ଗଞ୍ଜାମଜିଲା ଘରୋଇ ବସ୍‌ମାଲିକ ସଂଘ ବୈଠକ : ନୂତନ ବସଷ୍ଟାଣ୍ଡ ସ୍ଥାନାନ୍ତରକୁ ବିରୋଧ

ପୁରୁଷୋତ୍ତମପୁର,୧୦।୧୦(ସବିତା ମିଶ୍ର): ଗଞ୍ଜାମ ଜିଲା ଘରୋଇ ବସ୍‌ ମାଲିକସଂଘ ପଷରୁ ଏକ ବୈଠକ ତାରାରିଣୀଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୁରୁଷୋତ୍ତମପୁର ମା’ କନକେଶ୍ବରୀ ବସ୍‌ ମାଲିକ ସଂଘର ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ୟରେ ମୁଖ୍ୟଅତିଥି ଭାବରେ ଜିଲା ବସମାଲିକ ସଂଘର ଜିଲାସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶଚନ୍ଦ୍ର ଯେନା ଯୋଗଦେଇ ଏକତା ବଜାୟରଖି ସଂଘକୁ ମଜବୁତ କରିବାଲାଗି  ପରାମର୍ଶ ଦେଇଥିଲେ। ଏହାସହ ବର୍ତ୍ତମାନର ପରିସ୍ଥିତିରେ ବସ୍‌ମାଲିକମାନେ ଦିନକୁଦିନ କ୍ଷତିଗ୍ରସ୍ଥ ହେବାରେ ଲାଗିଛନ୍ତି। ପୂର୍ବ ସରକାରଙ୍କ ସମୟରେ ବ୍ରହ୍ମପୁର ଉପକଣ୍ଠ ହଳଦିଆପଦରଠାରେ ଯେଉଁ ବସଷ୍ଟାଣ୍ଡ ନିର୍ମାଣ କରାଯାଇଛି ତାହା ବର୍ତ୍ତମାନ ପରିସ୍ଥିତିରେ ଜନସାଧାରଣଙ୍କ ଲାଗି ସମ୍ପୁର୍ଣ୍ଣ ଅନୁପଯୁକ୍ତ। ଦକ୍ଷିଣ ଓଡ଼ିଶାର ପ୍ରାଣକେଦ୍ର ବ୍ରହ୍ମପୁର ହୋଇଥିବାରୁ ଏଠାରେ ରହିଥିବା ନୂତନ ବସଷ୍ଟାଣ୍ଡଟି ସମସ୍ତ ଅଞ୍ଚଳର ଜନସାଧାରଣ ଓ ବସ୍‌ମାଲିକ ମାନଙ୍କ ଲାଗି ସୁବିଧାଜନକ ସ୍ଥାନ । ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ବର୍ତ୍ତମାନ ନିର୍ମାଣ ଚାଲିଥିବା ରିଙ୍ଗରୋଡ ପାଶର୍‌ବରେ କିଛି ବସଷ୍ଟାଣ୍ଡ ନିର୍ମାଣ କରିବାର ଆବଶ୍ୟକତା ରହିଛି ମାତ୍ର ହଳଦିଆପଦର ବସଷ୍ଟାଣ୍ଡ ସମ୍ପୂର୍ଣ୍ଣ ଅନୁପଯୁକ୍ତ ରହିଥିବା ନେଇ କୁହାଯାଇଥିବା ବେଳେ ସମୟ ଅନୁପାତରେ ବସ୍‌ ସଂଖ୍ୟା  ଅଧିକ ଥିବାରୁ ନୂତନ ପରମିଟ ପ୍ରଦାନକୁ ବନ୍ଦକରିବାକୁ କହିଥିଲେ।
ଏଥିରେ ସମ୍ମାନିତ ଅତିଥି ଭାବେ ବସନ୍ତକୁମାର ବିଷୋଇ, ମୁନିରବେଗ, କୋଦଳା, ସଭାପତି ଚିତ୍ରସେନ ପରିଡା, ଭଞ୍ଜନଗର ସମ୍ପାଦକ ବିପ୍ର ବାରିକ, ଆସିକା ସଭାପତି ସୂର୍ଯ୍ୟକାନ୍ତ ପରିଡା ପ୍ରମୁଖ ଯୋଗଦେଇ ବିଭିନ୍ନ ଜିଲାରୁ ଗଞ୍ଜାମକୁ ଆସୁଥିବା ବସ୍‌କୁ ସୁବିଧା ସୁଯୋଗଦେଇ ସହଯୋଗ କରାଯାଉଥିବା ବେଳେ ଗଞ୍ଜାମ ମାଲିକ ମାନଙ୍କ ବସ୍‌ ଅନ୍ୟଜିଲାକୁ ଗଲେ ସେଠିକାର ମାଲିକମାନେ ଅସହୋଯୋଗ କରୁଥିବା ନେଇ କ୍ଷୋଭ ପ୍ରକାଶ କରିଥିଲେ। ହଳଦିଆପଦର ବସଷ୍ଟାଣ୍ଡକୁଯିବା ଲାଗି ସମ୍ପୂଣ୍ଣର୍ର୍ରୁପେ ଅନିଛା ପ୍ରକାଶ କରିଥିଲେ। ଏଥିରେ ଗଞ୍ଜାମ ଜିଲାର ବିଭିନ୍ନ ଅଞ୍ଚଳର ବସ୍‌ମାଲିକ ମାନଙ୍କ ସମେତ ଗଜପତି ଜିଲା ପାରଳାଖେମୁଣ୍ଡି ଓ ପଡୋଶି ଆନ୍ଧ୍ରପ୍ରଦେଶ ଇଛାପୁର ବସ୍‌ମାଲିକ ମାନେ ଯୋଗଦେଇଥିଲେ। ଏହାକୁ ପୁରୁଷୋତ୍ତମପୁର ବସ୍‌ମାଲିକ ସଂଘର ସଦସ୍ୟମାନେ ପରିଚାଳନା କରିଥିଲେ ।

 

Dharitri – Odisha’s No.1, Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri