ଧରାପଡ଼ିଲା ଆନ୍ତଃଜିଲା ଡକାୟତ ଗ୍ୟାଙ୍ଗ୍‌

ଢେଙ୍କାନାଳ ଅଫିସ, ୧୧।୧: ଗଞ୍ଜାମରୁ ମୟୂରଭଞ୍ଜ ଯାଏ ସୃଷ୍ଟି କରିଥିଲେ ଭୟ ଆତଙ୍କର ବାତାବରଣ। ଟଙ୍କା, ସୁନା ପାଇଁ ଟପିଯାଉଥିଲେ ସବୁ ସୀମା। ପଥଚାରୀଙ୍କୁ ରାସ୍ତା ମଝିରେ ହାଣୁଥିଲେ। ବନ୍ଧୁକ ମୁନରେ ଭୟଭୀତ କରାଇ ଲୁଟି ନେଉଥିଲେ ସର୍ବସ୍ବ। ମୁଣ୍ଡ ଗଡ଼ାଇବାକୁ ନେଉଥିଲେ ସୁପାରି। ସେମାନଙ୍କ ଆପରାଧିକ ସାମ୍ରାଜ୍ୟ କେବଳ ଡକାୟତି ମଧ୍ୟରେ ସୀମିତ ନ ଥିଲା, ବରଂ ବ୍ରାଉନ୍‌ସୁଗାର, ଗଞ୍ଜେଇ ଭଳି ନିଶା କାରବାର ମାଧ୍ୟମରେ ସେମାନେ ରାତାରାତି କମାଇବାକୁ ଚାହଁୁଥିଲେ ପୁଳାପୁଳା ଟଙ୍କା। ୫ ଜିଲା ପୋଲିସର ମୁଣ୍ଡବ୍ୟଥା ବଢ଼ାଇଥିବା ଏଭଳି ଏକ ଆନ୍ତଃଜିଲା ଡକାୟତ ଗ୍ୟାଙ୍ଗ୍‌ର ୫ ସଦସ୍ୟ ଧରାପଡ଼ିଛନ୍ତି ଢେଙ୍କାନାଳରୁ। ଅଭିଯୁକ୍ତମାନେ ହେଲେ ଗଞ୍ଜାମ ଜିଲା ଧରାକୋଟ ଥାନା ଅଞ୍ଚଳର ହିମାଂଶୁ ଶେଖର ସ୍ବାଇଁ (୩୦), ବ୍ରହ୍ମପୁର ନେହେରୁନଗର ଅଞ୍ଚଳର ଶଙ୍କର ସାହୁ (୨୫), ଖଲ୍ଲିକୋଟ ଥାନା ଅଞ୍ଚଳର ଅମିତ କୁମାର ସ୍ବାଇଁ (୨୪), କଟକ ଜିଲା ବାଙ୍କୀ ଥାନା ବାଅଁାରା ଗ୍ରାମର ରଣଜିତ କୁମାର ରାଉତ (୩୦), ଢେଙ୍କାନାଳ ସଦର ଥାନା ସିମିନଇ ଅଞ୍ଚଳର ପାପୁନ ନାୟକ (୩୦)। ସେମାନଙ୍କ ନିକଟରୁ ୩ ପିସ୍ତଲ, ଗୋଟିଏ ଏୟାରଗନ୍‌, ଗୋଟିଏ ଲାଇଟର୍‌ ଗନ୍‌, ୪ ମାଗାଜିନ, ୩୮ ଅଫୁଟା ଗୁଳି, ୨ ପ୍ୟାକେଟ୍‌ ଏୟାରଗନ୍‌ ଗୁଳି, ୩ ଖଣ୍ଡା, ୨୪.୮୫୦ ଗ୍ରାମ୍‌ ବ୍ରାଉନ୍‌ ସୁଗାର, ୨ ସୁନା ଚେନ୍‌, ୪ ମୁଦି, ୨ କାନଫୁଲ, ୩ ଖଣ୍ଡା, ୨୫,୭୨୦ ଟଙ୍କା, ଚୋରି ଟିଭି, ସିସିଟିଭି ହାର୍ଡଡିକ୍ସ, ସିଲଭର ଥାଳି, କାର୍‌ (ନଂ. (ନଂ. ଓଡ଼ି ୦୫ ବିଏଫ୍‌ ୦୨୧୯), ବୁଲେଟ୍‌ (ନଂ. ଓଡ଼ି ୦୭ ଜେଡ୍‌ ୩୧୧୧), ଲଙ୍କାଗୁଣ୍ଡ ଜବତ କରାଯାଇଛି। ହିମାଂଶୁ, ଶଙ୍କର, ରଣଜିତ୍‌, ଅମିତ ସୁପାରିକିଲର ଭାବେ କାର୍ଯ୍ୟ କରୁଥିଲେ ବୋଲି ଜିଲା ପୋଲିସ କାର୍ଯ୍ୟାଳୟରେ ମଙ୍ଗଳବାର ଅପରାହ୍ନ ୧ଟାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏସ୍‌ପି ଜ୍ଞାନରଞ୍ଜନ ମହାପାତ୍ର ସୂଚନା ଦେଇଛନ୍ତି। ଅଭିଯୁକ୍ତଙ୍କଠାରୁ ସୁନା ଅଳଙ୍କାର କିଣିଥିବା ଜଣେ ଅଭିଯୁକ୍ତ ମଧ୍ୟ ଧରାପଡ଼ିଛନ୍ତି। ତଦନ୍ତରେ ବାଧା ଆଶଙ୍କା ଥିବାରୁ ତାଙ୍କ ସମ୍ପର୍କରେ ପୋଲିସ ତଥ୍ୟ ପ୍ରଦାନ କରିନାହିଁ।
ଢେଙ୍କାନାଳ ଝାରଗାଡ଼ିଆ ଫାଣ୍ଡି ଅଧୀନ ୫୫ନଂ. ଜାତୀୟ ରାଜପଥରେ ସୋମବାର ସକାଳ ପ୍ରାୟ ୭ଟାରେ ସଦର ଥାନାଧିକାରୀ ପ୍ରଦୀପ କୁମାର ପ୍ରଧାନ, ଏସ୍‌ଆଇ ଚନ୍ଦ୍ରକାନ୍ତ ସେଠୀଙ୍କ ନେତୃତ୍ୱରେ ପୋଲିସ ପକ୍ଷରୁ ଯାନବାହନ ଯାଞ୍ଚ କରାଯାଉଥିଲା। ଏହି ସମୟରେ ସନ୍ଦେହଜନକ ଅବସ୍ଥାରେ ଆସୁଥିବା ଏକ କାର୍‌ ଏବଂ ବୁଲେଟ୍‌କୁ ଅଟକାଇ ତଲାସି ନିଆଯିବା ବେଳେ ୨୪ ଗ୍ରାମ ୮୫୦ ମିଲିଗ୍ରାମ୍‌ ବ୍ରାଉନ୍‌ ସୁଗାର ମିଳିଥିଲା। ଘଟଣାସ୍ଥଳରୁ ହିମାଂଶୁ, ଶଙ୍କର ଏବଂ ଅମିତ ଗିରଫ ହୋଇଥିଲେ। ସେମାନେ ଅନୁଗୋଳରେ ଏକ ଡକାୟତି କରିବା ଲାଗି ଯାଉଥିବା କହିଥିଲେ। ସେମାନଙ୍କ ସୂଚନା ଆଧାରରେ ଅନ୍ୟ ୨ଜଣଙ୍କୁ ବାଙ୍କୀରୁ ଗିରଫ କରାଯାଇଥିଲା। ଅଭିଯୁକ୍ତଙ୍କୁ ଅପରାହ୍ନରେ କୋର୍ଟଚାଲାଣ କରାଯାଇଛି। ଏ ସଂକ୍ରାନ୍ତରେ ସଦର ଥାନାରେ ନଂ. ୨୦/୨୩, ଦଫା ୨୧ (ବି), ଏନ୍‌ଡିପିଏସ୍‌ ଆକ୍ଟ ଓ ୨୫ ଆର୍ମସ ଆକ୍ଟରେ ମାମଲା ରୁଜୁ ହୋଇଛି।
ଅଭିଯୁକ୍ତଙ୍କ ନାମରେ ଗଞ୍ଜାମ, ଖୋର୍ଦ୍ଧା, କଟକ, ମୟୂରଭଞ୍ଜ, ଢେଙ୍କାନାଳ ଜିଲାର ବିଭିନ୍ନ ଥାନାରେ ବହୁ ଆପରାଧିକ ମାମଲା ରହିଛି। ଗତ ଡିସେମ୍ବର ୨୪ ସନ୍ଧ୍ୟା ସାଢ଼େ ୭ଟାରେ ଢେଙ୍କାନାଳ ସଦର ଥାନା ସିମିନଇ ଗ୍ରାମର ରଞ୍ଜନା ତ୍ରିପାଠୀଙ୍କ ଘରୁ ସଶସ୍ତ୍ର ଡକାୟତି ହୋଇଥିଲା। ଏହି ଘଟଣାରେ ସମ୍ପୃକ୍ତ ଗ୍ୟାଙ୍ଗ୍‌ର ହାତ ରହିଛି। ଅଭିଯୁକ୍ତ ପାପୁନାଙ୍କ ସହିତ ରଞ୍ଜନାଙ୍କ ଶତ୍ରୁତା ଥିଲା। ଏଥିରେ ପ୍ରତିଶୋଧ ପରାୟଣ ହୋଇ ରଞ୍ଜନାଙ୍କ ଘରେ ଡକାୟତି କରିବା ଲାଗି ପାପୁନା ନିଜର ସହଯୋଗୀ ହିମାଂଶୁ, ଶଙ୍କର, ରଣଜିତ ଓ ଅମିତଙ୍କ ସହ କଥାବାର୍ତ୍ତା ହୋଇଥିଲେ ବୋଲି ଏସ୍‌ପି ସୂଚନା ଦେଇଛନ୍ତି। ଅନ୍ୟପଟେ ଧରାପଡ଼ିଥିବା ଗଞ୍ଜାମର ୩ଜଣ ହାର୍ଡକୋର ଅଭିଯୁକ୍ତଙ୍କ ସମ୍ପର୍କରେ ସୂଚନା ପାଇ ଗଞ୍ଜାମ ପୋଲିସ ଢେଙ୍କାନାଳ ସଦର ଥାନାରେ ପହଞ୍ଚତ୍ ତନାଘନା ଆରମ୍ଭ କରିଛି। ଅଧିକ ପଚରାଉଚରା ପାଇଁ ସେମାନଙ୍କୁ ଗଞ୍ଜାମ ଏବଂ ଢେଙ୍କାନାଳ ପୋଲିସ ରିମାଣ୍ଡରେ ଆଣିବା ସମ୍ଭାବନା ଥିବା ଏସ୍‌ପି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri