ରାଜ୍ୟ ଦଳରେ ଗଞ୍ଜାମର ୫ ପ୍ରତିଯୋଗୀ

ବ୍ରହ୍ମପୁର ଅଫିସ,୨୮।୩: ୩୨ତମ ଜାତୀୟସ୍ତରୀୟ ଟେନିସ ବଲ କ୍ରିକେଟ (ପୁରୁଷ ଓ ମହିଳା) ଚାମ୍ପିୟନଶିପ୍‌ ପ୍ରତିଯୋଗିତା ଆସନ୍ତା ୨୮ରୁ ୩୧ ପର୍ଯ୍ୟନ୍ତ ମହାରାଷ୍ଟ୍ରର ନାଗପୁରଠାରେ ଅନୁଷ୍ଠିତ ହେବ। ଏଥିନିମନ୍ତେ ଗଞ୍ଜାମ ଜିଲା ଟେନିସ ବଲ କ୍ରିକେଟ ସଂଘର ୫ ଜଣ ପ୍ରତିଯୋଗୀ ଶନିବାର ରାତିରେ ରାଜ୍ୟ ଦଳ ସହ ମିଶି ନାଗପୁର ଯାତ୍ରା କରିଛନ୍ତି। ଜିଲାରୁ ରାଜ୍ୟ ଟିମ୍‌ରେ ସାମିଲ ହୋଇଥିବା ପ୍ରତିଯୋଗୀଙ୍କ ମଧ୍ୟରେ ୪ ମହିଳା ଓ ଜଣେ ପୁରୁଷ କ୍ରୀଡ଼ାବିତ୍‌ ଅଛନ୍ତି। ସେମାନେ ହେଲେ ପି.ନନ୍ଦିନୀ, ଅର୍ପିତା ଜେନା,କ୍ରିଷ୍ଣା ମହାରଣା, ଶାରଦା ଗୌଡ଼ ମହିଳା ଟିମ୍‌ରେ ଓ ପୁରୁଷ ଦଳର ସୂର୍ଯ୍ୟନାରାୟଣ ରଥ ରାଜ୍ୟ ଦଳରେ ଅଛନ୍ତି। କ୍ରୀଡ଼ାବିତ୍‌ଙ୍କ ସହ ଅତିରିକ୍ତ ଭାବେ ଜିଲା ଟେନିସ ବଲ କ୍ରିକେଟ ସଂଘର ରଞ୍ଜନ କୁମାର ନାୟକ କୋଚ ସହ ଯାତ୍ରା କରୁଛନ୍ତି।

Share