ଜୁଆ ଖେଳ ଚାଲିଥିବା ବେଳେ ଗଞ୍ଜାମ ପୋଲିସର ଚଢ଼ାଉ: ୬ ଜୁଆଡି ଗିରଫ

ଗଞ୍ଜାମ,୧୯।୧୦(ଡି.ଏନ୍‌.ଏ.): ଦାମୋଦରପୁର ଗ୍ରାମ ନିକଟସ୍ଥ ଏକ ନିଛାଟିଆ ସ୍ଥାନରେ ଜୁଆ ଖେଳ ଚାଲିଥିବା ଖବର ପାଇ ଗଞ୍ଜାମ ଥାନା ପୋଲିସ ପକ୍ଷରୁ ଆଇଆଇସି ସନ୍ତୋଷ କୁମାର ବେହେରାଙ୍କ ନେତୃତ୍ୱରେ ଅଚାନକ ଚଢ଼ାଉ କରାଯାଇଥିଲା l ଏଥିରେ ଜୁଆ ଆଡ୍ଡାରୁ ଛଅ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କଠାରୁ ୨୯ ହଜାର ୯୦ ଟଙ୍କା ଜବତ ହୋଇଥିବା ଗଞ୍ଜାମ ଥାନା ମହିଳା ଏସ୍‌ଆଇ ସୁପ୍ରଭା ସାହୁ ସୂଚନା ଦେଇଛନ୍ତି l ଗଞ୍ଜାମ ଥାନା ପକ୍ଷରୁ କେଶ ନ ୧୮୮ /୨୨ ରେ ମାମଲା ରୁଜୁ କରାଯାଇଛି ବୋଲି ସୂଚନା ମିଳିଛି। ଏହି ଚଢ଼ାଉ ବେଳେ ଏସ୍‌ଆଇ ସୁପ୍ରଭା ସାହୁଙ୍କ ସମେତ ଏସ୍‌ଆଇ ସୁରେନ୍ଦ୍ର ପିହାରୀ,ନିତ୍ୟାନନ୍ଦ ଶବର, ବିନୋଦିନୀ ବେହେରା, ଲକ୍ଷ୍ମୀ ନାରାୟଣ ସାହୁ ପ୍ରମୁଖ ସାମିଲ ଥିଲେ l