Categories: ଜାତୀୟ

ଶିଶୁ ବିକ୍ରି ରାକେଟ ଠାବ: ୭ ଗିରଫ

ନୂଆଦିଲ୍ଲୀ, ୧୯ା୭: ଦିଲ୍ଲୀରେ ନବଜାତକଙ୍କୁ ଚୋରି କରି ବିକୁଥିବା ଏକ ଗ୍ୟାଙ୍ଗ୍‌କୁ ଧରିବାରେ ସକ୍ଷମ ହୋଇଛି କ୍ରାଇମ୍‌ ବ୍ରାଞ୍ଚ ପୋଲିସ। ସୋମବାର କ୍ରାଇମ୍‌ ବ୍ରାଞ୍ଚ ଉତ୍ତମନଗରରୁ ୭ଜଣଙ୍କୁ ଗିରଫ କରିଛି। ଏଥିରେ ୫ଜଣ ମହିଳା ଓ ୨ଜଣ ପୁରୁଷ ସାମିଲ ଥିବା ଜଣାପଡ଼ିଛି। ସେମାନେ ହେଲେ ବବୁଲ ଶାହା, ବର୍ଖା, ବୀଣା, ମଧୁ ଶର୍ମା, ଜ୍ୟୋତି, ପଓ୍ବନ ଏବଂ ସଲ୍‌ମୀ ଦେବୀ। ଏହି ରାକେଟ ସମ୍ପର୍କରେ ସୂଚନା ପାଇ ଡେପୁଟି କମିଶନର ବିଚିତ୍ରବୀର ଅଭିଯୁକ୍ତ ମଧୁ ଶର୍ମାଙ୍କୁ ଯୋଗାଯୋଗ କରିଥିଲେ। ମଧୁ ୬ ଲକ୍ଷ ୫୦ ହଜାର ଟଙ୍କାରେ ଶିଶୁ ବିକ୍ରି କରିବାକୁ ରାଜି ହେବା ପରେ ପୋଲିସ ଟିମ୍‌ ଅଭିଯୁକ୍ତମାନଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା।

Share