ଛତ୍ରପୁର,୧୭ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ପୋଲିସ ଜିଲା ଅଧୀନରେ ଗତ ୧୧ ଦିନ ଧରି ସ୍ବତନ୍ତ୍ର ଡ୍ରାଇଭ ଯୋଗେ ପୁରୁଣା ଓ୍ବାରେଣ୍ଟି ଧରପଗଡ଼ରେ ୪୪୪ଟି ଓ୍ବାରେଣ୍ଟି ଧରି କାର୍ଯ୍ୟକାରୀ କରାଯାଇଛି। ଏହି ସ୍ବତନ୍ତ୍ର ଡ୍ରାଇଭ୍ ଯୋଗେ ଭଞ୍ଜନଗର ପୋଲିସ ଉପଖଣ୍ଡ ସ୍ତରରେ ୧୩୫, ପୁରୁଷୋତ୍ତମପୁର ଉପଖଣ୍ଡ ସ୍ତରରେ ୧୧୧, ଆସିକା ଉପଖଣ୍ଡ ସ୍ତରରେ ୧୦୯ ଏବଂ ଛତ୍ରପୁର ଉପଖଣ୍ଡ ସ୍ତର୍ରେ ୮୯ଟି ଓ୍ବାରେଣ୍ଟିକୁ ଧରାଯାଇଛି। ସେହିପରି ଛତ୍ରପୁର ଥାନା ପକ୍ଷରୁ ୨୫, ଖଲ୍ଲିକୋଟ ୩୩, ରମ୍ଭା ୮, ଗଞ୍ଜାମ ୧୧, ଚମାଖଣ୍ଡି ୧୨, ପୁରୁଷୋତ୍ତମପୁର ୩୦, କବିସୂର୍ଯ୍ୟନଗର ୧୬, ପୋଲସରା ୪୪, କୋଦଳା ୧୬, ବେଗୁନିଆପଡ଼ା ୫, ଆସିକା ୧୮, ହିଞ୍ଜିଳି ୨୫, କୋଟିନଡା ୧୭, ଧରାକୋଟ ୧୪, ସୋରଡ଼ା ୮, ବରଗଡ଼ ୯, ପାଟପୁର ୧୨, ଶେରଗଡ଼ ୩, ଭଞ୍ଜନଗର ୧୮, ବୁଗୁଡ଼ା ୨୩, ଗାଙ୍ଗପୁର ୨୬, ବେଲଗୁଣ୍ଠା ୧୬, ଜଗନ୍ନାଥପ୍ରସାଦ ୨୩, ତାରସିଂ ୨୯ ଓ ବେଲଗାଁ ଥାନା ପକ୍ଷରୁ ୩ଟି ଓ୍ବାରେଣ୍ଟି ଧରାଯାଇ କାର୍ଯ୍ୟକାରୀ କରାଯାଇଛି। ଏପରି ସ୍ବତନ୍ତ୍ର ଡ୍ରାଇଭ୍ ଆସନ୍ତା ଦିନରେ ଚାଲୁ ରହିବ ବୋଲି ସୂଚନା ମିଳିଛି।