ଗଞ୍ଜାମ ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା

ଗଞ୍ଜାମ,୨୧ା୧(ଡି.ଏନ.ଏ.):  ଦେଶରେ ଏକ ନମ୍ବର ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକଙ୍କୁ ଘୋଷଣା କରାଯିବା ପରେ ଗୁରୁବାର ଗଞ୍ଜାମ ସହର କର୍ମୀମାନେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଜୟ ନବୀନ, ଜୟ ବିଜେଡି ଧ୍ୱନିରେ ସହର ପ୍ରକମ୍ପିତ ହୋଇଥିଲା। ବ୍ରହ୍ମପୁର ଏମ୍‌ପି ଚନ୍ଦ୍ର ଶେଖର ସାହୁ ଓ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଗଞ୍ଜାମ ସାନ ବଜାର ଠାରେ ପହଞ୍ଚତ୍ବା ପରେ ଦଳୀୟ ନେତୃବୃନ୍ଦ ସମ୍ବର୍ଦ୍ଧନା ଜଣାଇବା ପରେ ଶୋଭାଯାତ୍ରା ବାହାରିଥିଲା। ଏଥିରେ ପୂର୍ବତନ କାଉନ୍‌ସିଲର ଦଣ୍ଡପାଣି ପରିଡା, ବଣିକ ସଂଘ ସଭାପତି ଗୌରୀ ଶଙ୍କର ବାରିକି, ପୂର୍ବତନ ଏମ୍‌ପି ପ୍ରତିନିଧି ସୁଧୀର କୁମାର ପାଢ଼ୀ, ଏନ୍‌ଏସି ଯୁବ ସଭାପତି ରାକେଶ ରଞ୍ଜନ ଦାସ, କୈବର୍ତ୍ତ ସଂଘ ସଭାପତି ସନାତନ ବେହେରା, ନିରଞ୍ଜନ ପରିଡା, ପପୁ ପଣ୍ଡା, ମଦନ ପାଢ଼ୀ, ଗୋବିନ୍ଦ ରେଡ୍ଡୀ, କୃଷ୍ଣ ପ୍ରଧାନ, ରାଜୁ ରେଡ୍ଡୀ, ମୁନା ପଲାଇ, ଘନ ରେଡ୍ଡୀଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ।