ଗଞ୍ଜାମ ସହରକୁ କରୋନା ମୁକ୍ତ ପାଇଁ ଶପଥ

ଗଞ୍ଜାମ,୨୪।(ଡି.ଏନ.ଏ.): ଗଞ୍ଜାମ ସହରରୁ ସମ୍ପୂର୍ଣ୍ଣ କରୋନା ମୁକ୍ତ ନିମନ୍ତେ ତହସିଲଦାର ଅବନୀ କୁମାର ସାହୁଙ୍କ ନେତୃତ୍ୱରେ ଗୁରୁବାର ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା। ଏହି ରାଲି ଜୟଶ୍ରୀ ଛକରୁ ବାହାରି ସାନ ବଜାର ପର୍ଯ୍ୟନ୍ତ ଯାଇଥିଲା। ବ୍ୟବସାୟୀମାନଙ୍କୁ କୋଭିଡ ନିୟମ ମାନିବାକୁ ମାଇକରେ ପ୍ରଚାର କରାଯାଇଥିଲା। ଏହି ଅବସରରେ କରୋନା ହାରିବ ସହର ବଞ୍ଚିବ ଶପଥ ପାଠ କରାଯାଇଥିଲା। ଏଥିରେ ତହସିଲଦାର ସାହୁଙ୍କ ସମେତ ଏନଏସି ଇଓ ପ୍ରଭୁ କଲ୍ୟାଣ ଦାସ, ଥାନା ଆଇଆଇସି ଦିଲ୍ଲୀପ କୁମାର ସାହୁ, ଏଏସଆଇ ନାରାୟଣ କହ୍ନର, ଏନଏସି କ୍ଲର୍କ ମିଳନ ମୋହନ ମୁର୍ମୁ ଏବଂ ସମସ୍ତ ଆରଆଇ ଉପସ୍ଥିତ ଥିଲେ।