Posted inଖେଳ

ସଚିନ କାହିଁକି ଇନିଂସର ପ୍ରଥମ ବଲ୍‌ ସାମ୍ନା କରି ନ ଥାନ୍ତି; ଗୁମର ଖୋଲିଲେ ଗାଙ୍ଗୁଲି

ନୂଆଦିଲ୍ଲୀ, ୬।୭- ଭାରତୀୟ କ୍ରିକେଟ୍‌ରେ ସଚିନ ତେନ୍ଦୁଲକର ଓ ସୌରଭ ଗାଙ୍ଗୁଲି ଓପନିଂ ଯୋଡ଼ିରେ ଯେଉଁ ସଫଳତା ପାଇଛନ୍ତି ତାହା ଆଉ କୌଣସି ପ୍ରାରମ୍ଭିକ ଯୋଡ଼ିଙ୍କୁ ମିଳିନି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ। ୧୯୯୬ରୁ ୨୦୦୭ ପର୍ଯ୍ୟନ୍ତ ସଚିନ ଓ ସୌରଭ ଯୋଡ଼ି ଦେଶ ପାଇଁ ୧୩୬ ଇନିଂସରେ ଓପନିଂ କରିଛନ୍ତି। ଏହି ଯୋଡ଼ି ଓପନିଂରେ ୪୯ରୁ ଊର୍ଦ୍ଧ୍ୱ ଆଭରେଜରେ ୬ ହଜାର ୬୦୯ ରନ୍‌ ମଧ୍ୟ ସଂଗ୍ରହ କରିଛନ୍ତି। ଯାହାକି ତାଙ୍କୁ ବିଶ୍ୱର ଅନ୍ୟତମ ସଫଳ ଓପନିଂ ଯୋଡ଼ିର ମାନ୍ୟତା ଦେଇଛି। କିନ୍ତୁ ଗ୍ଲେନ ମ୍ୟାକ୍‌ଗ୍ରା, ସେନ୍‌ ଓ୍ବର୍ଣ୍ଣ, ସୋଏବ ଅଖତରଙ୍କ ପରି ବୋଲରଙ୍କୁ ସାମ୍ନା କରି ରେକର୍ଡ ଭରା ଇନିଂସ ଖେଳିଥିବା ସଚିନ କେବେ ମଧ୍ୟ ଇନିଂସର ପ୍ରଥମ ବଲ୍‌ ଖେଳି ନ ଥାନ୍ତି। ସଚିନ ସର୍ବଦା ଗାଙ୍ଗୁଲିଙ୍କୁ ଇନିଂସର ପ୍ରଥମ ବଲ୍‌ ଖେଳିବା ପାଇଁ ବାଧ୍ୟ କରିଥାନ୍ତି। ଇନିଂସର ପ୍ରଥମ ବଲ୍‌ ସାମ୍ନା କରିବାକୁ ସଚିନ କାହିଁକି ମନା କରିଥାନ୍ତି ତାହାର ଗୁମର ଖୋଲିଛନ୍ତି ଗାଙ୍ଗୁଲି।
ଭାରତୀୟ ବ୍ୟାଟ୍ସମ୍ୟାନ ମୟଙ୍କ ଅଗ୍ରଓ୍ବାଲ ଓ ସୌରଭଙ୍କ ମଧ୍ୟରେ ହୋଇଥିବା ଏକ ବାର୍ତ୍ତାଳପ ସମୟରେ ଏହି ଘଟଣା ଉପରୁ ପରଦା ଉଠିଛି। ଏହି ବାର୍ତ୍ତାଳପ ସମୟରେ ମୟଙ୍କ ପଚାରିଥିଲେ, ‘ଦିନିକିଆରେ ଯେତେବେଳେ ଓପନିଂ କରିବାକୁ ଯାଇଥାଅ ସେତେବେଳେ ସଚିନ ପାଜି କଣ ପ୍ରଥମ ବଲ୍‌ ଷ୍ଟ୍ରାଇକ୍‌ କରିବାକୁ ତୁମକୁ ବାଧ୍ୟ କରିଥାନ୍ତି?’ ଏହାର ଉତ୍ତରରେ ଗାଙ୍ଗୁଲି କହିଥିଲେ, ‘ସବୁବେଳେ ସେ (ସଚିନ) ଏମିତି କରିଥାନ୍ତି। ବେଳେବେଳେ ମୁଁ ତାଙ୍କୁ ମଧ୍ୟ କହିଥାଏ ଯେ ତୁମେ ମଧ୍ୟ କେବେ ପ୍ରଥମ ବଲ୍‌ ସାମ୍ନା କର। ଯାହାର ସଚିନ ୨ଟା ଉତ୍ତର ରଖିଥାନ୍ତି।’ ପ୍ରଥମେ ସଚିନ କୁହନ୍ତି ‘ବର୍ତ୍ତମାନ ସେ ଭଲ ଫର୍ମରେ ରହିଛନ୍ତି। ଏହି ଫର୍ମକୁ ବଜାୟ ରଖିବା ଲାଗି ତାଙ୍କୁ ନନ୍‌ ଷ୍ଟ୍ରାଇକରେ ରହିବା ଆବଶ୍ୟକ।’ ସେହିଭଳି ଯେତେବେଳେ ସଚିନ ଖରାପ ଫର୍ମରେ ଥାନ୍ତି କହିଥାନ୍ତି ‘ଚାପ ହଟାଇବା ଲାଗି ତାଙ୍କୁ ନନ୍‌ ଷ୍ଟ୍ରାଇକରେ ରହିବା ଉଚିତ’। ତେବେ ଗାଙ୍ଗୁଲି ବେଳେବେଳେ କିଛି କୌଶଳ ଅବଲମ୍ବନ କରିଥାନ୍ତି ଯାହା ଫଳରେ ସଚିନ ବାଧ୍ୟ ହୋଇ ଇନିଂସର ପ୍ରଥମ ବଲ୍‌ ସାମ୍ନା କରିଥାନ୍ତି। ଗାଙ୍ଗୁଲି କହିଛନ୍ତି, ‘ଥରେ ଦୁଇଥର ତାଙ୍କୁ (ସଚିନ) ଆଗୁଆ ଅତିକ୍ରମ କରି ମୁଁ ନନ୍‌ ଷ୍ଟ୍ରାଇକରେ ଛିଡ଼ା ହୋଇଯାଇଥାଏ। ସେତେବେଳେ ବାଧ୍ୟ ହୋଇ ସଚିନ ଇନିଂସର ପ୍ରଥମ ବଲ୍‌ ସାମ୍ନା କରିଥାନ୍ତି। କାହିଁକି ନା ଟିଭି କ୍ୟାମେରା ତାଙ୍କ ଉପରେ ପଡ଼ୁଥାଏ।’


Enter your email to get our daily news in your inbox.

All Right Reserved By Dharitri.Com

IND vs ZIM: ଭାରତ ଏକାଦଶରେ ହେବ ବଡ଼ ପରିବର୍ତ୍ତନ, ଅଭିଷେକଙ୍କ ସ୍ଥାନରେ ସାମସନଙ୍କୁ ସୁଯୋଗ …

ନୂଆଦିଲ୍ଲୀ,୨୫।୨: ଜିମ୍ବାୱେ ବିପକ୍ଷ ସୁପର-୮ ମ୍ୟାଚ ପୂର୍ବରୁ ଭାରତୀୟ ଦଳର ରଣନୀତିକୁ ନେଇ ବଡ଼ ସଙ୍କେତ ଦେଇଛନ୍ତି ବ୍ୟାଟିଂ କୋଚସିତାଂଶୁ କୋଟକ। ଖରାପ ଫର୍ମ ଦେଇ ଗତି…

IND VS ZIM: ଭାରତ ଅବସ୍ଥା ଆମ ସହ ସମାନ, ମ୍ୟାଚ୍‌ ପୂର୍ବରୁ ଏଭଳି କହି ଚେତାବନୀ ଦେଲେ…

ନୂଆଦିଲ୍ଲୀ,୨୫।୨: ଟି-୨୦ ବିଶ୍ୱକପ୍ର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ପୂର୍ବରୁ ଜିମ୍ବାୱେ ଅଲରାଉଣ୍ଡର ରୟାନ ବର୍ଲ ଏକ ବଡ଼ ବୟାନ ଦେଇଛନ୍ତି। ଭାରତୀୟ ମାଟିରେ ଭାରତ ବିରୋଧରେ ଖେଳିବା…

୯ କୋଟି କୃଷକଙ୍କୁ ମାର୍ଚ୍ଚରେ ମିଳିବ ୨୨ତମ କିସ୍ତି! ହେଲେ ଅଟକି ଯାଇପାରେ ଆପଣଙ୍କ ଟଙ୍କା, ଜାଣନ୍ତୁ…

ନୂଆଦିଲ୍ଲୀ,୨୫।୨: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ହିତାଧିକାରୀମାନେ ଗତ ତିନି ମାସ ହେବ ୨୨ତମ କିସ୍ତିକୁ ଅପେକ୍ଷା କରିଛନ୍ତି। ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି…

ଓଭରଟେକ କରୁଥିବା ବେଳେ ପରସ୍ପର ମଧ୍ୟରେ ପିଟି ହେଲେ ଦୁଇ ବାଇକ୍, ତାପରେ….

ବଲାଙ୍ଗୀର,୨୫।୨(ସୁନିଲ କୁମାର ମହାନ୍ତି): ବିଳମ୍ବିତ ସନ୍ଧ୍ୟାରେ ବଲାଙ୍ଗୀରରେ ସଡ଼କ ଦୁର୍ଘଟଣା । ବୁଧବାର ସନ୍ଧ୍ୟାରେ ବଲାଙ୍ଗୀର ଭିଆଇପି ରାସ୍ତା ଭାବେ ପରିଚିତ ଭାଗିରଥି ଛକ- ସର୍କିଟ ହାଉସ…

ବରିଷ୍ଠ  ଆଇନଜୀବୀଙ୍କ ବିୟୋଗ, ଅଞ୍ଚଳରେ ଶୋକର ଛାୟା

ଦିଗପହଣ୍ଡି,୨୫।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିର ବରିଷ୍ଠ ଆଇନଜୀବୀ ଦିବାକର ପାଢ଼ୀ(୭୫) ଙ୍କ ବ୍ରହ୍ମପୁର ସ୍ଥିତ ବାସଭବନରେ ପରଲୋକ ହୋଇଛି । ସେ ଦୀର୍ଘବର୍ଷ ହେଲା…

ଜୀବନ-ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ରିଙ୍କୁ ସିଂଙ୍କ ବାପା, ଆଗକୁ ଖେଳିବେ କି ନାହିଁ ଜାଣନ୍ତୁ

ନୂଆଦିଲ୍ଲୀ,୨୫।୨: ଭାରତର ଷ୍ଟାର କ୍ରିକେଟର ରିଙ୍କୁ ସିଂହ ସମ୍ପ୍ରତି ଟିମ୍ ଇଣ୍ଡିଆ ଛାଡି ଘରକୁ ଫେରିଥିଲେ । ତାଙ୍କ ବାପାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ତାଙ୍କ ଫେରିବାର…

କ’ଣ ଗୋଟିଏ ପୁଅ ନାଁରେ ସବୁ ସମ୍ପତ୍ତି କରିପାରିବେ ବାପା? ଜାଣନ୍ତୁ କ’ଣ ରହିଛି ନିୟମ

ପରିବାରରେ ସମ୍ପତ୍ତି ବିବାଦ କିଛି ନୂଆ ନୁହେଁ। ଗ୍ରାମାଞ୍ଚଳ ହେଉ କି ସହରାଞ୍ଚଳ, ପ୍ରାୟତଃ ଏହି ପ୍ରଶ୍ନ ଉଠେ: ଜଣେ ପିତା କ’ଣ ତାଙ୍କର ସମସ୍ତ ଜମି…

୫ ଦିନ ପରେ ମିଳିଲା ପ୍ରଧାନଶିକ୍ଷକଙ୍କ ଝୁଲନ୍ତା ମୃତଦେହ, ପାଖରୁ ମିଳିଲା…

ଝରିଗାଁ,୨୫ା୨(କିଶୋର ଚନ୍ଦ୍ର ମଣ୍ଡଳ): ନିଖୋଜ ହେବାର ୫ ଦିନ ପରେ ମିଳିଲା ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ମୃତଦେହ। ଯାହାକି ପରିବାର ଏବଂ ବିଦ୍ୟାଳୟରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri