୪୪ ଜଣ ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର କଲା ଗଞ୍ଜାମ ପୋଲିସ

ଛତ୍ରପୁର, ୨୨/୬ (ଦିଲ୍ଲୀପ ସାମଲ): ଗଞ୍ଜାମ ପୋଲିସ ଜିଲାର ବିଭିନ୍ନ ଥାନାର ତ୍ୱରିତ ଏବଂ ସମନ୍ୱିତ ପ୍ରୟାସ ଫଳରେ ୧୫ ଜୁନ ୨୦୨୬ରୁ ୨୧ ଜୁନ ୨୦୨୬ ମଧ୍ୟରେ ମୋଟ ୪୪ ଜଣ ନିଖୋଜ ବ୍ୟକ୍ତିଙ୍କୁ ସଫଳତାର ସହ ଖୋଜି ବାହାର କରି ଉଦ୍ଧାର  କରିଛି।

ଉଦ୍ଧାର ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ୪ ଜଣ ପୁରୁଷ, ୨୫ ଜଣ ମହିଳା ଏବଂ ୧୫ ଜଣ ଶିଶୁ ରହିଛନ୍ତି। ପୋଲିସର ନିରନ୍ତର ଉଦ୍ୟମ ଏବଂ ବିଭିନ୍ନ ଥାନା ମଧ୍ୟରେ ସମନ୍ୱୟ ଫଳରେ ସେମାନଙ୍କୁ ଚିହ୍ନଟ କରି ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।

ପରବର୍ତ୍ତୀକାଳରେ ସମସ୍ତ ଉଦ୍ଧାର ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ ସେମାନଙ୍କ ପରିବାର ସହ ପୁନର୍ମିଳିତ କରାଯାଇଥିବା ଗଞ୍ଜାମ ପୋଲିସ ପକ୍ଷରୁ ସୂଚନା ମିଳିଛି। ନିଖୋଜ ବ୍ୟକ୍ତିମାନଙ୍କୁ ଠାବ କରି ସେମାନଙ୍କୁ ପରିବାର ସହ ମିଳାଇବା ଦିଗରେ ଗଞ୍ଜାମ ପୋଲିସର ଏହି ସଫଳତାକୁ ସାଧାରଣରେ ପ୍ରଶଂସା କରାଯାଉଛି।

Dharitri – Odisha’s No.1 Odia Daily

Share