ଗଞ୍ଜାମ: ନୋଟାକୁ ଯାଇଛି ୨୫,୨୩୪ ଭୋଟ

ବ୍ରହ୍ମପୁର,୯ା୬(ଅଶୋକ କୁମାର ସାହୁ)ଗଞ୍ଜାମ ଜିଲାରେ ଦୁଇଟି ପର୍ଯ୍ୟାୟରେ ମତଦାନ ହୋଇଥିଲା। ଏହି ୨ ପର୍ଯ୍ୟାୟରେ ଜିଲାର ୧୩ ନିର୍ବାଚନମଣ୍ଡଳୀରେ ମତଦାନ ହୋଇଥିଲା। ଗତ ୪ ତାରିଖ ଭୋଟ ଗଣତି ପରେ ଜିଲାରେ ୨୫,୨୩୪ ଭୋଟ ନୋଟାକୁ ଯାଇଥିବା ଜଣାପଡିଛି। ଅର୍ଥାତ ଉପରୋକ୍ତ ସଂଖ୍ୟକ ଭୋଟର କୌଣସି ପ୍ରାର୍ଥୀଙ୍କୁ ପସନ୍ଦ କରିନାହାନ୍ତି। ସେଥିମଧ୍ୟରୁ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ଭୋଟର ନୋଟାକୁ ବାଛିଥିବା ବେଳେ ବ୍ରହ୍ମପୁରରେ ସର୍ବନିମ୍ନ ଭୋଟ ନୋଟାକୁ ଯାଇଛି।
ମେ ୧୩ ତାରିଖରେ ବ୍ରହ୍ମପୁର ଲୋକ ସଭା କ୍ଷେତ୍ର ଓ ମେ ୨୦ ତାରିଖରେ ଆସିକା ଲୋକ ସଭା କ୍ଷେତ୍ରରେ ଭୋଟ ଗ୍ରହଣ ହୋଇଥିଲା। ଭାରତ ନିର୍ବାଚନ କମଶନଙ୍କ ୱେବସାଇଟ ତଥ୍ୟରୁ ସ୍ପଷ୍ଟ ହୋଇଛି ଯେ, ବ୍ରହ୍ମପୁର ବିଧାନସଭା କ୍ଷେତ୍ରରେ ସର୍ବନିମ୍ନ ୬୩୮ଟି ଭୋଟ ନୋଟାରେ ପଡିଥିବାବେଳେ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ୩୭୯୮ ଭୋଟ ପଡ଼ିଛି। ତେବେ ଏହି ଦୁଇ କ୍ଷେତ୍ରରେ ଭାଜପା ପ୍ରାର୍ଥୀଙ୍କ ବିଜୟ ହୋଇଛି। ସେହିପରି ଆସିକା ବିଧାନସଭା କ୍ଷେତ୍ରରେ ୧୯୨୨ ଖଣ୍ଡ ଭୋଟ, ଛତ୍ରପୁରରେ ୧୯୫୮, ଭଞ୍ଜନଗରରେ ୧୯୪୧, ଚିକିଟିରେ ୧୪୭୭, ଦିଗପହଣ୍ଡିରେ ୧୩୩୮, ଗୋପାଳପୁରରେ ୧୨୦୦, ହିଞ୍ଜିଳିରେ ୧୯୨୧, କବିସୂର୍ଯ୍ୟନଗରରେ ୨୦୩୮, ସାନଖେମୁଣ୍ଡିରେ ୨୭୨୪, ସୋରଡାରେ ୨୪୮୮ ଓ ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ୧୭୯୧ ଖଣ୍ଡ ଭୋଟ ନୋଟାରେ ପଡିଛି। ବ୍ରହ୍ମପୁର ବିଧାନସଭା କ୍ଷେତ୍ରରେ ଅଧିକ ଅର୍ଥାତ ୧୭ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଥିଲେ। ନିର୍ବାଚନ ପୂର୍ବରୁ ସେଭଳି ବଡ ଧରଣର ହିଂସା ଦେଖା ଦେଇ ନ ଥିବାରୁ ଅଧିକ ଭୋଟର ସେମାନଙ୍କ ପସନ୍ଦ ମୁତାବକ ପ୍ରାର୍ଥୀଙ୍କୁ ମତଦାନ କରିବାକୁ ଆଗେଇ ଆସିଥିଲେ। ଏଠାରେ ବିଜେଡିର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଭାଜପାର କେ.ଅନିଲ କୁମାର ଓ ସ୍ବାଧୀନ ପ୍ରାର୍ଥୀ ଶିବଶଙ୍କର ଦାସଙ୍କ ମଧ୍ୟରେ କଡା ମୁକାବିଲା ହୋଇଥିଲା। ତେଣୁ କମ ଭୋଟ ନୋଟାକୁ ଯାଇଥିବା ଅନୁମାନ କରାଯାଉଛି। ଏଠାରେ ଭାଜପା ପ୍ରାର୍ଥୀ କେ. ଅନିଲ ଜିତିଛନ୍ତି। ସେହିପରି ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀରେ କେବଳ ୩ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ସେଠାରେ ନିର୍ବାଚନ ପୂର୍ବରୁ ହିଂସା ଦେଖାଦେଇଥିଲା। ଏପରି କି ହିଂସାରେ ଜଣକ ଜୀବନ ବି ଯାଇଥିଲା। ଗଣତାନ୍ତ୍ରିକ ରାଷ୍ଟ୍ରରେ ଏଭଳି ହିଂସାକୁ ଏଠାକାର ଅଧିକାଂଶ ଭୋଟର ପସନ୍ଦ କରି ନ ଥିଲେ। ତେଣୁ ଅଧିକ ଭୋଟ ନୋଟାରେ ପଡିଥିବା ଅନୁମାନ କରାଯାଉଛି। ଖଲ୍ଲିକୋଟରେ ବିଜେଡି ପୁରୁଣା ମୁହଁ ସୂର୍ଯ୍ୟମଣି ବୈଦ୍ୟଙ୍କୁ ପ୍ରାର୍ଥୀ କରିଥିବାବେଳେ ବିଜେଡିରୁ ଯାଇ ଭାଜପାରେ ମିଶିଥିବା ପୂର୍ଣ୍ଣଚନ୍ଦ୍ର ସେଠୀ ଭାଜପାରୁ ଲଢ଼ୁଥିଲେ। ଦୁଇଜଣଙ୍କ ମଧ୍ୟରେ କଡା ମୁକାବିଲା ହୋଇଥିବାବେଳେ ଭାଜପାର ପୂର୍ଣ୍ଣଚନ୍ଦ୍ର ବିଜୟୀ ହୋଇଥିଲେ। ଗଣତାନ୍ତ୍ରିକ ପ୍ରକ୍ରିୟାରେ ଭୋଟ ଗ୍ରହଣ ହେଉଥିଲେ ବି ଛୋଟବଡ ହିଂସାତ୍ମକ କାର୍ଯ୍ୟ ଯୋଗୁଁୁ ଅନେକ ଭୋଟର ମତଦାନ କରିବାକୁ ଯାଉଥିଲେ ବି କୌଣସି ପ୍ରାର୍ଥୀକୁ ପସନ୍ଦ ନ କରି ନୋଟାରେ ଭୋଟ ଦେଇଥିବା ମତ ପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri