ବଟେଶ୍ୱର ପୀଠରେ ଯାତ୍ରା: ପ୍ରବଳ ଭକ୍ତ ସମାଗମକୁ ନେଇ ଟ୍ରାଫିକ, ଭକ୍ତଙ୍କ ସୁରକ୍ଷା ଉପରେ…

ଗଞ୍ଜାମ,୧୨।୧୦(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ କଣ୍ଟିଆଗଡ଼ ସ୍ଥିତ ବଟେଶ୍ୱର ପୀଠରେ କାର୍ତ୍ତିକ ମାସର ଚାରୋଟି ସୋମବାର ପାଇଁ ଯାତ୍ରା କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯାତ୍ରା ପରିଚାଳନା କମିଟି ସଭାପତି ରଙ୍କନିଧି ସ୍ବାଇଁ ସଭାପତିତ୍ୱ କରିଥିଲେ। ହୁମ୍ମା ଫାଣ୍ଡି ଅଧିକାରୀ ସତ୍ୟଜିତ ବେଣୀ ଉପସ୍ଥିତ ରହି ପ୍ରତ୍ୟେକ ସୋମବାର ଦିନ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଟ୍ରାଫିକ ସମସ୍ୟା ଏବଂ ବେଳାଭୂମିରେ ଭକ୍ତ ଓ ପର୍ଯ୍ୟଟକଙ୍କ ସୁରକ୍ଷା ଉପରେ ଯାତ୍ରା କମିଟିର ସମସ୍ତ ସଦସ୍ୟଙ୍କ ସହ ଆଲୋଚନା କରିଥିଲେ। କମିଟି ସଦସ୍ୟମାନେ ପୋଲିସ ପ୍ରଶାସନକୁ ସହଯୋଗ କରିବାକୁ ଆଲୋଚନା ହୋଇଥିଲା l ଏଥିସହ ବଟେଶ୍ୱର ବାଲିଯାତ୍ରା ଉପଲକ୍ଷେ ଚଳିତ ମାସ ଶେଷ ତଥା ୨୯ରୁ ୧ ପର୍ଯ୍ୟନ୍ତ ଚାରିଦିନ ଧରି ଯାତ୍ରା ଇନ୍ଦ୍ରଭୁବନ ଅପେରା ମଞ୍ଚସ୍ଥ କରିବ। ଶାନ୍ତି ଶୃଙ୍ଖଳା ସହ ଯାତ୍ରା କିଭଳି ସମ୍ପୂର୍ଣ୍ଣ ହେବ ସେନେଇ ବିସ୍ତୃତ ଆଲୋଚନା ହୋଇଥିଲା। କଣ୍ଟିଆଗଡ଼, ନୀଳାଦ୍ରିପୁର, ଖଟୁଆକୁଦା ମୟୁରପଦା, ଗୋଖରକୁଦା ଓ ପୋଡମପେଟା ଆଦି ୬ ଖଣ୍ଡ ଗ୍ରାମବାସୀ ଏହି ଯାତ୍ରାକୁ ପରିଚାଳନା କରୁଛନ୍ତି। ବୈଠକରେ ରଞ୍ଜିତ କୁମାର ପଲାଇ, ଶବର କୁମାର ତରାଇ,ବୀରେନ ପ୍ରଧାନ,ସଞ୍ଜୟ କୁମାର ତରାଇ, ଯୋଗେନ୍ଦ୍ର ଛଟେଇ, କୃଷ୍ଣଚନ୍ଦ୍ର ବାରିକ, ସିମାଞ୍ଚଳ ନାହାକ ,ଧ୍ରୁବ ଚରଣ ପଲାଇ, ତ୍ରିଲୋଚନ ପ୍ରଧାନ ,ଶିବରାମ ପଲାଇ, ନିରାକାର ଜେନା, ଦୁର୍ଯ୍ୟୋଧନ ପ୍ରଧାନ,ରବୀନ୍ଦ୍ର ପଲାଇଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ତେବେ ଯାତ୍ରା ସମୟରେ ବିଶୃଙ୍ଖଳାକାରୀଙ୍କୁ ବରଦାସ୍ତ କରାଯିବ ନାହିଁ ବୋଲି ଆଲୋଚନା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମା’ ସମଲେଶ୍ବରୀଙ୍କ କୁଷ୍ମାଣ୍ଡା ବେଶ: ସକାଳୁ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

ବରଗଡ଼,୨୨।୩( ପ୍ରେମାନନ୍ଦ ଖମାରୀ) : ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଚାଲିଛି । ଚତୁର୍ଥ ଦିବସ ରବିବାରରେ ଦେବୀ କୁଷ୍ମାଣ୍ଡା ବେଶରେ…

ସୁନାଖଳା ପାହାଡ଼ରେ ବାଘ ଆତଙ୍କ, ଲୋକେ ଭୟଭୀତ

ପାତ୍ରପୁର୨୧।୩(ଉମାଚରଣ ନେପାକ): ଗଞ୍ଜାମ ଜିଲା ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଲଙ୍କା-ସୁନାଖଳା ପାହାଡ଼ ନିକଟରେ ଶନିବାର ସନ୍ଧ୍ୟାରେ ଏକ କଲରାପତିରିଆ ବାଘ ବସିଥିବା ସ୍ଥାନୀୟ ଲୋକେ ଦେଖିଥିବା ଚର୍ଚ୍ଚା…

ବିଜେଡି ଛାଡ଼ିଲେ ବସ୍ତା ବ୍ଲକ ସଭାପତି ଅନିଲ ମହାନ୍ତି, କହିଲେ ଏହି ବଡ଼ କାରଣ…

ବାଲେଶ୍ୱର, ୨୧।୩(ବାଞ୍ଛାନିଧି ଦେ): ବିଜେଡି ଛାଡ଼ିଲେ ବାଲେଶ୍ୱର ଜିଲା ବସ୍ତା ବ୍ଲକ ସଭାପତି ଅନିଲ କୁମାର ମହାନ୍ତି l ସେ ଶନିବାର ଦଳର ପ୍ରାଥମିକ ସଦସ୍ୟ ପଦରୁ…

ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେଇଥିଲେ ସ୍ବାମୀ, ଅଦାଲତ ଶୁଣାଇଲେ ଏମିତି ରାୟ

ଥୁଆମୂଳ ରାମପୁର,୨୧ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଓ ଦୌରା ଜଜ୍‌ ଅଦାଲତ ଏକ ସମ୍ବେଦନଶୀଳ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।…

ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ଛାତରୁ ଡେଇଁ ପଡ଼ିଲେ ସ୍ତ୍ରୀ, ଆଉ ତା’ପରେ…

କଣ୍ଟାବାଞ୍ଜି,୨୧।୩: ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା କପିଳାଭଟା ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ସ୍ତ୍ରୀ ଛାତରୁ ଡେଇଁ…

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଜଙ୍ଗଲରେ ବିସ୍ଫୋରକ ଖଞ୍ଜିଥିଲେ ମାଓବାଦୀ, ବଡ଼ ଅଘଟଣ ଘଟିବା ପୂର୍ବରୁ…

ବାଲିଗୁଡ଼ା,୨୧ା୩(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର କନ୍ଧମାଳ ଜିଲାରେ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଉଥିବା ବେଳେ ଏକ ବଡ଼ଧରଣର ଅଘଟଣରୁ ବର୍ତ୍ତିଯାଇଛନ୍ତି ସୁରକ୍ଷାକର୍ମୀ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଜଙ୍ଗଲରେ…

ସାକ୍ଷୀଗୋପାଳଙ୍କୁ ଦର୍ଶନ କରି ଟଳି ପଡ଼ିଲେ ବୃଦ୍ଧା

ସାକ୍ଷୀଗୋପାଳ,୨୧ା୩(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଶନିବାର ସନ୍ଧ୍ୟାରେ ଶ୍ରୀ ସାକ୍ଷୀଗୋପାଳଙ୍କୁ ଦର୍ଶନ କରିବା ପରେ ଜଣେ ବୃଦ୍ଧା ତୀର୍ଥଯାତ୍ରୀ ହଠାତ୍‌ ଟଳି ପଡ଼ିଥିଲେ। ତାଙ୍କ ସହିତ ରହିଥିବା…

କାମାକ୍ଷାନଗର କଲେଜ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିଲା ପୋଲିସ, ଓଗାଳିଲେ ସବୁ ସତ

କାମାକ୍ଷାନଗର,୨୧ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ବହୁ ଚର୍ଚ୍ଚିତ କଲେଜ ଛାତ୍ରୀ ବଳାତ୍କାର ଓ ହତ୍ୟା ଘଟିବାର ତିନିଦିନ ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri