ଗଙ୍ଗା ସାଗର ମେଳାରେ କରୋନା ଏଣ୍ଟ୍ରି: ୪ ସାଧୁ ପଜିଟିଭ

କୋଲକାତା,୮ ।୧: ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ପଶ୍ଚିମବଙ୍ଗର ଗଙ୍ଗା ସାଗର ମେଳା ଓ ଉତ୍ତର ପ୍ରଦେଶର ପ୍ରୟାଗରାଜ ମାଘମେଳା ଆଉ ଏକ ସମସ୍ୟା ସୃଷ୍ଟ କରିବାକୁ ଯାଉଛି । ଗଙ୍ଗା ସାଗର ମେଳାରେ ୪ ସାଧୁ କରୋନା ପଜିଟିଭ ଅର୍ଥାତ୍ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ଶୁକ୍ରବାର ହାଇକୋର୍ଟଙ୍କ ସର୍ତ୍ତ ସହ ଗଙ୍ଗା ସାଗର ମେଳାକୁ ଅନୁମତି ପ୍ରଦାନ କରିଥିଲେ । ସୂଚନାଯୋଗ୍ୟ, ଗଙ୍ଗା ସାଗର ମେଳାରେ ଶୁକାବାର ସନ୍ଧ୍ୟା ସୁଦ୍ଧା ୧୧୨ ଜଣଙ୍କ ସାମ୍ପଲ ଟେଷ୍ଟ କରାଯାଇଥିଲା । ଏଥିମଧ୍ୟରୁ ୪ ଜଣ ସାଧୁଙ୍କ ସାମ୍ପଲ ପିଜିଟିଭ ଆସିଛି । ଏବେ ଏଠାରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେବାକୁ ଥିବାବେଳେ ଆଗକୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇପାରେ । ଗୋଟିଏ ପଟେ ପଶ୍ଚିମବଙ୍ଗ ସରକାର ସମସ୍ତ କରୋନା କଟକଣା ପାଳନ କରି ଗଙ୍ଗା ସାଗର ମେଳା ପାଇଁ ଅନୁମତି ଆଣିଥିବା ବେଳେ ଅନ୍ୟପଟେ ରାଜ୍ୟରେ ଡାକ୍ତରଙ୍କ ସଂଖ୍ୟା କମ୍ ଥିବା ଦର୍ଶାଇ କୁମ୍ଭିର କାନ୍ଦଣା କାନ୍ଦୁଥିବା କୁହାଯାଉଛି । ରାଜ୍ୟ ସରକାର ଏବେ କହୁଛନ୍ତି ସଂକ୍ରମଣ ବୃଦ୍ଧି ହେଲେ ଡାକ୍ତରଙ୍କ ଅଭାବ ପରିସ୍ଥିତିରେ ଚିକିତ୍ସା କିପରି କରାଯିବ ।

Share