ଲଜ୍‌ ସମ୍ମୁଖରେ ବ୍ୟାଗ୍‌ ଧରିଥିବା ଯୁବକଙ୍କୁ ପୋଲିସର ସନ୍ଦେହ: ଗଞ୍ଜେଇ ଜବତ, ୨ ଗିରଫ

ନୂଆପଡ଼ା,୧୫ା୯ (ମକାରୁ ବେମାଲ): ନୂଆପଡ଼ା ଜିଲା ଖରିଆର ରୋଡ ଜୋଙ୍କ ଥାନା ପୋଲିସ ସୋମବାର ବିପୁଳ ପରିମାଣ ଗଞ୍ଜେଇ ଜବତ କରି ୨ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଚିଙ୍ଗୁଡିଘାଇ ଗାଁର ବବ୍‌ଲୁ ପ୍ରଧାନ (୨୬) ଓ କୋଦାଳା ଥାନା ଫାଶି ଗାଁର ଟୁଲୁ ଦଲେଇ (୨୫)। ନୂଆପଡ଼ା ଏଦ୍‌ପି ଅମୃତ ପାଲ ସିଂଙ୍କ ନିର୍ଦ୍ଦେଶ କ୍ରମେ ଜୋଙ୍କ ଥାନା ଅଧିକାରୀ ପ୍ରଦୀପ କୁମାର ଧରୁଆଙ୍କ ନେତୃତ୍ୱରେ ଏକ ଟିମ୍‌ ସହରରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ଖରିଆର ରୋଡ ଜଳାରାମ ଲଜ୍‌ ସମ୍ମୁଖରେ ବ୍ୟାଗ୍‌ ଧରିଥିବା ଉପରୋକ୍ତ ୨ ଯୁବକଙ୍କୁ ପୋଲିସ ସନ୍ଦେହ କରି ଯାଞ୍ଚ କରିଥିଲା। ପୋଲିସ ବ୍ୟାଗରେ ଥିବା ୯ କିଗ୍ରା ୮୬୮ ଗ୍ରାମ ଗଞ୍ଜେଇ ସହ ଅଭିଯୁକ୍ତଙ୍କଠାରୁ ୨ ମୋବାଇଲ ନଗଦ ୫ହଜାର ଟଙ୍କା ଜବତ କରିଥିଲା। ଏ ନେଇ ଜୋଙ୍କ ଥାନାରେ ଏକ ମାମଲା ରୁଜୁ କରି ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଳାଣ କରାଯାଇଥିବା ଥାନା ଅଧିକାରୀ ଧରୁଆ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ସରକାରଙ୍କ ବିଭିନ୍ନ ଯୋଜନାକୁ ଗ୍ରହଣ କରିବେନି ବୋଲି ଏକାଠି ହେଲେ୭ ଗ୍ରାମବାସୀ  

ପଟ୍ଟାଙ୍ଗି,୮।୧୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତର ଫାଟୁସିନେରୀ ଗ୍ରାମ ନିକଟ ଓଡିଶା-ଆନ୍ଧ୍ର ସୀମାନ୍ତ ଏକ ସ୍ଥାନରେ ପଞ୍ଚାୟତର ୭ଟି...

ଡିସେମ୍ବର ୩୧ ସୁଦ୍ଧା ଶେଷ କରନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କାମ, ନଚେତ୍‌ ଆଉ ମିଳିବନି ବାରମ୍ବାର ସୁଯୋଗ

ନୂଆଦିଲ୍ଲୀ,୮।୧୨: ଡିସେମ୍ବର ଆରମ୍ଭ ହେବା ସହିତ, ଟିକସ, ଡକ୍ୟୁମେଣ୍ଟ ଏବଂ ସରକାରୀ ଯୋଜନା ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ଶେଷ ତାରିଖ ପାଖେଇ ଆସୁଛି।...

୫ ବର୍ଷ ପରେ ଭାରତରେ ଏହି ସେବା ଆରମ୍ଭ କରିବାକୁ ଯାଉଛି ଚାଇନା, ଜାଣନ୍ତୁ କ’ଣ ହେବ ବଡ଼ ଫାଇଦା

ନୂଆଦିଲ୍ଲୀ,୮।୧୨: ପ୍ରାୟ ପାଞ୍ଚ ବର୍ଷ ପୂର୍ବେ ଭାରତ ଏବଂ ଚାଇନା ମଧ୍ୟରେ ସମ୍ପର୍କରେ ତିକ୍ତତା ଦେଖାଦେବା ପରେ, ଉଭୟ ଦେଶ ଏବେ ପୂର୍ବ ତିକ୍ତତାକୁ ପଛରେ...

ନ୍ୟାୟ ପାଇଁ ପିଏମ ମୋଦିଙ୍କୁ ଏହି ନିବେଦନ କଲେ ପାକିସ୍ତାନୀ ମହିଳା, କରାଚୀରୁ ଭିଡିଓ ଶେୟାର କରି କହିଲେ…

ନୂଆଦିଲ୍ଲୀ,୮।୧୨: ପାକିସ୍ତାନରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ପାକିସ୍ତାନୀ ମହିଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ନ୍ୟାୟ ପାଇଁ ନିବେଦନ କରିଛନ୍ତି।...

 ଚାଲିଥିଲା ପାଟ୍ରୋଲିଂ: ଡକାୟତି କରିବାକୁ ଯାଉଥିବା ବେଳେ ୬ ଜଣଙ୍କୁ

ପାପଡାହାଣ୍ଡି,୮।୧୨(ସ୍ବପ୍ନଜିତ ପଟନାୟକ): ଜଙ୍ଗଲ ନିକଟରେ ଚାଲିଥିଲା ଡକାୟତ ଉଦ୍ୟମ ମାଡି  ବସିଲା ପୋଲିସ । ଡକାୟତ ଉଦ୍ୟମକୁ ପଣ୍ଡ କରି ୬ ଅଭିଯୁକ୍ତକୁ ଗିରଫ କରି...

ଜଳୁଛି ଗାଁ : ପୋଲିସ ଉପସ୍ଥିତରେ ମହିଳା-ପୁରୁଷ ମିଶି କରୁଛନ୍ତି ଭଙ୍ଗାରୁଜା

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଏମ୍ଭି-୨୬ ଗାଁରେ...

ମାଲକାନଗିରିରେ ୨୪ ଘଣ୍ଟା ଇଣ୍ଟରନେଟ ବନ୍ଦ ଘୋଷଣା: ଜାଣନ୍ତୁ କେବେ ଯାଏ ବଳବତ୍ତର ରହିବ…

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଫଳରେ ମାଲକାନଗିରିରେ...

ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ପ୍ରଧାନ): ନୟାଗଡ଼ ଜିଲା ନୂଆଗାଁ ଥାନା ମହିପୁର ଫାଣ୍ଡି ଅଧୀନ ମହିପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ରବିବାର ବିଳମ୍ବିତ ରାତିରେ ଡକାୟତି ହୋଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri