ଗଞ୍ଜାମ ଜିଲାପାଳଙ୍କ ନୂଆ ନିୟମ: ଏଥର ଅପରାହ୍ନ ୨ଟାରୁ ବନ୍ଦ ରହିବ ବଜାର

ଛତ୍ରପୁର,୨୮।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ବୁଧବାର ଜିଲାରେ ୨୦୯ ପଜିଟିଭ ଚି଼ହ୍ନଟ ହୋଇଛନ୍ତି। ଏଥିସହ କରୋନା ଜଣଙ୍କ ମୁଣ୍ଡ ନେଇଛି। ଅପରପକ୍ଷରେ ଜିଲାରର ବ୍ରହ୍ମପୁର ସମେତ ୧୮ ସହରର ସମସ୍ତ ଦୋକାନ ବଜାର ଅପରାହ୍ନ ୨ଟାରୁ ତା’ ପରଦିନ ସକାଳ ୫ଟା ପର୍ଯ୍ୟନ୍ତ ବନ୍ଦ ରହିବ। ମେ ମାସ ୭ ତାରିଖ ପର୍ଯ୍ୟନ୍ତ ୧୦ ଦିନ ପାଇଁ ଏହି ନିୟମ ବଳବତ୍ତର ରହିବ। ଏ ନେଇ ଟୁଇଟ କରି ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି।