ଜମି ବିକ୍ରି କରିବାକୁ ଲାଗିଲା ନିଶା: ମୃତ ବ୍ୟକ୍ତିଙ୍କୁ ଜୀବିତ କରି ରଚୁଥିଲେ ଷଡଯନ୍ତ୍ର, ହେଲେ…

ଗଞ୍ଜାମ,୨୫।୮(ବିଦ୍ୟାଧର ସାହୁ ): ଗଞ୍ଜାମ ପୋଲିସ ଏକ ଗୁରୁତର ଜମି ଜାଲିଆତି ଓ ବିକ୍ରି ମାମଲାର ଫର୍ଦ୍ଦାଫାଶ କରିଛି। ପୋଲିସ ପ୍ରାଥମିକ ତଦନ୍ତରେ ତିନିଜଣଙ୍କୁ ଗିରଫ କରି କୋର୍ଟକୁ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମନୋଜ କୁମାର ଗୌଡ଼ (୩୦), ଦିଲୀପ ମାଳି (୫୧) ଓ ଦଣ୍ଡପାଣି ବେହେରା (୭୮)। ସେମାନଙ୍କଠାରୁ ନକଲି ଆଧାର କାର୍ଡ ଓ ବ୍ୟାଙ୍କ ପାସ ବୁକ୍‌ ପୋଲିସ ଜବତ କରିଥିବା ଜଣାପଡିଛି। ଅଭିଯୋଗ ଅନୁସାରେ ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ନକଲି ମାଲିକ ସହ ଦୁଇଜଣ ଦଲାଲ ରହିଛନ୍ତି। ସେମାନେ ମୃତ୍ୟୁ ଲୋକଙ୍କୁ ଜୀବିତ କରାଇ ଜମି ବିକ୍ରି କରିଥିବା ଅଭିଯୋଗରେ ବନ୍ଧା ହୋଇଥିବା ଥାନା ଏସଆଇ ଅନିରୁଦ୍ଧ ସ୍ବାଇଁ ସୂଚନା ଦେଇଛନ୍ତି । ଏତଲାରୁ ମିଳିଥିବା ତଥ୍ୟ ଅନୁଯାୟୀ, ହଳଦିଆ ପଦର ବାସିନ୍ଦା ଦଣ୍ଡପାଣି ବେହେରାଙ୍କ ଗତ ୨୦୦୪ରେ ମୃତ୍ୟୁବରଣ କରିଥିଲେ। ମୃତ ଦଣ୍ଡପାଣିଙ୍କ ନାମରେ ମଲାଡ଼ ପଞ୍ଚାୟତରେ ଦୁଇ ଏକର ୬୪୨ ଡେସିମେଲ ଜମି ରହିଥିଲା। ପରିବାର ପ୍ରାୟ ସଦସ୍ୟମାନେ ବାହାରେ ସ୍ଥାୟୀ ଭାବରେ ଥିବାରୁ, ସେହି ଜମି ବିଷୟରେ ଗୁରୁତ୍ୱ ଦେଉନଥିଲେ। ସେହି ସୁଯୋଗର ଫାଇଦା ଉଠାଇ କିଛି ବ୍ୟକ୍ତିମାନେ ଦଲାଲ ସାଜି ଜାଲିଆତି ଭାବେ ଜମି ବିକ୍ରି କରିଥିବା ମଣ୍ଡି ଆବେଦନ କରିବା ପାଇଁ ସିସ୍ତୁ ରସିଦ ସମୟରେ ଜାଣିବାକୁ ପାଇଥିଲେ ଦଣ୍ଡପାଣିଙ୍କ ପୁଅ ମାନସ। ଏନେଇ ଅଗଷ୍ଟ ୨୦ରେ ମାନସ ବେହେରା ଗଞ୍ଜାମ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହା ଅଧାରରେ କେସ ନଂ. ୨୭୦/୨୦୨୫ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ଗଞ୍ଜାମ ଥାନା ପୋଲିସ। ଥାନା ଆଇଆଇସି ଦାୟିତ୍ୱରେ ଥିବା ଶ୍ରଦ୍ଧାଞ୍ଜଳି ସୁବୁଦ୍ଧିଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିଲା ଖୋଳତାଡ଼। ରିପୋର୍ଟ ଅନୁସାରେ ୨୦୨୪ରେ, ଅଭିଯୁକ୍ତମାନେ ନକଲି ଆଧାର କାର୍ଡ ବ୍ୟବହାର କରି ୭୮ ବର୍ଷୀୟ ଦଣ୍ଡପାଣି ବେହେରାଙ୍କ ପରିଚୟ ଦେଇ ସ୍ଥାନୀୟ ବ୍ୟକ୍ତି ଡି ବିକାଶଙ୍କୁ ଜମି ବିକ୍ରି କରିଥିଲେ। ୨୦୨୪ ସେପ୍ଟେମ୍ବର ୧ରେ ଗଞ୍ଜାମ ସବ-ରେଜିଷ୍ଟ୍ରାର ଅଫିସରେ ଏହି ଜମିର ରେଜିଷ୍ଟ୍ରି ହୋଇଥିଲା। ଅଧିକା ଟଙ୍କା ଥିବା ଜମିକୁ କମ ଟଙ୍କାରେ ମିଳୁଥିବାରୁ ଜମି କିଣା ଯାଇଥିଲା। ଉକ୍ତ ଘଟଣାରେ ମୋଟ ୧୫ ଲକ୍ଷ ଟଙ୍କା କାରବାର ହୋଇଥିବା ପୋଲିସ ସ୍ପଷ୍ଟ କରିଛି,ଯାହାର ୧.୫ ଲକ୍ଷ ଟଙ୍କା ଦଣ୍ଡପାଣିଙ୍କୁ ଦିଆଯାଇଥିଲା ଏବଂ ୧୩.୫ ଲକ୍ଷ ଟଙ୍କା ଦୁଇ ଦଲାଲଙ୍କ ମଧ୍ୟରେ ବଣ୍ଟା ହୋଇଥିଲା। ଅଭିଯୁକ୍ତମାନେ ଜାଲିଆତି କରିଥିବା ସ୍ବୀକାର କରିଛନ୍ତି। ଏଥିସହ ପୋଲିସ କହିଛି, ପ୍ରାଥମିକ ତଦନ୍ତ ଚାଲୁ ଥିବାବେଳେ ତଦନ୍ତ ଶେଷ ହେଲାପରେ ଘଟଣାର ପ୍ରକୃତ ସତ୍ୟାସତ୍ୟ ସ୍ପଷ୍ଟ ହେବ। ଏହି ଘଟଣାରେ ଗିରଫ ସଂଖ୍ୟା ବଢିବାର ସମ୍ଭାବନା ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ମହାପ୍ରଭୁଙ୍କ ଶରଣରେ ପଶିଲେ ପିୟୂଷ: ଯାତ୍ରା ମଞ୍ଚ ପାଇଁ ଫିଟିଗଲା ବାଟ

ଭୁବନେଶ୍ୱର,୨୦।୧: ଯାତ୍ରା ଜଗତର ଚର୍ଚ୍ଚିତ ଖଳନାୟକ ପିୟୂଷ ତ୍ରିପାଠୀଙ୍କ ପାଇଁ ଖୋଲିଛି ମଞ୍ଚକୁ ଫେରିବାର ବାଟ। ଅପେରା ସୂର୍ଯ୍ୟମନ୍ଦିର ମାଲିକ ପ୍ରମୋଦ ସ୍ୱାଇଁଙ୍କ ସହ ଚାଲିଥିବା...

ସଂଘବଦ୍ଧ ଆକ୍ରମଣ: ପୁଅଙ୍କୁ ବଞ୍ଚାଇବାକୁ ଯାଇ ବାପା-ମା’ ଆହତ, ଗୁରୁତର… 

ଦିଗପହଣ୍ଡି,୨୦।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ନରସିଂହପୁର ଗ୍ରାମରେ ବ୍ୟବସାୟିକ ଶତ୍ରୁତାକୁ ନେଇ ଗୋଟିଏ ପରିବାରର ବାପ,ମା ଓ ପୁଅଙ୍କୁ...

ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ, ଜ଼ିଲାପାଳମାନଙ୍କ ସମ୍ମିଳନୀ:ପଞ୍ଚାୟତ, ପୌର ନିର୍ବାଚନ ସଫଳତାର ସହ…

ଛତ୍ରପୁର,୨୦ା୧(ଦିଲୀପ ସାମଲ): ଆଗାମୀ ପଞ୍ଚାୟତ, ପୌର ନିର୍ବାଚନ ଏବଂ ଭୋଟର ତାଲିକା ସଂଶୋଧନକୁ ସ୍ବଚ୍ଛ, ନିରପେକ୍ଷ ଓ ସଫଳତାର ସହ ସମ୍ପାଦନ କରିବା ପାଇଁ ଛତ୍ରପୁରସ୍ଥିତ...

ମହିଳାଙ୍କ ହାତରେ ‘ଆମ ବସ୍’ ଷ୍ଟିୟରିଂ: ଏହି ଦିନରୁ ମିଳିବ ଦାୟିତ୍ୱ

ଭୁବନେଶ୍ୱର,୨୦।୧: ରାଜ୍ୟ ପରିବହନ ସେବାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏଣିକି ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ‘ଆମ ବସ୍’ ଚଲାଇବେ। ବିଶେଷ କରି...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri