Categories: ଖେଳ

ଦ୍ୱିତୀୟ ଥର ଆଞ୍ଜିଓପ୍ଲାଷ୍ଟି ପରେ ଘରକୁ ଫେରିଲେ ଗାଙ୍ଗୁଲୀ

କୋଲକାତା, ୩୧।୧: ଦ୍ୱିତୀୟ ଥର ଆଞ୍ଜିଓପ୍ଲାଷ୍ଟି ପରେ ବିସିସିଆଇ ଅଧ୍ୟକ୍ଷ କ୍ରିକେଟର ସୌରଭ ଗାଙ୍ଗୁଲୀଙ୍କୁ ରବିବାର ଆପୋଲ ହସ୍ପିଟାଲରୁ ଛୁଟି ମିଳିଛି। ଏବେ ସେ ଘରକୁ ଫେରିଛନ୍ତିି। ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଚିକିତ୍ସା ଲାଗି ଜାନୁୟାରୀ ୨୭ରେ ଆପୋଲୋ ହସସ୍ପିଟାଲ ଭର୍ତ୍ତି କରାଯାଇଥିଲା। ଟ୍ରିପୁଲ ଭେସେଲ ଡିଜିଜ୍‌ରେ ପୀଡ଼ିତ ଥିବା ଗାଙ୍ଗୁଲୀଙ୍କର ସେଠାରେ ୨ଟି ଷ୍ଟେନଟିଂ କରାଯାଇଥିଲା। ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିବା ପରେ ତାଙ୍କୁ ଘରକୁ ଫେରିବାର ଅନୁମତି ମିଳିଛି। ପୂର୍ବରୁ ଜାନୁୟାରୀ ୨ରେ ଛାତିରେ ଯନ୍ତ୍ରଣା ଯୋଗୁ ତାଙ୍କୁ ଉଡ୍‌ଲାଣ୍ଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ପ୍ରଥମ ଆଞ୍ଜିଓପ୍ଲାଷ୍ଟି ହେବା ସହିତ ଗୋଟିଏ ଷ୍ଟେନଟିଂ କରାଯାଇଥିଲା। କିଛି ସପ୍ତାହ ପାଇଁ ତାଙ୍କୁ ସମ୍ପୂର୍ଣ୍ଣ ବିଶ୍ରାମ ନେବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି।

Share