୨ କୋଟି ଟଙ୍କାରେ ବିକ୍ରି ହୋଇଥାନ୍ତା ହନୁମାନ ପଇସା: ଚଢ଼ାଉ କରି ୭ ଜଣଙ୍କୁ ବାନ୍ଧିଲା ଗଞ୍ଜାମ ପୋଲିସ

ବ୍ରହ୍ମପୁର ଅଫିସ ,୨୬।୧- ତିନୋଟି ହନୁମାନ ମୁଦ୍ରାକୁ ୨ କୋଟି ଟଙ୍କାରେ ବିକ୍ରି ଏବଂ ଠକେଇ କାରବାର ଉଦ୍ୟମକୁ ଗଞ୍ଜାମ ବାଦବାଜାର ପୋଲିସ ପଣ୍ଡ କରିଛି । ସୋମବାର ସକାଳେ ଶାନ୍ତିନଗରର ସୂର୍ଯ୍ୟ ପାତ୍ରଙ୍କ ବାସଭବନରେ ହନୁମାନ ପଇସା ବିକ୍ରି ନେଇ ଯୋଜନା ଚାଲିଥିବାର ଖବର ପାଇ ବଡବଜାର ଥାନା ଅଧିକାରୀ ପ୍ରଶାନ୍ତ ଭୂପତିଙ୍କ ନେତୃତ୍ୱରେ ଏକ ଟିମ ଚଢ଼ାଉ କରିଥିଲା। ଘଟଣାସ୍ଥଳରୁ ୭ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୩ଟି ହନୁମାନ ପଇସା, ନଗଦ ୧ ଲକ୍ଷ ୫୦ହଜାର ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଅଭିଯୁକ୍ତ ମାନେ ପ୍ରଧାନ ମହାପାତ୍ର (୪୧) କ୍ଷେତରାଜପୁର ସମ୍ବଲପୁର, ଅନିଲ କୁସୁମ (୩୪) ସାସନ ସମ୍ବଲପୁର, ସୁରେଶ ମେହେର (୩୧) କ୍ଷେତରାଜପୁର ସମ୍ବଲପୁର, ଅକ୍ଷୟ କୁମାର ପାତ୍ର (୩୬) ଗଞ୍ଜାମ ଜିଲା ସୋରୋଡା, ଜୟନ୍ତ ପ୍ରଧାନ (୨୧) ପାନପୋଶ ରାଉରକେଲା , ବିଜୟ କୁମାର ବ୍ୟାଗ (୪୦) ପାନପୋଶ ରାଉରକେଲା ଓ ଏସ. ଜୟରାମ ପାତ୍ର (୩୪) ଗଞ୍ଜାମ ଜିଲା କେ. ନୂଆଗାଁ ବମକେଇର ବୋଲି ପୋଲିସ କହିଛି । ମାମଲା(ନଂ ୨୨/୨୧)ରେ ଅଭିଯୁକ୍ତଙ୍କୁ ମଙ୍ଗଳବାର ପୋଲିସ କୋର୍ଟ ଚାଲାଣ କରିଛି। ଏହି ପୁରୁଣା ତମ୍ବା ହନୁମାନ ମୁଦ୍ରାର ଶାନ୍ତିନଗରରେ ଆଣ୍ଟିକ ବା ପ୍ରାଚୀନ ମୂଲ୍ୟ ଥିବାର ଜଣାପଡିଛି। ତେବେ ଘର ମାଲିକ ସୂର୍ଯ୍ୟ ପାତ୍ର ଫେରାର ହୋଇଯାଇଥିବା ପୋଲିସ ସୂଚନା ଦେଇଛି। ଉପରୋକ୍ତ ଅଭିଯୁକ୍ତମାନେ ଶାନ୍ତି ନାଗରର ସୁରଜ ପାତ୍ରଙ୍କ ଘରେ ଏକାଠି ହୋଇଥିଲେ। ଉକ୍ତ ହନୁମାନ ପଇସାଥକୁ ୨ କୋଟି ଟଙ୍କାରେ ବିକ୍ରି କରାଯିବା ନେଇ ସ୍ଥିର କରାଯାଇଥିବା ବେଳେ ଗ୍ରାହକଙ୍କ ଆଗମନକୁ ସେମାନେ ଅପେକ୍ଷା କରିଥିଲେ ବୋଲି ଜେରା ବେଳେ ପୋଲିସ ଜାଣିବାକୁ ପାଇଛି।