Categories: ଜାତୀୟ

କାଶୀ ବିଶ୍ୱନାଥ ଟ୍ରଷ୍ଟକୁ ଜମି ଦେଲା ଜ୍ଞାନବାପି ମସ୍‌ଜିଦ

ବାରାଣସୀ, ୨୫।୭: ବାରାଣସୀର ଶ୍ରୀ କାଶୀ ବିଶ୍ୱନାଥ ଟେମ୍ପଲ୍‌ ଟ୍ରଷ୍ଟକୁ ମୁସଲମାନ ସମ୍ପ୍ରଦାୟ ୧,୭୦୦ ବର୍ଗଫୁଟ ଜମି ଯୋଗାଇଦେବାକୁ ଘୋଷଣା କରିଛି। ଜ୍ଞାନବାପି ମସ୍‌ଜିଦ ନିକଟରେ ଥିବା ଏହି ଜମିକୁ କାଶୀ ବିଶ୍ୱନାଥ ଧାମ୍‌ (କରିଡର)ର ବିକାଶ ପାଇଁ ବ୍ୟବହାର କରାଯିବ। ଏହା ବଦଳରେ ମନ୍ଦିର ଟ୍ରଷ୍ଟ ମୁସଲମାନ ସମ୍ପ୍ରଦାୟକୁ ୧,୦୦୦ ବର୍ଗଫୁଟ ଜମି ଯୋଗାଇ ଦେବ। ଏନେଇ ଜୁଲାଇ ୯ରେ ଚୁକ୍ତିନାମା ଚୂଡ଼ାନ୍ତ ହୋଇଥିଲା।

Share