରୀ, କର୍ମଚାରୀ ଯୋଗ ଦେଇଥିଲେ। ମେ’ ୧୦ ସୁଦ୍ଧା ୩୬୦୦ ଜଣକ ଚର୍ମ ପରୀକ୍ଷା କରିବା ଯୋଜନା ଅଛି। ଯୋଜନା ଏଭଳି କାର୍ଯ୍ୟକାରୀ କରିବା ଯାହା ଅନ୍ୟ ଜିଲା ପାଇଁ ଉଦାହରଣ ପାଲଟିବ ବୋଲି ବକ୍ତାମାନେ କହିଥିଲେ।

ଏହିଭଳି ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ ତାରସିଂଠାରେ ମଧ୍ୟ ଆଜି ଉକ୍ତ ଯୋଜନାର ଶୁଭାରମ୍ଭ ହୋଇଛି। ତାରସିଂ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କ ସମ୍ପର୍କୀୟମାନେ ଆସି ଚର୍ମ ପରୀକ୍ଷା କରାଇଥିଲେ। ଏହି ସମୟରେ ମେଡିକାଲ ଅଫିସର୍‌ ଡ ସଚ୍ଚିଦାନନ୍ଦ ସାହୁ, ଏସ୍‌ଟିଏସ୍‌ ଦୁର୍ଗାପ୍ରସାଦ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ସେହିଭଳି ଜଗନ୍ନାଥପ୍ରସାଦ ରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ମେଡିକାଲ ଅଧିକ୍ଷକ ଡ ଦାସ କିରଣ କୁମାର ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଭଞ୍ଜନଗର, ବେଲଗୁଣ୍ଠା ଏବଂ ଜଗନ୍ନାଥପ୍ରସାଦ ବ୍ଲକରେ ବର୍ତ୍ତମାନ ପ୍ରାୟ ୬୦୦ରୁ ଊର୍ଦ୍ଧ୍ୱ ଯକ୍ଷ୍ମା ରୋଗୀ ଅଛନ୍ତି। ସେମାନଙ୍କୁ ସରକାରଙ୍କ ପକ୍ଷରୁ ମାସକୁ ୧ ହଜାର ଟଙ୍କା ଏହିଭଳି ୬ ମାସରେ ସର୍ବାଧିକ ୬୦୦ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଉଛି। ଏଥିସହ ଔଷଧ ମଧ୍ୟ ମାଗଣାରେ ଯୋଗାଇ ଦିଆଯାଉଛି। ଦାତାଙ୍କ ସହାୟତାରେ ୬ ମାସ ପାଇଁ ଶୁଖିଲା ଖାଦ୍ୟ ମଧ୍ୟ ସେମାନଙ୍କୁ ଦେବା ବ୍ୟବସ୍ଥା କରାଯାଉଛି। ଅପରପକ୍ଷେ ଗଞ୍ଜାମ ଜିଲାରେ ପ୍ରତିବର୍ଷ ୫ ହଜାରରୁ ଉର୍ଦ୍ଧ ଯକ୍ଷ୍ମା ରୋଗୀ ଚିହ୍ନଟ ହେଉଛନ୍ତି। ଯାହାକି ଚିନ୍ତାଜନକ ବିଷୟ। ତେଣୁ ଜିଲାକୁ ଯକ୍ଷ୍ମାରୋଗୀ ମୁକ୍ତ କରିବା ପାଇଁ ପଦକ୍ଷେପ ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri