ଗଞ୍ଜାମ ଏନ୍‌ଏସି : ପିଛା ଛାଡୁନି ପାଣି ସମସ୍ୟା

ଗଞ୍ଜାମ,୨୩ା୫(ଡି.ଏନ୍‌.ଏ.): ଦିନକୁ ଦିନ ସହରରେ ତାତି ଅସହ୍ୟ ହେବାରେ ଲାଗିଛି। ସକାଳ ୮ଟାରୁ ସନ୍ଧ୍ୟା ପ୍ରାୟ ୫ଟା ଯାଏ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଏଭଳି ପରିସ୍ଥିତିରେ ଗଞ୍ଜାମ ସହରରେ ପାଣି ସମସ୍ୟା ଲୋକଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛି। ସହର ମଧ୍ୟରେ ଥିବା ବିଭିନ୍ନ ପୋଖରୀ ଓ ନଳକୂପ ଶୁଖିଯାଇଥିବାରୁ ଲୋକଙ୍କୁ ସୁବିଧାରେ ପାଣି ମିଳୁନାହିଁ। ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ୱାର୍ଡ ନଂ. ୭ ବାଲିସାହି ବନ୍ଧ ଦୀର୍ଘ ବର୍ଷ ହେବ ଶୁଖି ଫାଟିପଡିଛି। ଏ ନେଇ ସାହି ବାସିନ୍ଦା ଉକ୍ତ ପୋଖରୀର ପୁନରୁଦ୍ଧାର ପାଇଁ ତହସିଲଦାର ଓ ଏନ୍‌ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଇନାହିଁ। ଫଳରେ ସାହି ଲୋକଙ୍କ ମଧ୍ୟରେ ଘୋର ଅସନ୍ତୋଷ ବୃଦ୍ଧି ପାଇଛି। ଏନ୍‌ଏସି ପ୍ରଶାସନ ପକ୍ଷରୁ ବର୍ଷାଦିନ ପୂର୍ବରୁ ବିଭିନ୍ନ ପୋଖରୀ ପୁନରୁଦ୍ଧାର କରାଯିବା ନିୟମ ଥିଲେ ମଧ୍ୟ ଏଠାରେ ତାହା ବ୍ୟତିକ୍ରମ ହେଉଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ସେହିପରି ଦାମୋଦରପୁର ନାଉଡି ବନ୍ଧ ମଧ୍ୟ ଅଧାଅଧି ଶୁଖିଗଲାଣି। ଅଳ୍ପ ଟିକେ ପାଣି ଅଛି ଯେଉଁଥିରେ ଉକ୍ତ ପାଣି ବ୍ୟବହାର ଯୋଗ୍ୟ ନୁହେଁ। ଉକ୍ତ ବନ୍ଧ ଉପରେ ଦାମୋଦରପୁର ଗ୍ରାମ ସମେତ କାଇଁଚପୁର, କଲ୍ୟାଣପୁର ଆଦି ଅଞ୍ଚଳର ଲୋକମାନେ ନିର୍ଭର କରିଥାନ୍ତି। ଗଞ୍ଜାମ ସହରକୁ ବିଭିନ୍ନ ବ୍ୟବସାୟ ପାଇଁ ଦୂରଦୂରାନ୍ତରୁ ଆସୁଥିବା ଛୋଟ ବଡ଼ ପରିବା ବ୍ୟବସାୟୀ ନିଜ ବ୍ୟବସାୟ ସାରି ଉକ୍ତ ବନ୍ଧରେ ସ୍ନାନ କରି ନିଜ ନିଜ ଗ୍ରାମକୁ ଯାଇଥାନ୍ତି। ସେହିପରି ଖଣ୍ଡେଶ୍ୱର ବନ୍ଧ ଓ ନାକି ବନ୍ଧର ଅବସ୍ଥା ନ କହିବା ଭଲ। ଅନ୍ୟପଟେ ଅଚଳ ହୋଇପଡ଼ିଥିବା ନଳକୂପଗୁଡିକ ମରାମତି କରାଯାଉନାହିଁ। ପ୍ରତିବର୍ଷ ଏନ୍‌ଏସି ପକ୍ଷରୁ କୂଅଗୁଡିକର ପୁନରୁଦ୍ଧାର କରାଯାଉଥିଲେ ବି ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ହୋଇପାରିନାହିଁ। ଏଣୁ ଏ ଦିଗରେ ପ୍ରଶାସନ ଦୃଷ୍ଟି ଦେଇ ଲୋକଙ୍କ ମୌଳିକ ସମସ୍ୟା ତଥା ପାଣି ସମସ୍ୟା ସମାଧାନ କରିବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷକଙ୍କ ମାଡ଼ ପରେ ହଷ୍ଟେଲରୁ ଫେରାର ହୋଇଗଲେ ଛାତ୍ର, କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି

ପାଟଣାଗଡ଼, ୧୬।୨(ସଚ୍ଚିଦାନନ୍ଦ ମହାକୁର): ପାଟଣାଗଡ଼ ବ୍ଳକ ବନେଇମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଆଶ୍ରମରେ ନିର୍ଯାତନାର ଶିକାର ହୋଇ ଶନିବାର ୭ ଜଣ ଛାତ୍ର ହଷ୍ଟେଲ ଛାଡ଼ି ଫେରାର…

ଟିମ ଇଣ୍ଡିଆକୁ ଡବଲ୍‌ ଫାଇଦା: ଭାଙ୍ଗିଲା ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୧୬।୨:ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ କେବଳ ପାକିସ୍ତାନକୁ ପରାସ୍ତ କରି ନ ଥିଲା ବରଂ ଏଥିରୁ ଦୁଇଥର ଲାଭ ମଧ୍ୟ ପାଇଥିଲା। ସେହି ଲାଭ ସହିତ ଏହା…

ପ୍ରେମ ପାଇଁ ନିଆରା ପ୍ରୟାସ, ପ୍ରେମିକା ପାଇଁ ୪ କି.ମି ରାସ୍ତାରେ ଗଡ଼ିଗଡ଼ି ମନ୍ଦିର ଗଲେ ପ୍ରେମିକ

ମୁନିଗୁଡା,୧୬।୨(ନନ୍ଦ କିଶୋର ପଟ୍ଟନାୟକ): ରାୟଗଡା ଜିଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ଅମ୍ବାଦଳାର ଅମ୍ଳାଭଟା ଅଞ୍ଚଳରେ ଜାଗର ଦିନ ଏକ ଅନନ୍ୟ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ…

ନାମ୍ବିୟାଠାରୁ ଯଦି ପାକିସ୍ତାନ ହାରିଯାଏ ତେବେ କ’ଣ ହେବ? ବୁଝନ୍ତୁ T20 World Cupର ସୁପର ୮ କ୍ୱାଲିଫିଶେନର ଗଣିତ

ନୂଆଦିଲ୍ଲୀ,୧୬।୨: ଟିମ ଇଣ୍ଡିଆ ପାକିସ୍ତାନକୁ ୬୧ ରନରେ ପରାସ୍ତ କରି ICC T20 ବିଶ୍ୱକପ 2026 ର ସୁପର ୮ପାଇଁ ଯୋଗ୍ୟତା ଅର୍ଜନ କରିଛି। ଫେବୃଆରୀ ୧୫…

ପରୀକ୍ଷା ପୂର୍ବରୁ ନିୟମରେ ବଡ଼ ପରିବର୍ତ୍ତନ କଲା CBSE, ସପ୍ଲିମେଣ୍ଟାରୀ ଦେବାକୁ ହେଲେ….

ନୂଆଦିଲ୍ଲୀ,୧୬।୨: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ଫେବୃଆରୀ ୧୮ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି ସମୟରେ, CBSE ଏକ…

ମାଳମାଳ ଅଭିଯୋଗ, ଫଳ ଶୂନ, ଏହି ବ୍ୟବସ୍ଥାକୁ ନେଇ…

ଦାରିଙ୍ଗବାଡ଼ି,୧୬ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସଭାଗୃହ ପରିସରରେ ସୋମବାର କନ୍ଧମାଳ ଜିଲାପାଳ ବେଦଭୂଷଣ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ଏହି ସମୟରେ ପ୍ରତ୍ୟେକ ଅଭିଯୋଗ ଶୁଣାଣିରେ…

ବିଶ୍ୱ ଦେଖିବ ଭାରତର ଶକ୍ତି! ଫ୍ରାନ୍ସରୁ ବ୍ରାଜିଲ ପର୍ଯ୍ୟନ୍ତ, AI Impact Summit 2026ରେ ବିଶ୍ୱ ଶକ୍ତିର ହେବ ସମାବେଶ

ନୂଆଦିଲ୍ଲୀ,୧୬।୨: ଫେବୃଆରୀ ୧୭ ଏବଂ ୧୮ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ୨୦୨୬ କେବଳ ଏକ ପ୍ରଯୁକ୍ତିବିଦ୍ୟା କାର୍ଯ୍ୟକ୍ରମ ନୁହେଁ…

‘ଶଶି ଥରୁର ବୈଦେଶିକ ମନ୍ତ୍ରୀ ହେବାକୁ ଚାହୁଁଛନ୍ତି, ପବନ ଖେରା କେବଳ କାଠ କଣ୍ଢେଇ’, କାହିଁକି ଏମିତି କହିଲେ ମଣି ଶଙ୍କର ଆୟାର? ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୬।୨: ବିବାଦୀୟ ବୟାନ ପାଇଁ ଜଣାଶୁଣା ବରିଷ୍ଠ କଂଗ୍ରେସ ନେତା ମଣି ଶଙ୍କର ଆୟାର ତାଙ୍କ ଦଳ ଭିତରେ ଥିବା ବରିଷ୍ଠ ନେତାମାନଙ୍କୁ ଟାର୍ଗେଟ କରିଛନ୍ତି। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri