ଗଞ୍ଜାମଜିଲା ଘରୋଇ ବସ୍‌ମାଲିକ ସଂଘ ବୈଠକ : ନୂତନ ବସଷ୍ଟାଣ୍ଡ ସ୍ଥାନାନ୍ତରକୁ ବିରୋଧ

ପୁରୁଷୋତ୍ତମପୁର,୧୦।୧୦(ସବିତା ମିଶ୍ର): ଗଞ୍ଜାମ ଜିଲା ଘରୋଇ ବସ୍‌ ମାଲିକସଂଘ ପଷରୁ ଏକ ବୈଠକ ତାରାରିଣୀଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୁରୁଷୋତ୍ତମପୁର ମା’ କନକେଶ୍ବରୀ ବସ୍‌ ମାଲିକ ସଂଘର ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ୟରେ ମୁଖ୍ୟଅତିଥି ଭାବରେ ଜିଲା ବସମାଲିକ ସଂଘର ଜିଲାସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶଚନ୍ଦ୍ର ଯେନା ଯୋଗଦେଇ ଏକତା ବଜାୟରଖି ସଂଘକୁ ମଜବୁତ କରିବାଲାଗି  ପରାମର୍ଶ ଦେଇଥିଲେ। ଏହାସହ ବର୍ତ୍ତମାନର ପରିସ୍ଥିତିରେ ବସ୍‌ମାଲିକମାନେ ଦିନକୁଦିନ କ୍ଷତିଗ୍ରସ୍ଥ ହେବାରେ ଲାଗିଛନ୍ତି। ପୂର୍ବ ସରକାରଙ୍କ ସମୟରେ ବ୍ରହ୍ମପୁର ଉପକଣ୍ଠ ହଳଦିଆପଦରଠାରେ ଯେଉଁ ବସଷ୍ଟାଣ୍ଡ ନିର୍ମାଣ କରାଯାଇଛି ତାହା ବର୍ତ୍ତମାନ ପରିସ୍ଥିତିରେ ଜନସାଧାରଣଙ୍କ ଲାଗି ସମ୍ପୁର୍ଣ୍ଣ ଅନୁପଯୁକ୍ତ। ଦକ୍ଷିଣ ଓଡ଼ିଶାର ପ୍ରାଣକେଦ୍ର ବ୍ରହ୍ମପୁର ହୋଇଥିବାରୁ ଏଠାରେ ରହିଥିବା ନୂତନ ବସଷ୍ଟାଣ୍ଡଟି ସମସ୍ତ ଅଞ୍ଚଳର ଜନସାଧାରଣ ଓ ବସ୍‌ମାଲିକ ମାନଙ୍କ ଲାଗି ସୁବିଧାଜନକ ସ୍ଥାନ । ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ବର୍ତ୍ତମାନ ନିର୍ମାଣ ଚାଲିଥିବା ରିଙ୍ଗରୋଡ ପାଶର୍‌ବରେ କିଛି ବସଷ୍ଟାଣ୍ଡ ନିର୍ମାଣ କରିବାର ଆବଶ୍ୟକତା ରହିଛି ମାତ୍ର ହଳଦିଆପଦର ବସଷ୍ଟାଣ୍ଡ ସମ୍ପୂର୍ଣ୍ଣ ଅନୁପଯୁକ୍ତ ରହିଥିବା ନେଇ କୁହାଯାଇଥିବା ବେଳେ ସମୟ ଅନୁପାତରେ ବସ୍‌ ସଂଖ୍ୟା  ଅଧିକ ଥିବାରୁ ନୂତନ ପରମିଟ ପ୍ରଦାନକୁ ବନ୍ଦକରିବାକୁ କହିଥିଲେ।
ଏଥିରେ ସମ୍ମାନିତ ଅତିଥି ଭାବେ ବସନ୍ତକୁମାର ବିଷୋଇ, ମୁନିରବେଗ, କୋଦଳା, ସଭାପତି ଚିତ୍ରସେନ ପରିଡା, ଭଞ୍ଜନଗର ସମ୍ପାଦକ ବିପ୍ର ବାରିକ, ଆସିକା ସଭାପତି ସୂର୍ଯ୍ୟକାନ୍ତ ପରିଡା ପ୍ରମୁଖ ଯୋଗଦେଇ ବିଭିନ୍ନ ଜିଲାରୁ ଗଞ୍ଜାମକୁ ଆସୁଥିବା ବସ୍‌କୁ ସୁବିଧା ସୁଯୋଗଦେଇ ସହଯୋଗ କରାଯାଉଥିବା ବେଳେ ଗଞ୍ଜାମ ମାଲିକ ମାନଙ୍କ ବସ୍‌ ଅନ୍ୟଜିଲାକୁ ଗଲେ ସେଠିକାର ମାଲିକମାନେ ଅସହୋଯୋଗ କରୁଥିବା ନେଇ କ୍ଷୋଭ ପ୍ରକାଶ କରିଥିଲେ। ହଳଦିଆପଦର ବସଷ୍ଟାଣ୍ଡକୁଯିବା ଲାଗି ସମ୍ପୂଣ୍ଣର୍ର୍ରୁପେ ଅନିଛା ପ୍ରକାଶ କରିଥିଲେ। ଏଥିରେ ଗଞ୍ଜାମ ଜିଲାର ବିଭିନ୍ନ ଅଞ୍ଚଳର ବସ୍‌ମାଲିକ ମାନଙ୍କ ସମେତ ଗଜପତି ଜିଲା ପାରଳାଖେମୁଣ୍ଡି ଓ ପଡୋଶି ଆନ୍ଧ୍ରପ୍ରଦେଶ ଇଛାପୁର ବସ୍‌ମାଲିକ ମାନେ ଯୋଗଦେଇଥିଲେ। ଏହାକୁ ପୁରୁଷୋତ୍ତମପୁର ବସ୍‌ମାଲିକ ସଂଘର ସଦସ୍ୟମାନେ ପରିଚାଳନା କରିଥିଲେ ।

 

Dharitri – Odisha’s No.1, Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ୪ ଦିନ ଝଡ଼ବର୍ଷା

ଭୁବନେଶ୍ୱର, ୧୫ା୩(ବନ୍ଦନା ସେଠୀ): ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବାବେଳେ ଶନିବାର ୩ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ଝାରସୁଗୁଡାରେ ସର୍ୱାଧିକ ତାପମାତ୍ରା…

କୁଲଦୀପଙ୍କ ଦ୍ୱିତୀୟ ଇନିଂସ: ପିଲାଦିନର ବନ୍ଧୁ ବଂଶିକାଙ୍କ ସହ ବିବାହ ସମ୍ପନ୍ନ, ଧୁମ୍‌ ନାଚିଲେ…

ମସୁରୀ, ୧୪।୩: ଟିମ୍‌ ଇଣ୍ଡିଆର ଷ୍ଟାର୍‌ ସ୍ପିନର୍‌ କୁଲଦୀପ ଯାଦବଙ୍କ ପାଇଁ ମାର୍ଚ୍ଚ ୨୦୨୬ ସାରା ଜୀବନ ପାଇଁ ସ୍ମରଣୀୟ ହୋଇ ରହିବ। ଗତ ରବିବାର (୯…

୧୬ରେ କଂଗ୍ରେସର ସଂସଦ ଘେରାଉ ଆନ୍ଦୋଳନ

ନୂଆଦିଲ୍ଲୀ,୧୪ା୩: କେନ୍ଦ୍ର ସରକାର ନିକଟରେ କରିଥିବା ଆମେରିକା ସହ ବାଣିଜ୍ୟ ଚୁକ୍ତିନାମା ଦେଶ ପାଇଁ କ୍ଷତିକାରକ ହେବ ବୋଲି କଂଗ୍ରେସ ଅଭିଯୋଗ କରିଛି। ଏହାର ପ୍ରତିବାଦ ସ୍ବରୁପ…

ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟ୍‌କା! ଲିଗ୍‌ ଆରମ୍ଭର ୧୪ ଦିନ ପୂର୍ବରୁ ଦଳ ଛାଡ଼ିଲେ…

ନୂଆଦିଲ୍ଲୀ, ୧୪।୩: ଆଇପିଏଲ ୨୦୨୬ ପାଇଁ ସମସ୍ତ ଦଳ ନିଜର ପ୍ରସ୍ତୁତି ଜୋରଦାର କରିଛନ୍ତି। କେଉଁଠି ନୂଆ ଜର୍ସି ଲଞ୍ଚ ହେଉଛି ତ କେଉଁଠି ଖେଳାଳିମାନେ ଅଭ୍ୟାସ…

ଚାଷୀଙ୍କ ଦୁଃଖ: ଅମଳ ବେଳେ କଲରା କିଆରୀ ଉଜାଡ଼ିଲେ ଦୁର୍ବୃତ୍ତ, ଜମୁର୍ଡା ଗ୍ରାମରେ ଉତ୍ତେଜନା!

ବରଗଡ଼, ୧୪/୦୩ (ପ୍ରେମାନନ୍ଦ ଖମାରୀ): ଜଣେ ଚାଷୀ ରକ୍ତକୁ ପାଣି କରି ଫସଲ ଉଜେଇଥିବା ବେଳେ, ଅମଳ ସମୟରେ ଦୁର୍ବୃତ୍ତଙ୍କ କଳା ପାହାର ଚାଷୀର ମେରୁଦଣ୍ଡ ଭାଙ୍ଗି…

ଛାତ୍ରୀଙ୍କ ଅସଦାଚରଣ ଭିଡିଓ ଭାଇରାଲ ମାମଲା: ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ

କାକଟପୁର/ଅସ୍ତରଙ୍ଗ,୧୪ା୩(ଶୁଭଦର୍ଶନ ମିଶ୍ର/ପ୍ରଦୀପ୍ତ କୁମାର ଦୀକ୍ଷିତ/ମମତା ଜେନା): ପୁରୀ ଜିଲା କାକଟପୁର ଥାନା ଅଞ୍ଚଳର ଏକ ବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ସ୍କୁଲର ଅବସରପ୍ରାପ୍ତ କର୍ମଚାରୀ ଅସଦାଚରଣ କରିଥିବା ଭିଡିଓ…

ଗ୍ୟାସ, ପେଟ୍ରୋଲ କଳାବଜାର କରୁଥିଲେ ସାବଧାନ: ନିୟମିତ ଯାଞ୍ଚ କରିବ କମିଟି

ନନ୍ଦପୁର,୧୪ା୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକ ଅଞ୍ଚଳର ପେଟ୍ରୋଲ ଟାଙ୍କି, ଗ୍ୟାସ ବିତରଣ କେନ୍ଦ୍ରଗୁଡ଼ିକ ନିୟମିତ ଯାଞ୍ଚ କରିବାକୁ କମିଟି ଗଠନ ପାଇଁ…

ବଡ଼ ଧରଣର ପୋଲିସ ଚଢ଼ାଉ: ବିପୁଳ ପରିମାଣର ବିସ୍ଫୋରକ ସହ ୨ ଗିରଫ

ବେଲଗୁଣ୍ଠା,୧୪।୩(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବେଲଗୁଣ୍ଠା ଥାନା ଅଧିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri