Categories: ଜାତୀୟ

ଗଙ୍ଗୋତ୍ରୀରେ ବିଯୁକ୍ତ ୩ ଡିଗ୍ରୀ

ଡେରାଡୁନ, ୧୩।୧: ଉତ୍ତରାଖଣ୍ଡ ଗଙ୍ଗୋତ୍ରୀ ଧାମରେ ସର୍ବନିମ୍ନ ତାପମାତ୍ରା ବିଯୁକ୍ତ ୩ ଡିଗ୍ରୀ ସେଲସିୟସ୍‌ରେ ପହଞ୍ଚିଛି। ଭୀଷଣ ବରଫପାତ କାରଣରୁ ସ୍ଥାନୀୟ ଅଞ୍ଚଳରେ ଥିବା ଐତିହ୍ୟ ପୀଠ ସବୁ ବରଫାଚ୍ଛନ୍ନ ହୋଇଯାଇଛି। ଆଗାମୀ ଦିନରେ ପାରଦ ମାଇନସ ୯ ଡିଗ୍ରୀ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପଞ୍ଜାବ, ହରିୟାଣା ଚଣ୍ଡିଗଡ଼, ଦିଲ୍ଲୀ ଏବଂ ଉତ୍ତର ପ୍ରଦେଶରେ ଶୀତ ଲହରି ସାଙ୍ଗକୁ ଘନ କୁହୁଡ଼ି ଦେଖିବାକୁ ମିଳିଛି। ତେବେ ୧୭ ତାରିଖ ପର୍ଯ୍ୟନ୍ତ ଜଳବାୟୁରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Share