Posted inଖେଳ

ପାରିବାରିକ ଶତ୍ରୁତା ସତ୍ତ୍ୱେ ଡୋନାଙ୍କୁ ଛାଡ଼ିବାକୁ ନାରାଜ ଥିଲେ ଗାଙ୍ଗୁଲୀ: ଏଥିପାଇଁ ଦୁଇଥର କରିଥିଲେ ବିବାହ

ନୂଆଦିଲ୍ଲୀ,୧୧।୯: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନ ବିସିସିଆଇର ଅଧ୍ୟକ୍ଷ ଥିବା ସୌରଭ ଗାଙ୍ଗୁଲୀଙ୍କ ପ୍ରେମଜୀବନ କୌଣସି ଫିଲ୍ମକାହାଣୀଠାରୁ କମ୍‌ ନ ଥିଲା। ସେ ପରିବାରଲୋକଙ୍କୁ ନ ଜଣାଇ ଡୋନା ରାୟଙ୍କୁ ବିବାହ କରିଥିଲେ। ଫଳରେ ତାଙ୍କୁ ଗୋଟିଏ ଥର ନୁହେଁ ବରଂ ଦୁଇ ଥର ବିବାହ କରିବାକୁ ପଡ଼ିଥିଲା।

ଗାଙ୍ଗୁଲୀ ଏବଂ ଡୋନା ପଡୋଶୀ ଥିଲେ। ପିଲାଟିବେଳୁ ଉଭୟ ଉଭୟଙ୍କ ବନ୍ଧୁ ଥିଲେ। ଧିରେ ଧିରେ ଏହା ପ୍ରେମରେ ପରିବର୍ତ୍ତିତ ହୋଇଥିଲା। ହେଲେ ଉଭୟଙ୍କ ପରିବାର ମଧ୍ୟରେ ବିବାଦର ସୂତ୍ରପାତ ହୋଇଥିଲା। ଏହାର ପ୍ରଭାବ ଉଭୟଙ୍କ ପ୍ରେମ ଉପରେ ପଡ଼ିଥିଲା। ସେମାନେ ବାଧ୍ୟହୋଇ ଲୁଚିଛପି ମିଳାମିଶା କରୁଥିଲେ। ହେଲେ କେହି କାହାଠାରୁ ଅଲଗା ହୋଇ ନ ଥିଲେ।
ଗାଙ୍ଗୁଲୀ ସେଣ୍ଟ ଜାଭିୟର ସ୍କୁଲରେ ପଢ଼ୁଥିବା ବେଳେ ଡୋନା ଲୋରେଟୋ କନ୍‌ଭେଣ୍ଟ ସ୍କୁଲର ଛାତ୍ରୀ ଥିଲେ। ସ୍କୁଲ ଯିବା ବାହାନାରେ ଗାଙ୍ଗୁଲୀଙ୍କୁ ଭେଟୁଥିଲେ ଡୋନା। ଏପରିକି ଡୋନାଙ୍କ ନୃତ୍ୟ ଗାଙ୍ଗୁଲୀଙ୍କୁ ବେଶ୍‌ ପସନ୍ଦ ଥିଲା। ସେ ତାକୁ ଦେଖିବାକୁ ପହଞ୍ଚି ଯାଉଥିଲେ। ଡୋନା ମଧ୍ୟ ଅନୁରୂପ ଭାବେ ଗାଙ୍ଗୁଲୀଙ୍କ ମ୍ୟାଚ୍‌ ଦେଖିବାକୁ ଷ୍ଟାଡିୟମକୁ ଯାଉଥିଲେ। ହେଲେ ଗାଙ୍ଗୁଲୀଙ୍କ ପରିବାରକୁ ତାହା ପସନ୍ଦ ନଥିଲେ। ସେମାନଙ୍କ ବିବାହ କରିବା ସପକ୍ଷରେ ମଧ୍ୟ କେହି ନ ଥିଲେ।

୧୯୯୬ରେ ଇଲଂଣ୍ଡ ଗସ୍ତକୁ ନେଇ ଗାଙ୍ଗୁଲୀଙ୍କ ଚୟନ ଭାରତୀୟ କ୍ରିକେଟ ଟିମ୍‌ରେ ହୋଇଥିଲା। ସେ ନିଜର ଡେବ୍ୟୁ ମ୍ୟାଚ୍‌ରେ ଶତକ କରି ସମସ୍ତଙ୍କୁ ଚମକାଇ ଦେଇଥିଲେ। ସେଠାରୁ ଫେରିବା ପରେ ଗାଙ୍ଗୁଲୀ ଡୋନାଙ୍କ ବିଷୟରେ ବନ୍ଧୁ ମୌଲୀ ବାନାର୍ଜୀଙ୍କୁ କହିଥିଲେ। ମୌଲୀଙ୍କ ସହ ବିବାହ ପାଇଁ ଉଭୟ କୋର୍ଟରେ ପହଞ୍ଚିଥିଲେ। ହେଲେ ମିଡିଆ ଥିବା ଯୋଗୁ ଘରକୁ ଫେରି ଆସିଥିଲେ। ପରେ ମ୍ୟାରେଜ୍‌ ରେଜିଷ୍ଟାରଙ୍କୁ ମୌଲୀ ଘରକୁ ଡାକିଥିଲେ। ସେଠାରେ ଉଭୟ ବିବାହ କରିଥିଲେ।

ପ୍ରଥମେ ବିବାହ କରିବା ସମୟରେ ଗାଙ୍ଗୁଲୀଙ୍କୁ ୨୩ ବର୍ଷ ହୋଇଥିଲା। ସେତେବେଳେ ଡୋନା ୨୦ ବର୍ଷର ଥିଲେ। ପରେ ଏହି କଥା ଘରଲୋକେ ଜାଣିବାକୁ ପାଇଥିଲେ। ଶ୍ରୀଲଙ୍କାରୁ ଫେରିବା ପରେ ଗାଙ୍ଗୁଲୀ ନିଜ ଜିଦ୍‌ରେ ଅଟଳ ରହିବା ଯୋଗୁ ପରିବାରଲୋକେ ପୁଣି ଥରେ ସେମାନଙ୍କ ବିବାହ କରାଇଥିଲେ। ୧୯୯୭ ଫେବୃୟାରୀ ୨୧ରେ ଉଭୟ ପରିବାରଲୋକଙ୍କ ସାମ୍ନାରେ ସମସ୍ତ ରୀତିନୀତିରେ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri