Categories: ଜାତୀୟ

କୋଭିଡ୍‌ ଆକ୍ରାନ୍ତଙ୍କୁ ଗଣବଳାତ୍କାର

ପାକୁଡ଼,୧୮।୪: ଝାଡ଼ଖଣ୍ଡର ପାକୁଡ ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ବାହାରକୁ ଶୌଚ ହେବାକୁ ଯାଇଥିବା ୩୫ ବର୍ଷୀୟା ମହିଳାଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗକୁ ଭିତ୍ତି କରି ଘଟଣାରେ ସମ୍ପୃକ୍ତ ୧୧ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ୧୧ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ପୀଡ଼ିତା ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ ୧୩ ତାରିଖ ସନ୍ଧ୍ୟାରେ ମହିଳା ଜଣକ ଶୌଚ ପାଇଁ ବାହାରକୁ ଯାଉଥିଲେ। ସେତିକିବେଳେ ୧୧ଜଣ ଯୁବକ ତାଙ୍କୁ ଉଠାଇ ନେଇ ଗଣବଳାତ୍କାର କରିଥିଲେ। ଫଳରେ ୨ ଦିନ ପର୍ଯ୍ୟନ୍ତ ପୀଡ଼ିତା ଚେତାଶୂନ୍ୟ ହୋଇପଡିଥିଲେ। ପୀଡିତା ସୁସ୍ଥ ହେବା ପରେ ପରିବାର ସଦସ୍ୟଙ୍କ ସହ ମୁଫସିଲ୍‌ ଥାନାରେ ପହଞ୍ଚି ଏତଲା ଦେଇଥିଲେ। ଅଭିଯୁକ୍ତଙ୍କ ମଧ୍ୟରେ ପୀଡ଼ିତାଙ୍କ ସମ୍ପର୍କୀୟ ଥିବା ଜଣାପଡ଼ିଛି।

Share